ତୃତୀୟ ପାଳି ସରକାରର ବିଭାଗ ବଣ୍ଟନ କଲେ କେଜରିୱାଲ, ନିଜ ହାତରେ ରଖିଲେନି କୌଣସି ବିଭାଗ

Published By : Prameya-News7 Bureau | February 17, 2020 IST

ନୂଆଦିଲ୍ଲୀ ୧୭।୨: ଆମ ଆଦମୀ ପାର୍ଟି (ଆପ୍) ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ସୋମବାର ତାଙ୍କ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି। ଏଥିରେ ସେ ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ କରିଥିବା ବେଳେ ନିଜ ହାତରେ କୌଣସି ବିଭାଗ ରଖିନଥିବା ଜଣାପଡିଛି। ବିଭାଗ ବଣ୍ଟନରେ ମନ୍ତ୍ରୀ ସତ୍ୟେନ୍ଦ୍ର କୁମାର ଜୈନଙ୍କୁ ଦିଲ୍ଲୀ ଜଲ ବୋର୍ଡର ଦାୟିତ୍ୱ ଦିଆଯାଇଛି।

{"id":225524,"sizeSlug":"large"}

ଜୈନ ପୂର୍ବରୁ ଦିଲ୍ଲୀ ପିଡବ୍ଲୁଡି ଓ ବିଦ୍ୟୁତ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ। ତାଙ୍କ ଉଦ୍ୟମ ଯୋଗୁ ରାଜଧାନୀର ବିଦ୍ୟୁତ ଉପଭୋକ୍ତାଙ୍କୁ ପ୍ରଥମ ୨୦୦ ୟୁନିଟ୍ ବିଦ୍ୟୁତ ନିଶୁଳ୍କ ମିଳିପାରିଥିଲା। ଏହା ଛଡା ସେ ସ୍ୱାସ୍ଥ୍ୟମନ୍ତ୍ରୀ ବାବେ ମହଲା କ୍ଲିନିକ୍ ବ୍ୟବସ୍ଥା ପ୍ରଚଳନ କରି ବେଶ ଲୋକପ୍ରୀୟ ହୋଇପାରିଥିଲେ। ଏଥର ମୁଖ୍ୟମନ୍ତ୍ରୀ ପୂର୍ବମନ୍ତ୍ରୀମାନଙ୍କ ବିଭାଗ ଅଦଳବଦଳ କରିନାହାନ୍ତି। ଏଣୁ ମନ୍ତ୍ରୀମାନେ ସୋମବାର ନିଜନିଜ ବିଭାଗର ଦାୟିତ୍ୱ ଗ୍ରହଣ କରିଛନ୍ତି।

{"id":225525,"sizeSlug":"large"}

ନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ଜାରି ହୋଇଥିବା କେଜରିୱାଲ ଗ୍ୟାରେଣ୍ଟି କାର୍ଡ ଉପରେ ଏବେ ପ୍ରାଥମିକତା ଦିଆଯିବ ବୋଲି ମନ୍ତ୍ରୀମାନେ କହିଛନ୍ତି। ଗ୍ୟାରେଣ୍ଟି କାର୍ଡ ଓ ନିର୍ବାଚନ ଇସ୍ତାହାରରେ କରାଯାଇଥିବା ଘୋଷଣା ପୂରଣ କରିବା ସରକାରର ଏବେ ପ୍ରାଥମିକତା ହେବ ବୋଲି ଶ୍ରମମନ୍ତ୍ରୀ ଗୋପାଳ ରାୟ କହିଛନ୍ତି। ରାୟ ରାଜ୍ୟର ଶ୍ରମ ମନ୍ତ୍ରୀ ଅବସ୍ଥାପିତ ରହିବା ବେଳେ ରାଜଧାନୀରେ ପ୍ରଥମ ଥର ସର୍ବନିମ୍ନ ମଜୁରିନିର୍ଦ୍ଧାରିତ ହୋଇଥିଲା। ଫଳରେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ରାଜଧାନୀ ଦିଲ୍ଲୀର ମଜୁରି ଏବେ ସର୍ବାଧିକ ହୋଇପାରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.