ପଦରୁ ଇସ୍ତଫା ଦେଲେ କେଜ୍ରିଓ୍ଵାଲଙ୍କ ମନ୍ତ୍ରୀ, ହିନ୍ଦୁ ଦେବାଦେବୀଙ୍କ ବହିଷ୍କାର ଶପଥ କାର୍ଯ୍ୟରେ ହୋଇଥିଲେ ସାମିଲ୍

Published By : Prameya-News7 Bureau | October 09, 2022 IST

ନୂଆଦିଲ୍ଲୀ: ଦିଲ୍ଲୀର ଆମ୍ ଆଦମୀ ପାର୍ଟି(ଆପ୍) ସରକାରର ସମାଜ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ରବିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ନିକଟରେ ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ, ଯେଉଁଠି ଲୋକେ ହିନ୍ଦୁ ଦେବାଦେବୀଙ୍କ ବହିଷ୍କାର କରିବାର ଶପଥ ନେଇଥିଲେ। ଏହାକୁ ନେଇ ବିଜେପି ଆପ୍‌ ସରକାରକୁ ଟାର୍ଗେଟ୍ କରି ଆସୁଥିଲା।

ରାଜେନ୍ଦ୍ର ପାଲ ଗୌତମ ଇସ୍ତଫା ସହିତ ଏକ ଚିଠି ମଧ୍ୟ ଲେଖିଛନ୍ତି। ସେ କହିଛନ୍ତି ଉକ୍ତ ଘଟଣା ପରେ ମନୁବାଦୀ ମାନସିକତାର ଲୋକେ ମୋତେ ଏବଂ ମୋ ପରିବାରକୁ ଧମକ ଦେଉଛନ୍ତି। ମୁଁ ପାର୍ଟିର କର୍ମନିଷ୍ଠ ସିପାହୀ। ମୁଁ ନିଜ ସମାଜର ହକ୍‌ର ଲଢେଇ ପାଇଁ ଆଗାମୀ ସମୟରେ ବି ଲଢେଇ ଜାରି ରଖିବିବି। ମୁଁ ଚାହେଁ ନାହିଁ ମୋ କାରଣରୁ ପାର୍ଟିର ଛବି ମଳିନ ପଡୁ।

ସେ ଲେଖିଛନ୍ତି, ଗତ କିଛି ବର୍ଷରେ ଦେଖି ଆସୁଛି ମୋ ସମାଜର ଭଉଣୀ-ଝିଅଙ୍କ ଇଜ୍ଜତ ଲୁଟାଯିବା ସହ ସେମାନଙ୍କର ହତ୍ୟା କରାଯାଉଛି। କେଉଁଠି ନିଶ ରଖିଲେ ହତ୍ୟା କରାଯାଉଛି ତ ଆଉ କେଉଁଠି ମନ୍ଦିର ପ୍ରବେଶ କଲେ କିମ୍ବା ମୂର୍ତ୍ତି ଛୁଇଁଲେ ଅପମାନ ସହ ମାଡ ମରାଯାଉଛି। ଏପରିକି ମାଠିଆ ଛୁଇଁ ଦେଲେ ମାରି ଦିଆଯାଉଛି। ଘୋଡାର ବରଯାତ୍ରୀ ବାହାର କଲେ ଆକ୍ରମଣ କରାଯାଉଛି। ଏମିତି ଜାତିଗତ ଭେଦଭାବ ଘଟଣାରେ ମୋ ହୃଦୟକୁ ବହୁତ ଆଘାତ ପହଞ୍ଚିଛି ବୋଲି ରାଜେନ୍ଦ୍ର ପାଲ ଗୌତମ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.