scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କେନାଲରେ ଭାସିଯାଇ ୩ ନିଖୋଜ, ଗାଧୋଇବାକୁ ଯାଇ ବୁଡିଗଲେ

13/10/2022 at 9:41 AM

ଭୁବନେଶ୍ୱର ୧୩/୧୦: କେନାଲରେ ଭାସିଯାଇ ୩ ନିଖୋଜ । ଜଗତପୁର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ବୁଡ଼ି ୩ ଯୁବକ ନିଖୋଜ । ଗତକାଲି ବିଳମ୍ବିତ ରାତିରେ ଭାସି ଯାଇ ନିଖୋଜ ହୋଇଥିବା ସୂଚନା ।

ନିଖୋଜ ୩ ଜଣଙ୍କ ମଧ୍ୟରେ ୨ ଜଣ କଟକ ଚାଉଳିଆଗଞ୍ଜ ଓ ଜଣେ ଚୌଦ୍ୱାର ଅଂଚଳର ବୋଲି ଜଣାପଡିଛି । ଗତକାଲି ଚୌଦ୍ଵାରରେ ଭସାଣି ଦେଖି ଫେରୁଥିବା ବେଳେ ଏମାନେ ପଟ୍ଟାମୁଣ୍ଡାଇ କେନାଲ ପାଖରେ ମଦ ପିଉଥିଲେ । ଏତିକି ବେଳେ କିଛି ଅଘଟଣ ଘଟି ଏମାନେ ଭାସିଯାଇଥିବା ଅନୁମାନ କରାଯାଉଛି ।

ଚୌଦ୍ଵାର ରୁପଯାତ୍ରା ଭସାଣୀ ଦେଖିସାରି ଘରକୁ ଫେରୁଥିବା ସମୟରେ ପଟ୍ଟାମୁଣ୍ଡାଇ କେନାଲରେ ଗାଧୋଇବାକୁ ଯାଇଥିଲେ ୪ ସାଙ୍ଗ । ଗାଧୋଉ ଥିବାବେଳେ ହଠାତ୍ ୪ ଜଣ ଖସି ପଡ଼ିଥିଲେ । ତେବେ ସେଥିରୁ ଜଣେ ପହଁରି କୁଳରେ ଲାଗିଥିଲେ । ଆଜି ସକାଳୁ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଜଗତପୁର ପୋଲିସ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।

   Related Posts