ୱାଶିଂଟନ ଡିସିରେ ମାଗଣା ହେଲା ପବ୍ଲିକ ଟ୍ରାନ୍ସପୋର୍ଟ; ମୁକ୍ତି କି ରେବାଡ଼ି କଟାକ୍ଷ ଉପରେ ବିଜେପିକୁ ଟାର୍ଗେଟ୍ କଲେ କେଜରିୱାଲ୍
16/12/2022 at 4:01 PM

ନୂଆଦିଲ୍ଲୀ: ଆମେରିକା ରାଜଧାନୀରେ ୱାଶିଂଟନ ଡିସିରେ ସାର୍ବଜନିନ ପରିବହନ ସେବା ମାଗଣା ହୋଇଛି। ଏବେ ସେଠାକାର ଜନସାଧାଣର ମାଗଣାରେ ଗାଡ଼ିରେ ଯାତ୍ରା କରିପାରିବେ। ଏହି ଘଟଣାରେ ପରେ ଆପ୍ର ମାଗଣା ସେବାକୁ ନେଇ ସମାଲୋଚନା କରୁଥିବା ବିଜେପିକୁ କଟାକ୍ଷ କରିଛନ୍ତି ଅରବିନ୍ଦ କେଜରିୱାଲ୍। କଣ ଏହାକୁ ମୁକ୍ତ କି ରେବାଡ଼ି(ମାଗଣାରେ ମିଳିଥିବା ରେବାଡ଼ି) କହି ଉପହାସ କରାଯିବ କି ?
କେଜିରିୱାଲ କହିଛନ୍ତି “ ୱାଶିଂଟନ ଡିସିରେ ପବ୍ଲିକ୍ ଟ୍ରାନ୍ସପୋର୍ଟ ମାଗଣ ହେଲା। ଏହାକୁ ମୁକ୍ତ କି ରେବାଡ଼ି କହି ଉପହାସ କରିବା ଉଚିତ୍ କି? ନା। ଜନତାଙ୍କ ଉପରେ ଅତିରିକ୍ତ କର କି ଅନ୍ୟାନ୍ୟା ଚାପ ନ ପକାଇ ପଇସା ବଞ୍ଚାଇ ସେମାନଙ୍କୁ ମାଗଣା ଲୋକସେବା ଯୋଗାଇ ଦେବା ଗୋଟେ ସଚ୍ଚୋଟ ଓ ସମ୍ବେଦନଶୀଳ ସରକାରର କାମ ବୋଲି ଦର୍ଶାଇଥାଏ। ”
ଡେଲିମେଲ୍ର ରିପୋର୍ଟ ଅନୁସାରେ, ୱାଶିଂଟନ ଡିସି ସବୁଦିନ ପାଇଁ ଲୋକଙ୍କୁ ମାଗଣା ବସ୍ ସେବା ଯୋଗାଇ ଦେବାକୁ ଘୋଷଣା କରିଛି। ଆସନ୍ତା ଖରାଦିନ ଠାରୁ ୱାଶିଂଟନ ସମେତ ବୁଷ୍ଟୋନ୍ ଏବଂ ଡେନଭିର ଭଲି ବଡ଼ ସହରକୁ ମାଗଣା ବସ୍ ସେବା ଯୋଗାଇ ଦିଆଯିବ ବୋଲି ଆମେରିକା ସରକାର ଘୋଷଣା କରିଛନ୍ତି।
Washington DC makes public transport free. Shud it be ridiculed as “muft ki revadi”? No. Providing public services free to its citizens without burdening them wid extra taxes reflects honest and sensitive govt, which saves money and provides facilities to its people pic.twitter.com/msu8ZzLOsj
— Arvind Kejriwal (@ArvindKejriwal) December 16, 2022
ୱାଶିଂଟନ ପରିବହନ ସେବାର ବିସ୍ତାର ପାଇଁ ଯୋଜନା ହୋଇଛି। ଏଥିପାଇଁ ଗତ ସପ୍ତାହରେ ୱାଶିଂଟନ ଡିସି କାଉନସିଲ୍ରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା। କେବେଳ ସେତିକି ନୁହେଁ ୨୦୨୪ ଜୁଲାଇ ୧ ତାରିଖ ଟାରୁ ସହର ଆଖପାଖର ମେଟ୍ରୋ ସେବା ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ୨ ଆମେରିକୀୟ ଡଲାର କାଟ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି।
ଭାରତରେ କେଜରିୱାଲ ସରକାର ମାଗଣା ଇଲେକ୍ଟ୍ରିକ୍ ସେବାକୁ ନେଇ ଅନେକ ଥର ବିଜେପି ଆପ୍କୁ ଟାର୍ଗେଟ୍ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଏନେଇ କେଜିରୱାଲ୍ଙ୍କୁ ସମାଲୋଚନା କରିଥିଲେ। ଜୁଲାଇ ମାସରେ ୟୁପିରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଉଦ୍ଘାଟନ ବେଳେ ମୋଦୀ ମାଗଣା ସେବାକୁ ନେଇ ଆପ୍କୁ ଟାର୍ଗେଟ୍ କରିଥିଲେ। ଆଜି ଆମେରିକା ଭଳି ବିକାଶଶୀଳ ରାଷ୍ଟ୍ରରେ ମାଗଣା ଯାତ୍ରା ସେବା ଯୋଗାଇ ଦିଆଯାଉଥିବାରୁ ଆପ୍ ବିଜେପିକୁ ଟାର୍ଗେଟ୍ କରିଛି।
ମୋଦୀ ଭାଷଣ ଦେଇ କହିଥିଲେ ଯେ “ ଏଇ ଯେଉଁ ମାଗଣା ରେବାଡ଼ି(ଏକପ୍ରକାର ଖାଦ୍ୟ) ସଂସ୍କୃତି ତିଆରି ହେଉଛି ତାହା ବିକାଶ ପ୍ରତି ବିପଦ ସୃଷ୍ଟି କରିବ। ଯେଉଁମାନେ ରେବଡ଼ି ସଂସ୍କୃତିରେ ଅଚନ୍ତି ସେମାନେ ନୂଆ ଏକ୍ସପ୍ରେସୱେ ବନାଇପାରିବେ ନାହିଁ। ନୂଆ ବିମାନବନ୍ଦର କି ପ୍ରତିରକ୍ଷା କରିଡର ବନାଇପାରିବେ ନାହିଁ। ଆମେ ସମସ୍ତେ ମିଶି ଏଭଳି ଭାବନାକୁ ପରାସ୍ତ କରିବା। ଦେଶରେ ରାଜନୀତିରୁ ଏଭଳି ମାଗଣା ବ୍ୟବସ୍ଥାକୁ ହଟାଇ ଦିଅ।” ସେହିଦିନ ମୋଦୀଙ୍କ ବୟାନ ପରେ ଏହାକୁ ଟାର୍ଗେଟ୍ କରିଥିଲା ଆପ୍। ନାଗରିକଙ୍କୁ ମାଗଣାରେ ଉନ୍ନତ ସେବା ଯୋଗାଇ ଦେବା ରେବାଡ଼ି ନୁହେଁ।