Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କ’ଣ ମ୍ୟୁଜିକ୍‌ କମ୍ପୋଜର ଅନିରୁଦ୍ଧଙ୍କୁ ବିବାହ କରିବେ କୀର୍ତ୍ତି ସୁରେଶ ? ଅଭିନେତ୍ରୀ କଲେ ଖୁଲାସା

18/09/2023 at 7:30 AM

ମୁମ୍ଵାଇ ୧୮।୦୯: ସାଉଥ ସିନେମାର ସୁପରଷ୍ଟାର ଅଭିନେତ୍ରୀ କୀର୍ତ୍ତି ସୁରେଶ। ବର୍ତ୍ତମାନ ତାଙ୍କ ବିବାହ ଖବରକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚାରେ ଥିଲେ। ଖବର ଆସିଥିଲା ​​ଯେ ଅଭିନେତ୍ରୀ ଫିଲ୍ମ ‘ଜୱାନ’ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚାନ୍ଦ୍ରନଙ୍କୁ ବିବାହ କରିବାକୁ ଯାଉଛନ୍ତି। କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ ଏହି ଖବର ଉପରେ ଏକ ବଡ଼ ଖୁଲାସା କରିଛନ୍ତି।

 ଗତ କିଛି ଦିନ ହେବ ଗ୍ଲାମରସ୍ ଦୁନିଆରେ ଗୁଜବ ଉଡୁଥିଲା ଯେ କୀର୍ତ୍ତି ସୁରେଶ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। କିନ୍ତୁ ବର୍ତ୍ତମାନ ଏକ ରିପୋର୍ଟ ଅନୁଯାୟୀ କୀର୍ତ୍ତି ସୁରେଶ ଏହି ଗୁଜବକୁ ଅସ୍ୱୀକାର କରିଛନ୍ତି। ଏହା ବିଷୟରେ ଅଭିନେତ୍ରୀ କହିଛନ୍ତି, ଏହି ଖବର ସଂପୂର୍ଣ୍ଣ ଭୁଲ, ଅନିରୁଦ୍ଧ କେବଳ ମୋର ବନ୍ଧୁ …ଏହା ବ୍ୟତୀତ ଅଭିନେତ୍ରୀଙ୍କ ବାପା ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। OTT ପ୍ଲେ ସହିତ କଥାବାର୍ତ୍ତା କରି ସେ କହିଛନ୍ତି, “ଏଥିରେ କୌଣସି ସତ୍ୟତା ନାହିଁ। ଏହି ସମସ୍ତ ଖବର ମିଛ ଭିତ୍ତିହୀନ ଏବଂ ଏହା ପ୍ରଥମ ଘଟଣା ନୁହେଁ ଯେ କେହି ଏହା କରୁଛନ୍ତି ..

କହିବାକୁ ଗଲେ  କୀର୍ତ୍ତି ସୁରେଶ ନିକଟରେ ‘ଜୱାନ’ର ଚଲେୟା ‘ଗୀତରେ ନାଚୁଥିବାର ନଜର ଆସିଥିଲେ। କୀର୍ତ୍ତି ସୁରେଶ ଏବଂ ଅନିରୁଦ୍ଧ ‘ରେମୋ’, ‘ଥାନା ସରନ୍ଦା କୁଟମ୍’, ‘ଅଗ୍ନିଥବାସି’ ଭଳି ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି। ତେଣୁ ଏହା ପୂର୍ବରୁ ମଧ୍ୟ ସେମାନଙ୍କ ବିବାହର ଖବର ସାମ୍ନାକୁ ଆସିଛି। ଏହା ବ୍ୟତୀତ ଦୁହେଁ ସୋସିଆଲ ମିଡିଆରେ ପରସ୍ପର ସହ ଫଟୋ ଏବଂ ଭିଡିଓ ସେୟାର କରନ୍ତି।

   Related Posts