scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨ ୟୁଟେରସ୍ ଥିବା ମହିଳା ଜନ୍ମ ଦେଲେ ଜମଜ ସନ୍ତାନ, ଉଭୟଙ୍କ ଜନ୍ମଦିନ ଅଲଗା ଅଲଗା

23/12/2023 at 5:53 PM

ଆଲବାମା ୨୩।୧୨: ଜମଜ ସନ୍ତାନଙ୍କୁ ଜନ୍ମ ଦେଉଥିବା ମହିଳାଙ୍କ ସଂଖ୍ୟା ବିଶ୍ୱରେ କମ୍‌ ନୁହେଁ, ତେବେ ଦୁଇଟି ୟୁଟେରସ୍ ଥିବା ବିଶ୍ୱର ପ୍ରଥମ ମହିଳା ତାଙ୍କର ଉଭୟ ଗର୍ଭାଶୟରୁ ଗର୍ଭବତୀ ଥିବା ବେଳେ ଏବେ ସନ୍ତାନ ଦ୍ୱୟଙ୍କୁ ଜନ୍ମ ଦେଇଛନ୍ତି।  ଉଭୟ ସନ୍ତାନ ଅଲଗା ଅଲଗା ସମୟରେ ଜନ୍ମ ହୋଇଥିବାବେଳେ ଉଭୟ ସୁସ୍ଥ ଥିବା ଜଣାପଡିଛି। ଏପରି ଜମଜଙ୍କୁ ଜନ୍ମ ଦେଇଥିବା ମହିଳା ହେଉଛନ୍ତି କେଲସୀ ହାଚର ଓ ସେ ଆମେରିକାର ଆଲବାମା ସହରରେ ରହୁଛନ୍ତି।

୩୨ ବର୍ଷ ବୟଷ୍କା କେଲସୀ ଜନ୍ମ ଦେଇଥିବା ଦୁଇଟି ସନ୍ତାନ ଝିଅ ଓ ଏବାବଦରେ ସେ ସୋସିଆଲ ମିଡିଆରେ ମଧ୍ୟ ସୂଚନା ଦେଇଛନ୍ତି। କେଲସୀ କହିଛନ୍ତି ଯେ ତାଙ୍କର ପ୍ରଥମ ଝିଅ ଯାହାର ସେ ରକ୍ସି ଲୟଲା ନାମକରଣ କରିଛନ୍ତି ସେ ୧୯ ଡିସେମ୍ବର ସନ୍ଧ୍ୟା ୭ଟା ବାଜି ୪୯ ମିନିଟ୍‌ରେ ଭୂମିଷ୍ଟ ହୋଇଥିଲା। ସେହିପରି ତାଙ୍କ ଦ୍ୱିତୀୟ ଝିଅ ଯାହାର ନାମ ସେ ରେବେଲ ଲେକନ ରଖିଛନ୍ତି ସେ ଡିସେମ୍ବର ୨୦ ତାରିଖ ସକାଳ  ୬ଟା ବାଜି ୯ ମିନିଟ୍‌ରେ ଜନ୍ମ ହୋଇଛି। ଉଭୟ ଶିଶୁଙ୍କୁ ସେ ମିରାକଲ ବେବି ବୋଲି କହିଛନ୍ତି। କାରଣ ସେମାନେ ଦୁର୍ଲଭ ପରିସ୍ଥିତିରେ ଜନ୍ମ ହୋଇଛନ୍ତି।

ଡାକ୍ତରମାନେ ଦୁଇ ଶିଶୁ ବଡ଼ ଦିନ ବେଳକୁ ଜନ୍ମ ହେବେ ବୋଲି ତାରିଖ ଦେଇଥିଲେ। ତେବେ ସେମାନଙ୍କ ଜନ୍ମ କ୍ରିସମାସ୍ ପୂର୍ବରୁ ହୋଇଯାଇଛି। ଏଥିରେ କେଲସୀ ମଧ୍ୟ ବେଶ୍ ଖୁସ ଅଛନ୍ତି। କେଲସୀ ଉଭୟ ଶିଶୁଙ୍କୁ ଜନ୍ମ ଦେବା ନିମନ୍ତେ ସୁଖଦ ଅନୁଭବ ଲାଗି ହସ୍ପିଟାଲର ଡାକ୍ତର ଓ ନର୍ସଙ୍କ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ସେ ଦୁଇ ଶିଶୁଙ୍କ ଜନ୍ମ କାହାଣୀ ଖୁବ୍ ଶୀଘ୍ର  ସୋସିଆଲ ମିଡିଆରେ ସେୟାର କରିବେ ବୋଲି ମଧ୍ୟ କହିଛନ୍ତି। କେଲସୀ ଏବେ ଘରକୁ ଯାଇ ରିକୋଭର କରିବାକୁ ଇଛା ପ୍ରକାଶ କରିଛନ୍ତି। ଏହି ସମୟରେ ସେ ତାଙ୍କର ମାଟର୍ଣ୍ଣିଟି ଲିଭକୁ ଉପଭୋଗ କରିବା ସହିତ ଘରେ ଛୁଟି କଟେଇବା ଓ ଦୁଇ ପିଲାଙ୍କ ସହ ସମେୟ ବିତାଇବେ ବୋଲି କହିଛନ୍ତି।

କେଲସୀ କହିଥିଲେ ଯେ ଗତ ମେ ମାସରେ ଯେତେବେଳେ ସେ ୮ ସପ୍ତାହ ଗର୍ଭବତୀ ଥିଲେ ସେତେବେଳେ ଏକ ଅଲ୍ଟ୍ରା ସାଉଣ୍ଡରେ ତାଙ୍କର ଦୁଇଟି ଗର୍ଭାଶୟ ଥିବା ଓ ସେ ଉଭୟ ଗର୍ଭାଶ୍ରୟରେ ଗର୍ଭବତୀ ହୋଇଥିବା ଜାଣିବାକୁ ପାଇଥିଲେ। ସେହି ଦିନରୁ ସେ ଦୁଇଟି ପିଲାଙ୍କୁ ଜନ୍ମ ଦେବାକୁ ଯାଉଥିବା ସ୍ପଷ୍ଟ ହୋଇଯାଇଥିଲେ ଓ ତାଙ୍କର ଦୁଇଟି ଗର୍ଭାଶୟ ଥିବା କଥା ସେ ଆଗରୁ ଜାଣିଥିଲେ। ଜନ୍ମରୁ ହିଁ କେଲସୀଙ୍କର ଦୁଇଟି ଗର୍ଭାଶୟ ଥିଲା। ତାଙ୍କ ଶାରୀରିକ ସ୍ଥିତି ସମ୍ପର୍କରେ ସେ ୧୭ ବର୍ଷ ବୟସରେ ଜାଣିବାକୁ ପାଇଥିଲେ।

ଜାନୁଆରୀ ୬ରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ ଆଦିତ୍ୟ-L1, ଭାରତୀୟ ସ୍ପେଶ ଷ୍ଟେସନ୍‌କୁ ନେଇ ଇସ୍ରୋ ମୁଖ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

   Related Posts