<strong>ମିଛ ଖବର ପ୍ରଚାର କରୁଛନ୍ତି କେଜରିୱାଲ; ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲା ବିଜେପି</strong>

Published By : Prameya-News7 Bureau | August 13, 2022 IST

ନୂଆଦିଲ୍ଲୀ ୧୩/୦୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମିଛ ଖବର ପ୍ରସାର କରିଛନ୍ତି ବୋଲି ବିଜପି ଅଭିଯୋଗ ଆଣିଛି। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ଓଡିଶାର ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରାର୍ଥୀ ସମ୍ୱିତ ପାତ୍ର ଏବିଷୟରେ ଜଣାଇଛନ୍ତି।  ସେ କହିଛନ୍ତି  କେଜରୱାଲ ତାଙ୍କ ଟୁଇଟ କରିଥିଲେ ଦିଲ୍ଲୀ ମଡେଲ ସ୍କୁଲ ବ୍ୟବସ୍ଥାରେ ବ୍ରିଟେନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପ୍ରଭାବିତ ହୋଇଛନ୍ତି ଓ ସେ ଏହାର ଅଧ୍ୟୟନ କରୁଛନ୍ତି। ଏହି କଥା ସମ୍ପୂର୍ଣ୍ଣ ମିଛ ବୋଲି ବିଜେପି ପ୍ରବକ୍ତା ସମ୍ୱିତ କହିଛନ୍ତି।

ସେ କହିଛନ୍ତି ଅରବିନ୍ଦ କେଜରିୱାଲ ଦିଲ୍ଲୀରେ ୫୦୦ ସ୍କୁଲ ଖୋଲିବେ ବୋଲି କହିଥିଲେ କିନ୍ତୁ ସ୍କୁଲ ଖୋଲିବା ବଦଳରେ ସ୍କୁଲ ବନ୍ଦ ହୋଇଛି। ଅରବନ୍ଦ କେଜରିୱାଲ କହିଥିଲେ ଯେ, ଦିଲ୍ଲୀର ସ୍କୁଲକୁ ଏତେ ଭଲ ଭାବେ ତିଆରି ହେବଯେ ସେଠାକୁ ମନ୍ତ୍ରୀଙ୍କ ପିଲାମାନେ ମଧ୍ୟ ପଢ଼ିବାକୁ ଆସିବେ। କେହି ଘରୋଇ ବିଦ୍ୟାଳୟକୁ ଯିବେ ନାହିଁ। ଆହୁର ମଧ୍ୟ ବିଜେପି କେଜରିୱାଲଙ୍କୁ ଚ୍ୟାଲେଞ୍ଜ କରି କହିଛି ଯେ କେତେଜଣ ମନ୍ତ୍ରୀଙ୍କ ପୁଅ ସରକାରୀ ବିଦ୍ୟାଳୟକୁ ପଢ଼ିବାକୁ ଆସିଛନ୍ତି ତାର ପ୍ରମାଣ ଦିଅନ୍ତୁ।

ବିଜେପି ଅଭିଯୋଗ କରି କହିଛି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପୁରାପୁରି  ଅବକାରୀ ଘୋଟାଲାରେ ସମ୍ପୃକ୍ତ ଅଛନ୍ତି। ଯେଉଁ ମଦ ମାଫିଆମାନଙ୍କୁ  ମଦଦୋକାନ ପାଇ ପାରୁନଥିଲେ ଅରବିନ୍ଦ କେଜରିୱାଲ କହିବାରୁ ମନିଷ ସିସୋଦିଆ ରାବିଡ଼ି ଭଳି ସେହି ମାଫିଆମାନଙ୍କୁ ଦିଲ୍ଲୀରେ ବେଆଇନ ମଦ ଦୋକାନ ପାଇଁ ଅନୁମତି ଦେଇଥିଲା।  

ସମ୍ୱିତ ପାତ୍ର କହିଛନ୍ତି ଅରବିନ୍ଦ କେଜରିୱାଲ ଓ ମନୀଷ ସିସୋଦିଆ ନିଜର ମଦ ମାଫିଆ ସାଙ୍ଗମାନଙ୍କୁ ୧୪୪ କୋଟି ଟଙ୍କା ଛାଡ଼ କରି ତାଙ୍କ କର୍ତ୍ତବ୍ୟ କରିଥିଲେ। କିନ୍ତୁ ଦିଲ୍ଲୀ କ୍ୟାବିନେଟ ବୈଠକ ସମସ୍ତ ପ୍ରସ୍ତାବରେ ମୋହର ଲାଗିଥିଲା। ପୁଣି ଏହାପରେ ସମମ୍ତ ପ୍ରସ୍ତାବକୁ ଖାରଜ କରାଯାଇଥିଲା କାରଣ ସେମାନେ ଜାଣିଥିଲେଯେ ଯାହା ହୋଇଛି ଭୁଲ ହୋଇଛି।

ସମ୍ୱିତ ପାତ୍ର ଆହୁରି କହିଛନ୍ତି ଅରବିନ୍ଦ କେଜରିୱାଲ ଓ ସତ୍ୟେନ୍ଦ୍ର ଜୈନ ଭଲ ଭାବେ ଜାଣିଛନ୍ତିଯେ ସତ୍ୟେନ୍ଦ୍ର ଜୈନଙ୍କର ଅବସ୍ଥା କିପରି ହୋଇଥିଲା। ଠିକ ସେହିପରି ମନିଷ ସିସୋଦିଆଙ୍କ ସହିତ ହେବ। ଆଇନଗତ ଭାବେ ସେମାନେ ଭୁଲ ଅଛନ୍ତି ବୋଲି ସେମାନେ ଭଲ ଭାବେ ଜାଣିଛନ୍ତି। ସେଥିପାଇଁ  ସେମାନେ ବିଶୃଙ୍ଖଳାଜନିତ ପରସ୍ଥିତି ସୃଷ୍ଟି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.