ଆନ୍ନା ହଜାରେଙ୍କ ପତ୍ରର ଜବାବ ରଖିଲେ କେଜରିୱାଲ, ଅବକାରୀ ନୀତି ନେଇ ଜାଣନ୍ତୁ କହିଛନ୍ତି କ’ଣ?

Published By : Prameya-News7 Bureau | August 30, 2022 IST

ନୂଆଦିଲ୍ଲୀ ୩୦।୮: ଦିଲ୍ଲୀ ମଦ ନୀତି ଉପରେ ଆନ୍ନା ହଜାରେ ଛିଡା କରିଥିବା ପ୍ରଶ୍ନର କେଜରିୱାଲ ମଙ୍ଗଳବାର ଜବାବ ରଖିଛନ୍ତି। ଏଥିରେ ବିଜେପି ଜାଣି ଶୁଣି ଆନ୍ନା ହଜାରେଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟାଉଥିବା କେଜରିୱାଲ କହିଛନ୍ତି। ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ ଆମ ଆଦମୀ ପାର୍ଟିର ଅବକାରୀ ନୀତିରେ ଆହତ ହୋଇ କେଜରିୱାଲଙ୍କୁ ପତ୍ର ଲେଖିଥିଲେ। ଏଥିରେ ପ୍ରଥମେ କେଜରିୱାଲ ମଦର ବିରୋଧୀ ଥିଲେ ଓ ବଡ଼ ବଡ଼ କଥା କହୁଥିଲେ ଏବେ ନିଜେ କିପରି ମଦ ବେପାର କରୁଥିଲେ ବୋଲି ପ୍ରଶ୍ନ କରିଥିଲେ। ବୋଧ ହୁଏ ‘ଆପ’ ଉପରେ ମଧ୍ୟ କ୍ଷମତା ନିଶା ଚଢି ଯାଇଛି ବୋଲି ଆନ୍ନା ହଜାରେ ଚିଠିରେ ଉଲ୍ଲେଖ କରିଥିଲେ।

{"id":678221,"width":839,"height":553,"sizeSlug":"full","linkDestination":"none"}

ଏହାର ଜବାବରେ କେଜରିୱାଲ କହିଛନ୍ତି ଯେ ମଦ ନୀତି ଉପରେ ବିଜେପିର ଅଭିଯୋଗ କାମ ଦେଲାନି, ଏଣୁ ଆନ୍ନାଙ୍କୁ ନେଇ ଆସିଛି। ଏବେ ଆନ୍ନା ହଜାରେଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଚଳାଇବାକୁ ଉଦ୍ୟମ କରୁଛି ଦଳ। ଏହା ପୂର୍ବରୁ କୁମାର ବିଶ୍ୱାସଙ୍କୁ ନେଇ ଆସିଥିଲେ। କହିଥିଲେ ଆପ୍ ଖାଲିସ୍ତାନ ସମର୍ଥକ। ବିଜେପି କହୁଛି ମଦନୀତିରରେ ଦୁର୍ନୀତି ହୋଇଛି। ତେବେ ସିବିଆଇ କହିଛି କୌଣସି ଅନିୟମିତତା ନାହିଁ। ଏଣୁ ଜନତା ଏବେ ବିଜେପି କଥା ଶୁଣୁ ନଥିବାରୁ ଆନ୍ନା ହଜାରେଙ୍କ କାନ୍ଧରେ ବନ୍ଧୁକ ରଖି ଫୁଟେଇବାକୁ ଉଦ୍ୟମ କରୁଥିବା କେଜରିୱାଲ କହିଛନ୍ତି।

{"id":678223,"width":840,"height":442,"sizeSlug":"full","linkDestination":"none"}

ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଯାଞ୍ଚ ନେଇ ମଧ୍ୟ କେଜରିୱାଲ କହିଛନ୍ତି। ଆମକୁ ଯେ କୌଣସି ଯାଞ୍ଚ ଲାଗି ପ୍ରତି ମୂହୁର୍ତ୍ତରେ ପ୍ରସ୍ତୁତ ରହିବାକୁ ହେବ। ମାମଲାରେ ସିବିଆଇର  ଯାଞ୍ଚ ସରିଛି, ମନିଷ ସିସୋଦିଆଙ୍କୁ ସିବିଆଇ ୧୪ ଘଣ୍ଟା ପଚରା ଉଚରା କରିଛି। ସେ ପ୍ରତ୍ୟେକ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇଛନ୍ତି। ଏଣୁ ତାଙ୍କୁ ନେଇ କୌଣସି ବିପରୀତ ପରିସ୍ଥିତି ଉପୁଜିବ ନାହିଁ ବୋଲି କେଜରିୱାଲ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.