suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

PM ମୋଦିଙ୍କ ଶୈକ୍ଷିକ ଯୋଗ୍ୟତା ଉପରେ ପୁଣି ପ୍ରଶ୍ନ ଉଠାଇଲେ କେଜ୍ରିୱାଲ, ଜାଣନ୍ତୁ କହିଲେ କ’ଣ?

1/04/2023 at 2:49 PM

ନୂଆଦିଲ୍ଲୀ ୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଜିକାଲି ପ୍ରଧାନମନ୍ତ୍ରୀଙ୍କ ଶୈକ୍ଷିକ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ଏ ନେଇ କେଜରିୱାଲ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ଉଚ୍ଚଶିକ୍ଷିତ ବ୍ୟକ୍ତି ହେବା ଜରୁରି। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ସବୁ ବିଚଳିତ କରିବା ଭଳି ବୋଲି କେଜରିୱାଲ କହିଛନ୍ତି।

ସେ କହିଛନ୍ତି ଯେ  ପାଠପଢା ଲୋକ ବାଦଲ ପଛରୁ ରାଡାର ଧରିପାରିବନି ଓ ନାଳରୁ ଗ୍ୟାସ୍ ବାହାର କରିବାର କଥା କହିବ ନାହିଁ। ଏଥିରୁ ପ୍ରଧାନମନ୍ତ୍ରୀଙ୍କର ଅଜ୍ଞତା କେତେ ତାହା ସହଜରେ ବାରି ହୋଇପଡୁଛି।  ଗୁଜରାଟ ହାଇକୋର୍ଟଙ୍କ ରାୟର ଉଲ୍ଲେଖ କରି  କେଜରିୱାଲ କହିଛନ୍ତି ଯେ ‘ଗୁଜରାଟ ହାଇକୋର୍ଟରୁ ଗତକାଲି ଅର୍ଡର ଆସିଛି ଯେ ଲୋକେ ପ୍ରଧାନମନ୍ତ୍ରୀଙ୍କ ଏଜୁକେସନାଲ କ୍ୱାଲିଫିକେସନର ସୂଚନା ପାଇପାରିବେନି’ କୋର୍ଟଙ୍କ ଏହି ଆଦେଶରେ ଦେଶ ଏବେ ସ୍ତବ୍ଦ।

କେହି ପାଠ ପଢିବା ବା ନ ପଢିବା ଅପରାଧ ନୁହେଁ। ଆମ ଦେଶର ଗରିବି ଓ ପାରିବାରିକ ପରିସ୍ଥିତି ଯୋଗୁ ଅନେକ ଲୋକେ ପାଠ ପାଢିପାରୁ ନାହାନ୍ତି।  ତେବେ କାନାଡାରେ ପ୍ରଧାନମନ୍ତ୍ରୀ ‘ଏ ପ୍ଲସ୍ ବି’କୁ ନେଇ ଯାହା କହିଲେ ତାହା ସମସ୍ତେ ଦେଖିଲେ। ସେ ପିଲାଙ୍କୁ କହିଲେ କ୍ଲାଇମେଟ୍ ଚେଞ୍ଜ ବୋଲି କିଛି ନାହିଁ ,ଯାହା ଶୁଣି ପିଲା ହସୁଥିଲେ। ଏଥିରୁ ଆମ ପ୍ରଧାନମନ୍ତ୍ରୀ  ପାଠ ପଢୁଆ କି ନୁହଁ ତାହା  ସନ୍ଦେହ ହେବା ସ୍ୱଭାବିକ ବୋଲି କେଜରିୱାଲ କହିଛନ୍ତି।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ଦୈନିକ ଶହଶହ ନିଷ୍ପତ୍ତି ନେବାକୁ ପଡିଥାଏ। ଯଦି ସେ ନ ପଢନ୍ତି ତେବେ ସରକାରୀ ଅଧିକାରୀ ତାଙ୍କୁ ଯେ କୌଣସି କାଗଜରେ ବି ଦସ୍ତଖତ କରାଇ ନେଇ ପାରନ୍ତି। ଗତ ଦିନରେ ଯେପରି ନୋଟ୍ ବନ୍ଦୀ ହେଲା, ଜିଏସଟି ଲାଗୁ ହେଲା ଏଥିରେ ଅର୍ଥ ବ୍ୟବସ୍ଥାର ବଡ କ୍ଷତି ହେଲା। ଏମିତିରେ ହିଁ କୃଷି ଆଇନ ଅଣାଯାଇଥିଲା। ଗତ କିଛି ବର୍ଷରେ ଦେଶରେ ୬୦ ହଜାର ସ୍କୁଲ ବନ୍ଦ କରିଦିଆଯାଇଛି, ଅର୍ଥାତ ସରକାର ଶିକ୍ଷାକୁ ଗୁରୁତ୍ୱ ଦେଉ ନାହାନ୍ତି। ଅପାଠୁଆ ଦେଶ ଉନ୍ନତି କିପରି କରିବ ବୋଲି କେଜରିୱାଲ ପ୍ରଶ୍ନ କରିଛନ୍ତି।  

ଏଥିରେ ଗୁଜରାଟ ହାଇକୋର୍ଟଙ୍କ ଆଦେଶ ପ୍ରଧାନମନ୍ତ୍ରୀଙ୍କ ଶୈକ୍ଷିକ ଯୋଗ୍ୟତାକୁ ନେଇ ସଂଶୟ ଆହୁରି ବଢେଇ ଦେଇଛି ବୋଲି ସେ କହିଛନ୍ତି। କିଛି ସମୟ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ଏକ ଡିଗ୍ରି ଦେଖାଇଥିଲେ। ହୋଇପାରେ ପ୍ରଧାନମନ୍ତ୍ରୀ ତାଙ୍କ ଅହଂକାରରେ ଶୈକ୍ଷିକ ଯୋଗ୍ୟତା ଦେଖାଉ ନାହାନ୍ତି। ତେବେ ଦେଶର ଜନତାଙ୍କ ମନରେ ଏବେ ଭିନ୍ନ ପ୍ରଶ୍ନ ଉଠୁଛି ବୋଲି କେଜରିୱାଲ କହିଛନ୍ତି, ହୁଏତ ପ୍ରଧାନମନ୍ତ୍ରୀଙ୍କ  ଡିଗ୍ରି ସାର୍ଟିଫିକେଟ ନକଲୀ ବି ହୋଇଥାଇପାରେ ବୋଲି ଲୋକେ ଏବେ ଭାବୁଛନ୍ତି।

ଗୁଜରାଟ ହାଇକୋର୍ଟ ଶୁକ୍ରବାର କେଜରିୱାଲଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାର ସାର୍ଟିଫିକେଟ୍ ମାଗିବା ଯୋଗୁ ୨୫ ହଜାର ଟଙ୍କା ଜରିମନା କରିଥିଲେ। କହିଥିଲେ କେଜରିୱାଲ ତାଙ୍କ ପବ୍ଲିସିଟି ପାଇଁ କୋର୍ଟଙ୍କ ସମୟ ନଷ୍ଟ କରିଛନ୍ତି। ଏଥିରେ କୋର୍ଟ ପିଏମଓଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାର୍ଟିଫିକେଟ ସାର୍ବଜନିକ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ମଧ୍ୟ କହିଥିଲେ।

   Related Posts