ନୂଆଦିଲ୍ଲୀ ୧୦।୧୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶନିବାର କହିଛନ୍ତି ଯେ ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନ ପ୍ରଚାର କାଳରେ ବିଜେପି ‘ଭାରି ମେସିନାରୀ’ ମୁତୟନ କରିଥିଲା। ଫଳରେ ଏମସିଡି ନିର୍ବାଚନକୁ ଏ ପର୍ଯ୍ୟନ୍ତ ଆମ ଆଦମୀ ପାର୍ଟି (ଆପ) ଦ୍ୱାରା ଲଢାଯାଇଥିବା ସବୁଠୁ କଡା ମୁକାବିଲା ମଧ୍ୟରେ ଅନ୍ୟତମ ଥିଲା ବୋଲି କହିଛନ୍ତି। ତେବେ ଆପ ସକରାତ୍ମକ ରାଜନୀତି କରେ ବୋଲି କେଜରିୱାଲ କହିଛନ୍ତି।
{"id":719528,"width":840,"height":471,"sizeSlug":"full","linkDestination":"none"}ଶନିବାର କେଜରିୱାଲ ଏମସିଡିର ନବ ନିର୍ବାଚିତ କାଉନସିଲରଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି। ସେ କହିଛନ୍ତି ଯେ ଏହି ନିର୍ବାଚନ ସବୁଠୁ କଠିନ ଥିଲା, ସେମାନେ ଆମ ବିରୋଧରେ ଯେଉଁପରି ଷଡ଼ଯନ୍ତ୍ର କରିଥିଲେ ଓ ସରକାରୀ ମେସିନାରୀର ଯେପରି ବ୍ୟବହାର କରୁଥିଲେ ଏଥିରୁ ଆମ ଦ୍ୱାରା ଏପର୍ଯ୍ୟନ୍ତ ଲଢା ଯାଇଥିବା ନିର୍ବାଚନରେ ଏହା ସବୁଠାରୁ କଠିନ ଥିଲା ବୋଲି କହିଛନ୍ତି। ସେହିପରି ଜେଲରେ ବନ୍ଦୀ ସତ୍ୟେନ୍ଦ୍ର ଜୈନଙ୍କ ଉଲ୍ଲେଖ କରି କେଜରିୱାଲ କହିଥିଲେ ଯେ ବିଜେପି ଆମ ବିରୋଧରେ ଦୁସ୍ପ୍ରଚାର ଲାଗି ମିଡିଆ ଉପରେ ମଧ୍ୟ ଚାପ ପକାଉଥିଲା।
wp:html/wp:htmlदिल्ली नगर निगम में आम आदमी पार्टी के सभी नवनिर्वाचित पार्षदों के साथ बातचीत। https://t.co/SCklCTdy6w
— Arvind Kejriwal (@ArvindKejriwal) December 10, 2022
ତେବେ ଆମେ ସକରାତ୍ମକ ରାଜନୀତି କରୁଛୁ ଓ ଆମେ କାମର କଥା କହୁଛୁ ବୋଲି କେଜରିୱାଲ କହିଛନ୍ତି। ତେବେ ବିଜେପି ନକଲି ଭିଡିଓ ଓ ଜେଲରେ ବନ୍ଦୀ ଏକ ମହାଠକ ମାଧ୍ୟମରେ ପତ୍ର ଲେଖି ଯେଉଁ ପ୍ରକାର ଚାପ ସୃଷ୍ଟି କଲା ତାହା ବାସ୍ତବିକ କଳ୍ପନାତୀତ। ତେବେ ଏଥିରେ ବିଜେପି ଆମକୁ କାମରୁ ବିରତ କରିପାରିନଥିଲା। ତେବେ ଏଥିଯୋଗୁ ଆମେ ଆମ କାମର ଚର୍ଚ୍ଚା କେଉଁଠି କରିପାରିନଥିଲୁ। ଏଥିଲାଗି ଆମ ବିବେକ ମଧ୍ୟ ଆମକୁ ଅନୁମତି ଦେଇ ନଥିଲା। ତେବେ ଏହା କରିବା ପାଇଁ ସେମାନେ ଗଣମାଧ୍ୟମ ଉପରେ ଜେପରି ଚାପ ପକାଉଥିଲେ ମିଡିଆକୁ ବିଗଡୁଥିଲେ ଓ ମିଡିଆର ହାତ ମୋଡୁଥିଲେ ତାହା କିନ୍ତୁ ଆମେ ଦେଖିଛୁ।
{"id":719533,"width":840,"height":466,"sizeSlug":"full","linkDestination":"none"}ମିଡିଆରେ ଆମ ବିରୋଧରେ ଭୁଲ ସୂଚନାର ଅଭିଯାନ ଚଳାଯାଇଥିଲା। ସବୁଦିନ ସକାଳ ୯ଟା ବେଳକୁ ଗୋଟେ ଫେକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା ବୋଲି କେଜରିୱାଲ କହିଛନ୍ତି। ଆମ ଆଦମୀ ପାର୍ଟି ବୁଧବାର ଜାତୀୟ ରାଜଧାନୀ ଦିଲ୍ଲୀରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ନଗରନିଗମ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଠାରୁ କ୍ଷମତା ଛଡାଇ ନେଇଛି। ଦିଲ୍ଲୀ ନଗରନିଗମରେ ବିଜେପି ଦୀର୍ଘ ୧୫ ବର୍ଷ ଧରି ରାଜୁତି କରି ଆସୁଥିଲା, ଏଥର ମଧ୍ୟ ନଗରନିଗମରେ ନିଜର କର୍ତ୍ତୃତ ଜାରି ରଖିବା ପାଇଁ ସବୁ ପ୍ରକାର ଉଦ୍ୟମ କରି ବିଫଳ ହୋଇଛି। ଅପରପଟେ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଆମ ଆଦମୀ ପାର୍ଟି ୨୫୦ ୱାର୍ଡରୁ ୧୩୪ଟିରେ ଜିତି ନଗରନିଗମକୁ ନିଜ କର୍ତ୍ତୃତକୁ ଆଣିଛି।