ବିଜେପି ସହ ନିକଟ ସମ୍ପର୍କ ରଖୁଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବେ କେଜରିୱାଲ, AAP ଆଶ୍ଚର୍ଯ୍ୟ

Published By : Prameya-News7 Bureau | September 16, 2024 IST

ନୂଆଦିଲ୍ଲୀ ୧୬।୯: ଆମ ଆଦମୀ ପାର୍ଟି (ଆପ) ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିବା ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଲାଗି ଏବେ ଦିଲ୍ଲୀ ରାଜନୀତି ଉଷ୍ମ। ଏଥିରେ ଖବର ଆସୁଛି କ୍ୟାବିନେଟ୍ ମନ୍ତ୍ରୀ କୈଳାଶ ଗହଲୋଟଙ୍କୁ ଦିଲ୍ଲୀର ଆଗାମୀ ମୁଖ୍ୟମନ୍ତ୍ରୀ କରାଯାଇ ପାରେ। ଗହଲୋଟଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଲୋକେ ୩ଟି ତର୍କ ଦେଉଛନ୍ତି। ତେବେ ଆସନ୍ତୁ ଜାଣିବା ଲୋକଙ୍କ ତର୍କ ବିଷୟରେ। 

ପ୍ରଥମ ତର୍କ ହରିୟାଣା ନିର୍ବାଚନ
 ଦିଲ୍ଲୀ ନଜଫଗଡ଼ ବିଧାନସଭା ଆସନରୁ ବିଧାୟକ କୈଳାଶ ଗହଲୋଟ ଜାଟ ପରିବାର ସହ ସମ୍ପର୍କିତ। ଏବେ ହରିୟାଣାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସେଠାରେ ଜାଟ ଭୋଟର ବିଜେପି ପ୍ରତି ଅସନ୍ତୁଷ୍ଟ ଅଛନ୍ତି। ଏଣୁ କୈଳାଶ ଗହଲୋଟଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କରି କେଜରିୱାଲ ହରିୟାଣା ନିର୍ବାଚନରେ ଜାଟଙ୍କୁ ନିଜ ପଟକୁ ନେବାକୁ ଚାହିଁବେ। 

ଦ୍ୱିତୀୟ ତର୍କ ପାଣ୍ଠି
 ଉଲ୍ଲେଖଯୋଗ୍ୟ ଯେ କୈଳାଶ ଗହଲୋଟ ଆପ ନିମନ୍ତେ ପାଣ୍ଠି ଯୋଗାଡ କରିବା କାମ କରନ୍ତି। ହରିୟାଣା ନିର୍ବାଚନ ପରେ ପାର୍ଟିକୁ ଦିଲ୍ଲୀ ନିର୍ବାଚନ ପାଇଁ ମଧ୍ୟ ପାଣ୍ଠିର ଆବଶ୍ୟକତା ପଡିବ। ଇଡି ଓ ସିବିଆଇ କାର୍ଯ୍ୟାନୁଷ୍ଠାନ ଯୋଗୁ ଏବେ ଆପର ଫଣ୍ଡିଂ ଅଟକି ଯାଇଛି। ଏଥିରେ ଗହଲୋଟ ମୁଖ୍ୟମନ୍ତ୍ରୀ ହେଲେ ପାର୍ଟି ଆର୍ଥିକ ସ୍ତରରେ ମଧ୍ୟ ମଜଭୁତ ହେବ। 

ତର୍କ-୩ ଏଲଜିଙ୍କ ସହ ସମ୍ପର୍କ
 କୈଳାଶ ଗହଲୋଟଙ୍କୁ ଆପର ସେହି ନେତାଙ୍କ ମଧ୍ୟରେ ଗଣନା କରାଯାଏ ଯେଉଁମାନଙ୍କର ସବୁ ପାର୍ଟି ସହିତ ସମ୍ପର୍କ ଭଲ ରହିଛି। ଏଥିରେ ଗହଲୋଟ ଯଦି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଏଲଜି କାର୍ଯ୍ୟାଳୟରେ ଆପକୁ ଏତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡି ନପାରେ। ଉଲ୍ଲେଖଯୋଗ୍ୟ ଯେ ରାଜନୈତିକ କରିଡୋରରେ କୈଳାଶ ଗହଲୋଟଙ୍କୁ ବିଜେପିର ନିକଟତମ ବୋଲି କୁହାଯାଏ। ଏଥିରେ ତାଙ୍କୁ ମୁଖ୍ୟମନ୍ତ୍ରୀ କଲେ ଗହଲୋଟ ଆମ ଆଦମୀ ପାର୍ଟିର ଓ ସେ ବିଜେପିର ନୁହେଁ ବୋଲି ବାର୍ତ୍ତା ଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.