ନାମାଙ୍କନ ଦାଖଲ ପାଇଁ ୬ ଘଣ୍ଟା ଅପେକ୍ଷା କଲେ କେଜ୍ରିଓ୍ୱାଲ

Published By : Prameya-News7 Bureau | January 21, 2020 IST

ନୂଆଦିଲ୍ଲୀ ୨୧।୦୧-   ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଶୋଭାଯାତ୍ରା ବିଳମ୍ବ କାରଣରୁ ସୋମବାର ନାମାଙ୍କନ ଭରି ପାରି ନଥିବା କେଜ୍ରିଓ୍ବାଲଙ୍କୁ ଆଜି ନାମାଙ୍କନ ପାଇଁ ଜାମ୍‌ନଗର ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ୬ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିଥିଲା ।  ସ୍ବାଧୀନ ପ୍ରାର୍ଥୀଙ୍କ ଲମ୍ବା ଲାଇନ୍ କାରଣରୁ ୪୫ ନମ୍ବର ଟୋକନ୍ ଧରି କେଜ୍ରିଓ୍ବାଲଙ୍କୁ ଅପେକ୍ଷା କରିବାକୁ ପଡିଥିଲା ।

{"id":214416,"sizeSlug":"large"}

ଜାମ୍‌ ନଗର ଜାମ ହେଇଗଲା।  କେଜରିୱାଲ ଅଟକିଗଲେ ୬ ଘଣ୍ଟା ।  ସୋମବାର ଶୋଭାଯାତ୍ରା ପାଇଁ ଫେରିଯାଇଥିଲେ। ଆଉ ଆଜି ଶେଷ ଦିନରେ କ୍ୟୁରେ ଠିଆ ହେଲେ।  ଦିଲ୍ଲୀ ନିର୍ବାଚନରେ ନ୍ୟୁଦିଲ୍ଲୀରୁ ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏମିତି ହଟହଟା ହୋଇଛନ୍ତି।  ସୋମବାର ବିଳମ୍ବ ହୋଇଯାଇଥିଲା ତେଣୁ ନାମାଙ୍କନ ଭରି ପାରିନଥିଲେ । ମଙ୍ଗଳବାର କିନ୍ତୁ ଏତେ ସଂଖ୍ୟକ ପ୍ରାର୍ଥୀ ନାମାଙ୍କନ ଭରିବାକୁ ଆସିଥିଲେ ଯେ କେଜ୍ରିଓ୍ବାଲଙ୍କୁ ଜାମ୍‌ନଗର ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ୬ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିଥିଲା । ନାମାଙ୍କନ ଭରିବାକୁ ତାଙ୍କୁ ମିଳିଥିଲା ୪୫ ନମ୍ବର ଟୋକନ୍ । ଯାହାକୁ ସେ ଟୁଇଟ୍ କରିଥିଲେ । ଏତେ ସଂଖ୍ୟକ ଲୋକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗ ନେଉଥିବାରୁ ଖୁସି ବ୍ୟକ୍ତ କରିଥିଲେ । ସେପଟେ କିନ୍ତୁ ଆପ ନେତା ବାହାରେ କହୁଥିଲେ ଯେ କେଜରିୱାଲଙ୍କୁ ଅଟକାଇବା ଲାଗି ଷଡ଼ଯନ୍ତ୍ର କରାଯାଉଛି। ଆଉ ଏଥିପାଇଁ ବିଜେପି ଆଡକୁ ନିସାନା ସାଧିଥିଲେ।

{"id":214414,"sizeSlug":"large"}

ନୂଆଦିଲ୍ଲୀ ବିଧାନସଭା ଆସନରୁ ଲଗାତାର ତୃତୀୟ ଥର ନାମାଙ୍କନ ଦାଖଲ କରିଛନ୍ତି କେଜ୍ରିଓ୍ବାଲ । ଆଜି ଥିଲା ନାମାଙ୍କନ ଦାଖଲର ଶେଷ ଦିନ । ପିତା, ମାତା, ଝିଅ, ପତ୍ନୀ, ଦଳୀୟ ନେତା, ସମର୍ଥକ, ଶୁଭେଚ୍ଛୁଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ ପାଇଁ କେଜ୍ରିଓ୍ଵାଲ ଦିନ ପ୍ରାୟ ସାଢେ ୧୨ ଟା ବେଳେ ପହଞ୍ଚିଥିଲେ ଜାମ୍‌ନଗରଠାରେ ଥିବା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ । ପ୍ରାର୍ଥୀ ପତ୍ର ଦାଖଲ ପାଇଁ ତାଙ୍କୁ ୪୫ ନମ୍ବର ଟୋକନ ମିଳିଥିଲା ଦିନ ୨ଟା ୩୬ରେ ଟୁଇଟ୍‌ କରି ଜଣାଇଥିଲେ ସେପଟେ କେଜ୍ରିଓ୍ବାଲଙ୍କ ବିପକ୍ଷରେ ବିଜେପିରୁ ସୁନୀଲ୍ ଯାଦବ ଏବଂ କଂଗ୍ରେସରୁ ରୋମେଶ୍ ସବରୱାଲ୍ ମଇଦାନକୁ ଓହ୍ଲାଇଛନ୍ତି ।

ଏଥର ଦିଲ୍ଲୀରେ କଡ଼ା ଟକ୍କର ହେଉଛି। ଫେବ୍ରୁଆରୀ ୮ତାରିଖରେ ଦିଲ୍ଲୀରେ ମତ ଗ୍ରହଣ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.