ଋତୁ ପରିବର୍ତ୍ତନରେ ସ୍ୱାସ୍ଥ୍ୟକୁ ନେଇ ଆପଣ ବି ଚିନ୍ତିତ କି ? ନିଜକୁ ଫିଟ୍ ରଖିବାକୁ ଆହାରରେ ସାମିଲ କରନ୍ତୁ ଏହିସବୁ ଜିନିଷ

Published By : Prameya-News7 Bureau | October 12, 2021 IST

ଭୁବନେଶ୍ୱର ୧୨/୧୦ : ଆଗକୁ ଶୀତ ଋତୁ ଆସୁଛି। ସେଥିପାଇଁ କିଛି ଲୋକଙ୍କ ମନ ବଦଳିବା ଭଳି ଲାଗେ । ଏହାକୁ ସିଜିନାଲ ଅପସେଟିଙ୍ଗ ଡିସ ଅର୍ଡର ବା (ଋତୁ ପରିବର୍ତ୍ତନ ଜନିତ ରୋଗ) କୁହାଯାଏ । ଏହା ଯୋଗୁ ଚିଡ଼୍ ଚିଡ଼ା ହେବା ସହିତ କୌଣସି କାମରେ ତାର ମନ ଲାଗେ ନାହିଁ। ଥକ୍କା ପଣ ଓ ଡିପ୍ରେସନ ପ୍ରାୟ ଲୋକଙ୍କୁ ବ୍ୟତିବ୍ୟସ୍ତ କରିପକାଏ। ହେଲ୍ଥ ଲାଇନ ଖବର ଅନୁଯାୟୀ କିଛି ଔଷଧ, ଟକ୍ ଥେରାପି, ବ୍ୟାୟାମ ଓ ଯୋଗ ଦ୍ୱାରା ଏହି ରୋଗରୁ ଆମେ ରକ୍ଷା ପାଇ ପାରିବା। ଋତୁ ପରିବର୍ତ୍ତନ ସହିତ ଆମ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ। ଏବେ ର ସମୟରେ  ରୋଗ ପ୍ରତିରୋଧକ ଶକ୍ତିକୁ ନିଜ ଶରୀରରେ ବଜାୟ ଖିବା ନିହାତି ଆବଶ୍ୟକ । କିନ୍ତୁ କରୋନା ସମୟର ରେ ଲୋକ ନିଜ ରୋଗ ପ୍ରତିରୋଧକ ଶକ୍ତି ପାଇଁ ସଚେତନ ରହିବା ସହ ସଚେତନ ରହୁଛନ୍ତି। ଜାଣି ରଖିବା ଉଚିତ ଯେ ଋତୁ ପରିବର୍ତ୍ତନ ଅନୁଶାରେ ଆମକୁ ସତର୍କ ରହିବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା ନିଜକୁ ସୁସ୍ଥ ରକିବା ପାଇଁ କିଛି ସାଧାରଣ ଘରୋଇ ତରିକା।

{"id":526132,"sizeSlug":"full","linkDestination":"none"}

ଓମେଗା 3 ଫେଟି ଏସିଡ - ଏହି ପାଗ ପରିବର୍ତ୍ତନ ପୂର୍ବରୁ ନିଜ ଖାଦ୍ୟରେ ଓମେଗା 3 ଫେଟି ଏସିଡର ମାତ୍ରା ବଢ଼େଇବା ଆବଶ୍ୟକ। ଏହା ମୁଡ଼ ସ୍ୱିଙ୍ଗରୁ ରକ୍ଷା କରିବାରେ ବହୁତ ସାହାଯ୍ୟ କରେ। ୟୁନିଭର୍ସିଟି ଅଫ୍ ପିଟରବର୍ଗ ରେ କରାଯାଇଥିବା ଏକ ସର୍ଭେରୁ  ଜଣା ପଡ଼ିଛି  ଏହା ଅବ ସାଦ ରୁ ମୁକ୍ତ ହେବା ପାଇଁ ବହୁତ ଗରୁତ୍ୱ ପୂର୍ଣ୍ଣ । ମାଛ, ଅଖରୋଟ , ଅଳଶୀ  ମଞ୍ଜୀ , ସେଲମାନ ମାଛରୁ ପର୍ଯ୍ୟାପ୍ତ ପରିମାଣରେ ଓମେଗା 3 ଫେଟି ଏସିଡ ମିଳିଥାଏ।

ଫଲିକ ଏସିଡ - ଏକ ଗବେଷଣାରୁ ଜଣା ପଡ଼ିଛି ଯେ ଫଲିକ ଏସିଡ ମସ୍ତିଷ୍କ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ଯାହାକି ମାନସିକ ଅବସାଦରୁ ମୁକ୍ତି ଦେଇଥାଏ।ଯେବେ ଶରୀରରେ ସେରୋଟେନିନ ତିଆରି ହୁଏ ଏହା ବ୍ୟକ୍ତିର ମାନସିକତାକୁ ପ୍ରଭାବିତ କରେ। ଫଲିକ ଏସିଡ ସେରୋଟେନିନକୁ ନିୟନ୍ତ୍ରଣ କରି ରଖିବାରେ ସାହାଯ୍ୟ  କରିଥାଏ। ସବୁଜ ପନିପରିବା, ଓଟ କ୍ଷିର, ସୂର୍ଯ୍ୟମୁଖୀ ମଞ୍ଜି, କମଳା , ଖାଦ୍ୟ ଶସ୍ୟରୁ ଭରପୁର ମାତ୍ରାରେ ଏହା ମିଳିଥାଏ।

{"id":526133,"sizeSlug":"full","linkDestination":"none"}

ରସୁଣ - କଞ୍ଚା ରସୁଣ ଖାଇବା ଦେହ ପାଇଁ ବହୁତ ଉପକାରୀ ହୋଇଥାଏ। ଥଣ୍ଡା ସମୟ ଆସିଲେ ବୟଷ୍କ ଲୋକ ମାନେ ଏହୀକୁ ଅଧୀକ ଖଆନ୍ତି। ଏହା ଶରୀରରେ  ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ଏଥିରେ ଅଧୀକ ମାତ୍ରାରେ ଏଲିସିନ ଜିଙ୍କ ସଲଫର,ସେଲେନିୟମ , ଭିଟାମିନ ଏ ଓ ଇ ଥାଏ ଯାହାକି ଶରୀର ପାଇଁ ବହୁତ ଉପକୀରି ସାବ୍ୟସ୍ତ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.