oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ତକିଆ ତଳେ ଏହି ସବୁ ଜିନିଷ ରଖି ଶୋଇଲେ ସମସ୍ୟାର ହେବ ସମାଧାନ

8/09/2019 at 4:07 PM

ଅନେକ ଥର ଆମ ଜୀବନରେ ବାରମ୍ବାର ସମସ୍ୟା ଆସିଥାଏ ଏବଂ ଆମେ ଜାଣିପାରିନଥାଉ ଯେ ଏହାର ମୁଖ୍ୟ କାରଣ କ’ଣ ହୋଇଥାଏ। ଏପରି ପରିସ୍ଥିତିରେ ଆପଣ ଚାହିଁଲେ ବାସ୍ତୁଶାସ୍ତ୍ରର ସହାୟତା ନେଇ ପାରିବେ। ଯଦି ଆପଣ ବାସ୍ତୁଶାସ୍ତ୍ରରେ କୁହାଯାଇଥିବା ଟିପ୍ସ ଅନୁସରଣ କରିବେ ତେବେ ଆପଣଙ୍କ ବିଗିଡ଼ିଯାଇଥିବା କାମର ସମାଧାନ ହୋଇଯିବ। ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ରର କିଛି ଖାସ୍ ଟିପ୍ସ ବିଷୟରେ

ବିଶ୍ବାସ ରହିଛି ଯେ ଯଦି ରାତିରେ ଶୋଇବା ସମୟରେ ତକିଆ ତଳେ ଗୀତା କିମ୍ବା ସୁନ୍ଦରାକାଣ୍ଡ ରଖି ଶୁଆଯାଏ ତେବେ ଏହା ଦ୍ବାରା ଆପଣଙ୍କ ନିଦ ଭଲ ହୋଇଥାଏ ଏବଂ ଆପଣ ନିଜ କାର୍ଯ୍ୟରେ ପ୍ରଗତି କରିବେ। ଆପଣ ନିଜ କାର୍ଯ୍ୟକ୍ଷେତ୍ରରେ ସଫଳତା ହାସଲ କରିବେ।

ବାସ୍ତୁଶାସ୍ତ୍ରରେ ମୂଳାକୁ ମଧ୍ୟ ଖାସ୍ କୁହାଯାଇଛି। କୁହାଯାଏ ଯଦି କୌଣସି ବ୍ୟକ୍ତି ରାତିରେ ତକିଆ ତଳେ ମୂଳା ରଖି ଶୋଇଥାଆନ୍ତି ଏବଂ ସକାଳୁ ଉଠି ମୂଳାକୁ ଶିବଲିଙ୍ଗ ଉପରେ ଚଢ଼ାଇଥାଆନ୍ତି ତେବେ ଏହା ଦ୍ବାରା ରାହୁ ଦୋଷ ଖଣ୍ଡନ ହୋଇଥାଏ।

 ଯଦି ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ ଠିକ୍ ଚାଲୁନାହିଁ ତେବେ ଏପରି ପରିସ୍ଥିତିରେ ମଙ୍ଗଳବାର ରାତିରେ ମୁଗ ଡାଲିକୁ ଯେକୌଣସି ସବୁଜ ରଙ୍ଗର କନାରେ ବାନ୍ଧି ତକିଆ ତଳେ ରଖନ୍ତୁ। ପରଦିନ ଏହି କନାକୁ କୌଣସି କନ୍ୟାଙ୍କୁ ଦାନ କରନ୍ତୁ କିମ୍ବା ଘର ପାଖରେ ଦୁର୍ଗା ମନ୍ଦିରରେ ରଖି ଦିଅନ୍ତୁ। ଏହି ଉପାୟ କରିବା ଦ୍ବାରା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଜାଗ୍ରତ ହୋଇଥାଏ। ଏହା ସହିତ ଆପଣଙ୍କର ଆୟବୃଦ୍ଧି ହୋଇଥାଏ।

ରାତିରେ ଶୋଇବା ସମୟରେ ତମ୍ବା ବାସନରେ ଜଳ ରଖି ପର ଦିନ ସକାଳେ ଉଠି ସେହି ଜଳରେ ନିଜ ମୁହଁ ଧୋଇ ଦିଅନ୍ତୁ। ଏହା ଦ୍ବାରା ଆପଣଙ୍କ ତ୍ବଚାରେ ଚମକ ଆସିଥାଏ।

   Related Posts