କେଜରିୱାଲଙ୍କ ଘୋଷଣା, ଗୁଜରାଟରେ ଇସୁଦାନ ଗଢଭି ହେବେ ‘ଆପ୍’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

Published By : Prameya-News7 Bureau | November 04, 2022 IST

ନୂଆଦିଲ୍ଲୀ ୪।୧୧: ଆମ ଆଦମୀ ପାର୍ଟି (ଆପ୍)ର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଗୁଜରାଟରେ ତାଙ୍କ ଦଳର ମୁଖ୍ୟମନ୍ତ୍ରୀଙ୍କ ଚେହେରା ସ୍ପଷ୍ଟ କରିଛନ୍ତି। କେଜରିୱାଲ ଶୁକ୍ରବାର ଇସୁଦାନ ଗଢଭିଙ୍କୁ ତାଙ୍କ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛନ୍ତି। ଏହା ପୂର୍ବରୁ ଗତ ଅକ୍ଟୋବର ୨୯ ତାରିଖ ଦିନ କେଜରିୱାଲ ଗୁଜରାଟର ସୁରଟରେ ସାମ୍ବାଦିକ ସମ୍ମିଳନୀ କରି ଲୋକେ କାହାକୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ଚାହାନ୍ତି ବୋଲି ପ୍ରଶ୍ନ କରିଥିଲେ।

ଗୁଜରାଟରେ ଆପର ମୁଖ୍ୟମନ୍ତ୍ରୀ ଚେହେରା ହେବା ପାଇଁ ପାଟିଦାର ନେତା ଗୋପାଲ ଇଟାଲିଆ, ଅଳ୍ପେଶ କଥେରିଆ କଂଗ୍ରେସ ଛାଡି ଆପରେ ଯୋଗ ଦେଇଥିବା ଇନ୍ଦ୍ରନୀଲ ରାଜ୍ୟଗୁରୁ ଓ ମନୋଜ ସୁରଥିଆଙ୍କ ନାମ ଚର୍ଚ୍ଚାରେ ଥିଲା। ତେବେ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଜନତାଙ୍କ ରାୟ ଆଧାରରେ ପୂର୍ବତନ ସାମ୍ବାଦିକ ଇସୁଦାନ ଗଢଭିଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି।

{"id":704559,"sizeSlug":"full","linkDestination":"none"}

ଇସୁଦାନ ଗଢଭି ଏବେ ଆମଆଦମୀ ପାର୍ଟିର ଜାତୀୟ ଯୁଗ୍ମ ସାଧାରଣ ସମ୍ପାଦକ ଅଛନ୍ତି।  ତେବେ ଗଢଭିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ଲାଗି ଗୁଜରାଟର ୧୬ ଲକ୍ଷ ୪୮ହଜାର  ୫୦୦ ଜନତା ସେମାନଙ୍କର ରାୟ ଦେଇଛନ୍ତି। ଲୋକଙ୍କ ରାୟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା କେଜରିୱାଲ କହିଛନ୍ତି। ରାଜ୍ୟର ଜନତା ଗଢଭିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଛନ୍ତି। ଏଣୁ ରାଜ୍ୟରେ ଗଢବୀ ହିଁ ମୁଖ୍ୟମନ୍ତ୍ରୀ ଚେହେରା ହେବେ ବୋଲି କେଜରିୱାଲ କହିଛନ୍ତି।

କେଜରିୱାଲ କହିଛନ୍ତି ଯେ ଗୁଜରାଟ ପରିବର୍ତ୍ତନ ଦିଗରେ ଆଗକୁ ବଢୁଛି। ଆପ୍ ନୂଆ ଇଞ୍ଜିନ ଓ ନୂଆ ଆଶା ହେବ ବୋଲି କେଜରିୱାଲ କହିଛନ୍ତି। ଅକ୍ଟୋବର ୨୯ ତାରିଖ ଦିନ କେଜରିୱାଲ ସୁରଟରେ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ମୁଖ୍ୟମନ୍ତ୍ରୀ ପଦରେ କାହାକୁ ଦେଖିବାକୁ ଇଛା କରନ୍ତି ବୋଲି ପଚାରିଥିଲେ। ଏ ସମ୍ପର୍କରେ ଜଣାଇବାକୁ କେଜରିୱାଲ ଏକ ନମ୍ବର ଜାରି କରିଥିବା ବେଳେ ଲୋକଙ୍କୁ କଲ କରି ଅଥବା ହ୍ୱାଟସ୍ ଆପରେ ୩ ନଭେମ୍ବର ଗୁରୁବାର ସନ୍ଧ୍ୟା ସୁଦ୍ଧା ଜଣାଇବାକୁ  କହିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.