କେଜରିୱାଲଙ୍କ ଦାବି: ଗୁଜୁରାଟରେ ଆପ୍‌କୁ ଡରୁଛି ବିଜେପି, ବହିଷ୍କାର ହେବେ ରାଜ୍ୟ ବିଜେପି ଅଧ୍ୟକ୍ଷ

Published By : Prameya-News7 Bureau | August 23, 2022 IST

ନୂଆଦିଲ୍ଲୀ ୨୩/୦୮: ଗୁଜୁରାଟରେ ଆଉ ଅଳ୍ପ କିଛିଦିନ ବ୍ୟବଧାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସେଠାରେ ଆମ୍‌ ଆଦମି ପାର୍ଟି (ଆପ୍‌) ବିଜେପିକୁ ଲଗାତାର ଟାର୍ଗେଟ କରୁଛି। ଏହା ମଧ୍ୟରେ ଆପ୍‌ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦାବି କରିଛନ୍ତି ଯେ ଆମ୍‌ ଆଦମୀ ପାର୍ଟି କାରଣରୁ ଗୁଜୁରାଟ୍‌ରେ ବିଜେପି ବହୁତ ଭୟବୀତ ରହଛି। ଅରବିନ୍ଦ ନୂଆ ଟୁଇଟ୍‌ କରି କହିଛନ୍ତି ବିଜେପି ଗୁଜୁରାଟ୍‌ରେ ରାଜ୍ୟ ବିଜେପି ଅଧ୍ୟକ୍ଷ ସିଆର୍‌ ପଟେଲଙ୍କୁ ହଟାଇବାକୁ ଯାଉଛି। କଣ ବିଜେପି ଏତେ ଡରିଯାଇଛି ?

ବିଶେଷ ସୂତ୍ର ଅନୁସାରେ ଗୁଜୁରାଟ୍‌ରେ ବିଜେପି ରାଜ୍ୟ ଅଧ୍ୟକ୍ଷ ପଦରୁ ସିଆର୍‌ ପଟେଲ୍‌ଙ୍କୁ ହଟା ଯାଇ ପାରେ। ଅରବିନ୍ଦ କେଜରିୱାଲ ତାଙ୍କ ଟୁଇଟ୍‌ରେ ଗୁଜୁରାଟ୍‌ର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଓ ସେ କହିଛନ୍ତି ଏପରି କାମ ବିଜେପି କେବଳ ଆମ୍‌ ଆଦମି ପାର୍ଟିର ଡର କାରଣରୁ କରୁଛି।

ସୂଚନାଥାଉକି, ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘରେ ସିବିଆଇ ଚଢ଼ଉ କରି ତଦନ୍ତ କରିଥିଲା। ଏହାର କିଛିଦିନ ପରେ ଅରବିନ୍ଦ କେଜରିୱାଲ ଏବଂ ମନିଷ ସିସୋଦିଆ ଗୁଜୁରାଟ ଯାଇଥିଲେ। ଗୋଟିଏ ପଟେ ଦିଲ୍ଲୀରେ ତାଙ୍କ ବିରୋଧରେ ଯାଞ୍ଚ ହେଉଥିବା ବେଳେ ଅନ୍ୟପଟେ ଗୁଜୁରାଟରେ ଦୁଇଟି ରାଜନୈତିକ ଦଳ ମଧ୍ୟରେ ପରସ୍ପର ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଛି।   

ଏପଟେ ଅରବିନ୍ଦ କେଜରିୱାଲ କହିଛନ୍ତି ଅପରେସନ ଲୋଟସ୍‌ ଦିଲ୍ଲୀରେ ବିକଳ୍ପ ହୋଇଯାଇଛି। ପଦ୍ମ ଫୁଲ ବିଜପିର ପ୍ରତୀକ, ବିରୋଧି ଦଳମାନେ ଅନେକଥର ନିର୍ବାଚିତ ସରକାରଙ୍କୁ ଭାଙ୍ଗିବାକୁ ପ୍ରୟାଶ କରିଥିହା ଅଭିଯୋଗ ଆଣିଛନ୍ତି। କିନ୍ତୁ ଆପ୍‌ର ସମସ୍ତ ଅଭିଯୋଗକୁ ବିଜେପି ଖଣ୍ଡନ କରିଛି।

ଏପଟେ କେଜରିୱାଲ୍‌ ଓ ସିସୋଦିଆ ଗୁଜୁରାଟରେ ଅଭିଯୋଗ କରିଛନ୍ତିଯେ ବିଜେପି ୨୭ ବର୍ଷ ଭିତରେ ଏକ ଭଲ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରତିଶୃତି ଦେଇ ମଧ୍ୟ ରାଜ୍ୟକୁ ଧକ୍କା ଦେଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.