ପ୍ରଧାନମନ୍ତ୍ରୀ କୈର ଷ୍ଟାର୍ମରଙ୍କ ମନ୍ତ୍ରିମଣ୍ଡଳ; ଜାଣନ୍ତୁ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ

Published By : Prameya-News7 Bureau | July 06, 2024 IST

ନୂଆଦିଲ୍ଲୀ: ବ୍ରିଟେନରେ ପ୍ରଚଣ୍ଡ ବିଜୟ ସହ ଲେବର ପାର୍ଟି ଶାସନ କ୍ଷମତାକୁ ଆସିଛି । ସାଧାରଣ ନିର୍ବାଚନରେ ଷ୍ଟାର୍ମରଙ୍କ ଲେବର ପାର୍ଟିକୁ ୪୧୨ ଆସନ ମିଳିଛି । ସେପଟେ ଋଷି ସୁନକଙ୍କ କଞ୍ଜର୍ଭେଟିଭ୍ ପାର୍ଟି ମାତ୍ର ୧୨୧ଟି ସିଟରେ ବିଜୟୀ ହୋଇଛି । ୧୪ ବର୍ଷ ପରେ ବ୍ରିଟେନକୁ ପୁଣି ଥରେ ଶାସନ କ୍ଷମତାକୁ ଫେରିଛି ଲେବର ପାର୍ଟି । 

ବ୍ରିଟେନ ରାଜନୀତିରେ ବ୍ରିଟିଶ-ଭାରତୀୟ ବଂଶୋଦ୍ଭବ ପ୍ରାର୍ଥୀଙ୍କ ବଡ଼ ବିଜୟ। କେରଳରୁ ଆରମ୍ଭ କରି ପଞ୍ଜାବ ଯାଏ- ୨୬ ଭାରତୀୟ ନିର୍ବାଚନରେ ବାଜି ମାରିଛନ୍ତି। ଉଭୟ କଞ୍ଜରଭେଟିଭ ଓ ଲେବର ପାର୍ଟିରୁ ସେମାନେ ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି । ନିର୍ବାଚନରେ ମୋଟ୍ ୧୦୭ ଭାରତୀୟ ବଂଶୋଦ୍ଭବ ଭାଗ ନେଇଥିଲେ । କଞ୍ଜରଭେଟିଭ ପାର୍ଟିରୁ ଲଢି ନର୍ଦର୍ଣ୍ଣ ଇଂଲଣ୍ଡରୁ ବିଜୟୀ ହୋଇଛନ୍ତି ରିଷି ସୁନକ।

ସେହିପରି ୱିଥାମରୁ ବିଜୟୀ ହୋଇଛନ୍ତି ପ୍ରୀତି ପଟେଲ। ଲିସେଷ୍ଟରରୁ ବିଜୟୀ ହୋଇଛନ୍ତି ଶିବାନୀ ରାଜା। ଫାରେହାନ ଆସନରୁ ବିଜୟୀ ହୋଇଛନ୍ତି ସୁଏଲ ବ୍ରେଭରମ୍ୟାନ। ଗଗନ ମହିନ୍ଦ୍ରା ବିଜୟୀ ହୋଇଛନ୍ତି ସାଉଥ ୱେଷ୍ଟ ହେର୍ଟଫର୍ଡସାୟାରରୁ । ସେହିପରି ଲେବର ପାର୍ଟି ପ୍ରାର୍ଥୀ କନିଷ୍କ ନାରାୟଣ, ସୀମା ମାଲହୋତ୍ରା, ଭାଲେରି ଭାଜ, ନାଦିଆ ହ୍ବିଟୋମ, ପ୍ରୀତିକୌର ଗିଲ, ତନମନଜିତ ସିଂ ଧେସି, ସାଜନ ଯୋଶେଫ, ଲିଜା ନନ୍ଦୀ, ନଭେନ୍ଦ୍ର ମିଶ୍ର, ସତବୀର କୌର, ଅଶ୍ବିନୀ ଆଠୱାଲ, ବାଗି ଶଙ୍କର, ହରପ୍ରୀତ ଉପ୍ପଲ, ୱାରନ୍ଦର ଜସ, ଗୁରିନ୍ଦର ଜୋସନ, ସୋନିଆ କୁମାର, ସୁରୀନା ବ୍ରାକନବ୍ରିଜ, କିରିଥ ଏଣ୍ଟୱିସଲ, ଜୀବନ ସାନ୍ଧେର ପ୍ରମୁଖ ବିଜୟୀ ହୋଇଛନ୍ତି ।

ଏପଟେ ବିଜୟ ପରେ ନୂଆ ଟିମ୍ ଗଠନ କରିଛନ୍ତି ପ୍ରଧାନମନ୍ତ୍ରୀ କୈର ଷ୍ଟର୍ମର। ରାଚେଲ ରିଭେସ ବ୍ରିଟେନର ପ୍ରଥମ ମହିଳା ଚାନସେଲର ହୋଇଛନ୍ତି । ଆଞ୍ଜେଲା ରେନର ହୋଇଛନ୍ତି ଉପପ୍ରଧାନମନ୍ତ୍ରୀ । ୟେଭେତ କୁପର ଗୃହମନ୍ତ୍ରୀ ଦାୟିତ୍ବ ସମ୍ଭାଳିବେ । ଡାଭିଡ୍ ଲାମିଙ୍କୁ ଦିଆଯାଇଛି ବୈଦେଶିକ ମନ୍ତ୍ରୀ ଦାୟିତ୍ବ । ଜୋନାଥନ ରେନଓଲ୍ଡସ ହୋଇଛନ୍ତି ବ୍ୟବସାୟ ଓ ବାଣିଜ୍ୟ ମନ୍ତ୍ରୀ। ପିଟର କେଲି ହୋଇଛନ୍ତି ବିଜ୍ଞାନ, ଉଦ୍ଭାବନ ଓ ବୈଷୟିକ ମନ୍ତ୍ରୀ । ଲୁଇ ହେଗଙ୍କୁ ପରିବହନ, ଲିଜ କେଣ୍ଡାଲଙ୍କୁ କର୍ମ ଓ ପେନସନ ବିଭାଗ ମନ୍ତ୍ରୀ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.