scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେଜରିଓ୍ଵାଲ

27/05/2023 at 5:28 PM

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଜାତୀୟସ୍ତରରେ ବିରୋଧୀ ଦଳ ନେତାଙ୍କୁ ଭେଟୁଛନ୍ତି। ଏହିକ୍ରମରେ ସେ ଶନିବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆରଏସ ଅଧ୍ୟକ୍ଷ କେ ଚନ୍ଦ୍ରଶେଖର ରାଓଙ୍କୁ ହାଇଦ୍ରାବାଦରେ ସାକ୍ଷାତ କରିଛନ୍ତି। ଏହି ସମୟରେ କେଜରିଓ୍ଵାଲଙ୍କ ସହ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗତ ସିଂ ମନ, ଆପ୍ ନେତା ରାଘବ ଚଡ୍ଡା, ସଞ୍ଜୟ ସିଂ ଏବଂ ଅନ୍ୟ ନେତା ଉପସ୍ଥିତ ଥିଲେ। ହାଇଦ୍ରାବାଦ ପ୍ରଗତି ଭବନରେ ଆଜି ଅପରାହ୍ନ ୧ଟାରେ ଦିଲ୍ଲୀ ଏବଂ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ବସିଥିଲା।

ଶୁକ୍ରବାର ଆମ୍ ଆଦମୀ ପାର୍ଟି ଟୁଇଟ୍ କରି କହିଥିଲା, ସୁପ୍ରିମକୋର୍ଟଙ୍କ ଆଦେଶ ବିରୋଧରେ ବିଜେପି ସରକାର ଆଣିଥିବା ଅସାମ୍ବିଧାନିକ ଏବଂ ଅଗଣତାନ୍ତ୍ରିକ ଅଧ୍ୟାଦେଶକୁ ପ୍ରତିହତ କରିବା ପାଇଁ ଆମେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ସମର୍ଥନ ଲୋଡ଼ିଛୁ। କେଜରିଓ୍ଵାଲ ସମଗ୍ର ଦେଶ ବୁଲି ଅଣବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ନେତାମାନଙ୍କୁ ଭେଟୁଛନ୍ତି।

କେଜରିଓ୍ଵାଲଙ୍କ ସହିତ ଆପ୍‌ର ନେତାମାନେ ଅଧ୍ୟାଦେଶ ବିରୋଧରେ ସମର୍ଥନ ଦେବାକୁ କେସିଆରଙ୍କୁ ଅପିଲ୍ କରିଛନ୍ତି। ଏଥିସହ ସହ କେଜରିଓ୍ଵାଲ୍ ସଂସଦରେ ମୋଦୀ ସରକାରଙ୍କ ଅଧ୍ୟାଦେଶକୁ ବିରୋଧ କରିବା ପାଇଁ ବିଆରଏସକୁ ଅନୁରୋଧ କରିଛନ୍ତି।

ଏହା ପୂର୍ବରୁ ମେ ୨୨ ତାରିଖରେ କେଜରିଓ୍ଵାଲା ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟି ଅଧ୍ୟାଦେଶ ବିରୋଧରେ ସମର୍ଥନ ଲୋଡ଼ିଥିଲେ। ଏଥିସହ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଭେଟିଥିଲେ। ମମତା ବାନାର୍ଜୀ କେଜରିଓ୍ଵାଲଙ୍କୁ ଆଶ୍ଵାସନ ଦେଇଛନ୍ତି ଯେ, ସଂସଦରେ ତୃଣମୂଳ କଂଗ୍ରେସ ନରେନ୍ଦ୍ର ମୋଦୀ ସରକାରଙ୍କ ଅଧ୍ୟାଦେଶକୁ ବିରୋଧ କରିବ।

ମେ ୨୫ ତାରିଖରେ କେଜରିଓ୍ଵାଲ ଏବଂ ଭଗଓ୍ଵନ୍ତ ମନ ମୁମ୍ବାଇରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନସିପି)ର ଅଧ୍ୟକ୍ଷ ଶରଦ ପାଓ୍ଵାରଙ୍କୁ ସାକ୍ଷାତ କରିଥିଲେ। ଏଥିସହ ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ପୃଥକ ଭାବେ ଭେଟିଥିଲୁ। ଶରଦ ପାଓ୍ଵାର ଏହି ପ୍ରସଙ୍ଗରେ ଅନ୍ୟ ବିରୋଧୀଙ୍କୁ ମନାଇବାରେ ସହାୟତା କରିବେ ବୋଲି କେଜରିଓ୍ଵାଲଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଏ ଖବର ପଢନ୍ତୁ- ‘ଅଚ୍ଛେ ଦିନ୍’, ‘ଘର-ଘର ମୋଦୀ’, ‘ଅବକି ବାର୍ ମୋଦୀ ସରକାର’… ଯେତେବେଳେ ନାରା ବଦଳାଇ ଦେଲା ନିର୍ବାଚନୀ ମୁଡ୍

   Related Posts