ବିଧାନସଭାରେ କେଜ୍ରିୱାଲଙ୍କ ଶକ୍ତି ପରୀକ୍ଷଣ, ଆପ୍ ଏବଂ ବିଜେପି ଭିତରେ ମୁହାଁମୁହିଁ ସ୍ଥିତି

Published By : Prameya-News7 Bureau | August 29, 2022 IST

ନୂଆଦିଲ୍ଲୀ ୨୯/୦୮: ଆଜି ବିଧାନସଭାରେ କେଜ୍ରିୱାଲଙ୍କ ଶକ୍ତି ପରୀକ୍ଷଣ । ମଦନୀତିରେ ଦୁର୍ନିତୀ ଅଭିଯୋଗ ନେଇ ଆପ୍ ଏବଂ ବିଜେପି ଭିତରେ ମୁହାମୁହିଁ ସ୍ଥିତି ଉପୁଜିଛି । ଏଭିତରେ ଆଜି ଦିଲ୍ଲୀ ବିଧାନସଭାରେ ବିଶ୍ବାସ ମତ ଉପସ୍ଥାପନ କରିବେ ଅରବିନ୍ଦ କେଜ୍ରିୱାଲ ।

ଆପ୍ ସରକାର ପାଖରେ ବିଧାୟକଙ୍କ ବହୁମତ ଥିବାରୁ ଶକ୍ତି ପରୀକ୍ଷଣକୁ କେଜ୍ରିୱାଲ ସହଜରେ ଜିତିବା ସମ୍ଭାବନା ରହିଛି । ରାଜଧାନୀ ଦିଲ୍ଲୀରେ ଆପ୍ ଏବଂ ବିଜେପି ଭିତରେ ରାଜନୀତି ତେଜୁଛି । ସରକାର ଭାଙ୍ଗିବା ପାଇଁ ବିଧାୟକଙ୍କୁ ବିଜେପି ୨୦କୋଟି ଟଙ୍କା ଲେଖାଏଁ ଅଫର କରୁଥିବା କେଜ୍ରିୱାଲ ଅଭିଯୋଗ କରିଛନ୍ତି ।

ଗତ ସପ୍ତାହରେ ଆପ୍ ର ବୈଠକରେ ୫୩ ବିଧାୟକ ସାମିଲ ହେବା ପରେ ଏହାକୁ ନେଇ ବିଜେପି ଅଭିଯୋଗ ଆଣିଥିଲା ଯେ ଆପ୍ ସରକାରର ବହୁମତ ନାହିଁ । ୭୦ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପ୍ ପାଖରେ ୬୨ ବିଧାୟକ ଥିବା ବେଳ ବିଜେପି ପାଖରେ ଅଛନ୍ତି ୮ ବିଧାୟକ । ….

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.