ଅଲଗା ହେଲେ କେଣ୍ଡଲ୍‌ ଜେନର-ଡେଭିନ୍‌ ବୁକର, ସାମ୍ନାକୁ ଆସିଲା ବ୍ରେକ୍‌ଅପ୍‌ର କାରଣ

Published By : Prameya-News7 Bureau | November 24, 2022 IST

ମୁମ୍ଵାଇ ୨୪।୧୧: କାର୍ସିଶିଆନ୍‌-ଜେନେର୍ ଭଉଣୀମାନଙ୍କ ମଧ୍ୟରୁ କେଣ୍ଡଲ ଜେନେର୍। ଆମେରିକୀୟ ମଡେଲ କେଣ୍ଡଲ ଜେନେର ଏବଂ ବାସ୍କେଟବଲ ଚାମ୍ପିୟନ ଡେଭିନ୍ ବୁକରଙ୍କ ବ୍ରେକ୍‌ଅପ ହୋଇଛି। କେଣ୍ଡଲ ଜଣେ ଆମେରିକୀୟ ସୁପରମଡେଲ ଅଟନ୍ତି। ସାରା ବିଶ୍ୱରେ ତାଙ୍କର ଅନେକ ପ୍ରଶଂସକ। ଏହି ସମୟରେ, ଡେଭିନ୍ ଏକ NBA ପ୍ରୋ ଅର୍ଥାତ୍ ବାସ୍କେଟବଲ୍ ଚାମ୍ପିଅନ୍ । ବ୍ରେକଅପ୍ ଖବର ପୂର୍ବରୁ ଦୁହେଁ ଏକାଠି ରହୁଥିଲେ।

୨୦୨୦ରେ ଦୁହେଁ ଡେଟିଂ ଆରମ୍ଭ କରିଥିଲେ। ଏହା ପରେ ସେଡୋନା ଏବଂ ଏରିଜୋନାରେ ଲଙ୍ଗ ଡ୍ରାଇଭରେ ତାଙ୍କୁ ଦେଖିବାକୁ ମିଳିଥିଲା । ପରେ, ଦୁହେଁ ଏକାଠି ହୋଇ ଅନେକ ପାର୍ଟୀ ସାମିଲ୍‌ ହୁଅନ୍ତି। ରିପୋର୍ଟ ଅନୁଯାୟୀ, ଦୁହେଁ ଅଲଗା ହେବାର କାରଣ ସେମାନଙ୍କ ନିକଟ ସୁତ୍ରରୁ ଜଣାପଡିଛି। କୁହାଯାଉଛି ସେମାନଙ୍କ କାର୍ଯ୍ୟ ପାଇଁ ବ୍ରେକ୍‌ଅପ୍‌ କରିଛନ୍ତି।

କେଣ୍ଡଲ ଜେନେର ଏବଂ ଡେଭିନ ବୁକର୍ ସେମାନଙ୍କ କ୍ୟାରିଅରକୁ ପ୍ରାଥମିକତା ଦେବାକୁ ଚାହୁଁଛନ୍ତି ଏବଂ ସେମାନଙ୍କ ସମ୍ପର୍କକୁ ପ୍ରାଥମିକତା ଦେବା ଉଭୟଙ୍କ ପାଇଁ କଷ୍ଟସାଧ୍ୟ ବୋଲି ସୂତ୍ରରୁ ପ୍ରକାଶ। ଏଥିପାଇଁ ସେମାନେ କାମକୁ ଧ୍ୟାନ ଦେବା ସମୟରେ ସମ୍ପର୍କ ଖରାପ ହେଉଥିଲା। ଦୁହିଁଙ୍କ ମଧ୍ୟରେ କୌଣସି ଶତ୍ରୁତା ନାହିଁ। ଉଭୟ ପାରସ୍ପରିକ ସହମତି ଅନୁଯାୟୀ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ବ୍ରେକ୍‌ଅପ୍‌ ହେବା ପରେ ବି ସେମାନେ ଭଲ ବନ୍ଧୁ ସହ ପରସ୍ପରର ଯତ୍ନ ନେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.