ସ୍ମିତହାସ୍ୟ ଦେଇ କେଜ୍ରିଓ୍ଵାଲ କହିଲେ- I love you too..., ଏମସିଡି ନିର୍ବାଚନ ଜିତିବା ପରେ ଆପ୍‌ରେ ଖୁସିର ଲହରି

Published By : Prameya-News7 Bureau | December 07, 2022 IST

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ(ଏମସିଡି) ନିର୍ବାଚନରେ ଆମ୍ ଆଦମୀ ପାର୍ଟି ବିଜୟ ହାସଲ କରିଛି। ଗତ ୧୫ ବର୍ଷ ଧରି ବିଜେପି କବଜାରେ ଥିଲା ଏମସିଡି। ନିର୍ବାଚନ ଜିତିବା ସହିତ ଦିଲ୍ଲୀରେ ବର୍ତ୍ତମାନ ଆପ୍‌ର ଡବଲ ଇଞ୍ଜିନ ସରକାର ହେବାକୁ ଯାଉଛି। ନିର୍ବାଚନରେ ସଫଳତା ପରେ ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ଦିଲ୍ଲୀବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ ଦେଇଛନ୍ତି।

ଅରବିନ୍ଦ କେଜ୍ରିଓ୍ଵାଲ ଭାଷଣ ଦେବା ସମୟରେ ଉତ୍ସାହିତ କର୍ମକର୍ତ୍ତା କେଜ୍ରିଓ୍ଵାଲ-କେଜ୍ରିଓ୍ଵାଲ ନାରା ଦେବା ଆରମ୍ଭ କରିଥିଲେ। ଏହି ସମୟରେ ଭିଡ ଭିତରୁ କେହି ଜଣେ ଆଇ ଲଭ ୟୁ କେଜ୍ରିଓ୍ଵାଲ କହିଥିଲେ। ଏହା ଶୁଣିବା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ଚେହେରାରେ ସ୍ମିତହାସ୍ୟ ଫୁଟିଥିଲା। ଆଉ କେଜ୍ରିଓ୍ଵାଲ ମଧ୍ୟ କହିଥିଲେ I love you too...।

ଅରବିନ୍ଦ କେଜ୍ରିଓ୍ଵାଲ ନିର୍ବାଚନ ଜିତିଥିବା ସମସ୍ତ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ବର୍ତ୍ତମାନ ଆମେ ସମସ୍ତେ ମିଶି କି କାମ କରିବା। ଯେଉଁ ୨୫୦ କାନସିଲର ଜିତିଛନ୍ତି ସେମାନେ କୌଣସି ପାର୍ଟିର କାଉନସିଲର ନୁହନ୍ତି ବରଂ ଦିଲ୍ଲୀର କାଉନସିଲର ଅଟନ୍ତି। ଆମ ସମସ୍ତଙ୍କୁ ମିଶି ଦିଲ୍ଲୀକୁ ଠିକ୍ କରିବାକୁ ପଡିବ।

କେଜ୍ରିଓ୍ଵାଲ କହିଛନ୍ତି, ଆମକୁ ଦିଲ୍ଲୀକୁ ଠିକ୍ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡା। କେନ୍ଦ୍ର ସରକାରଙ୍କ ସହଯୋଗ ଅତି ଆବଶ୍ୟକ। ମଞ୍ଚରୁ କେଜ୍ରିଓ୍ଵାଲ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଶୀର୍ବାଦ ମଧ୍ୟ ମାଗିଛନ୍ତି। ଦିଲ୍ଲୀର ଜନତା ମିଶି ଦିଲ୍ଲୀର ସଫେଇ କରିବେ ବୋଲି କେଜ୍ରିଓ୍ଵାଲ କହିଛନ୍ତି।

ଅହଙ୍କାର କରନ୍ତୁ ନାହିଁ

କେଜ୍ରିଓ୍ଵାଲ କହିଛନ୍ତି, ଏହି ବିଜୟ ପରେ କାହାରିକୁ ବି ଅହଙ୍କାର କରିବେ ନାହିଁ। ଯଦି ଅହଙ୍କାର କରିବେ ଉପରବାଲା କେବେ କ୍ଷମା କରିବ ନାହିଁ। ଅହଙ୍କାର କଲେ ପତନ ଘଟିବ। କେଜ୍ରିଓ୍ଵାଲ କହିଛନ୍ତି ଅହଙ୍କାର କାରଣରୁ ବଡ ବଡ ଶାସନ ଭୁଶୁଡି ପଡିଛି। ତାଙ୍କ ଭାଷଣ ସମୟରେ ଆପ୍‌ର ଅନେକ ବଡ ନେତା ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.