ମନ୍ଦିରରୁ ମିଳିଥିବା ଭଗବାନଙ୍କ ଫୁଲକୁ ଏହିଭଳି ସାଇତି ରଖନ୍ତୁ, କରନ୍ତୁନି ଭୁଲ

Published By : Prameya-News7 Bureau | February 07, 2021 IST

ଭୁବନେଶ୍ୱର ୦୭/୦୨ : ବେଳେ ବେଳେ ମନ୍ଦିରରେ ପୂଜାରୀ ଆମକୁ ଠାକୁରଙ୍କ ଚରଣରୁ ଫୁଲ କିମ୍ବା ଫୁଲ ମାଳ ଆଣି ଦେଇଥାନ୍ତି। ମନ୍ଦିରରୁ ଠାକୁରଙ୍କ ପାଖରୁ ପାଇଥିବା ଏହି ଫୁଲ କିମ୍ବା ମାଳକୁ ସାଧାରଣତଃ ଆମେ ଘରକୁ ନେଇ ଆସିଥାଉ। କିନ୍ତୁ କିଛି ଦିନ ପରେ ଏହି ଫୁଲ ଶୁଖି ଯିବା ପରେ ଲୋକେ ଭାବନ୍ତି ଏହି ଶୁଖିଲା ଫୁଲକୁ କଣ କରିବେ। ମନ୍ଦିରରୁ ମିଳିଥିବା ଏହି ଫୁଲକୁ ଭୁଲ ବ୍ୟବହାର କଲେ ବ୍ୟକ୍ତି ପାପର ଭାଗିଦାର ହୋଇଥାନ୍ତି ବୋଲି କୁହାଯାଏ। ତେବେ ଠାକୁରଙ୍କ ଚରଣରୁ ପାଇଥିବା ଏହି ଫୁଲକୁ କଣ କରିବା ଉଚିତ ଜାଣନ୍ତୁ।

ମନ୍ଦିରରୁ ଆଣିଥିବା ଫୁଲ ଶୁଖିଯିବା ପରେ ତାକୁ ଏକ କପଡ଼ାରେ ବାନ୍ଧି ଘରର ଆଲମିରା କିମ୍ବା ଟ୍ରେଜେରିରେ ରଖି ଦେବା ଉଚିତ। ଏହାଦ୍ୱାରା ଫୁଲର ସକାରାତ୍ମକ ଶକ୍ତି ଘରେ ହିଁ ରହେ।

ବେଳେ ବେଳେ ଆମେ କୌଣସି ତୀର୍ଥ ସ୍ଥାନ କିମ୍ବା କୌଣସି ମନ୍ଦିର ଦର୍ଶନ ପାଇଁ ଯାଇଥାଉ ମନ୍ଦିର ପୂଜାରୀ ଭଗବାନଙ୍କ ଚରଣରୁ ଫୁଲ ଆଣି ଦେଇଥାନ୍ତି। ସେତେବେଳେ ଲୋକେ ଚିନ୍ତିତ ହୋଇ ପଡନ୍ତି ଯେ ଏହି ଫୁଲକୁ କଣ କରାଯିବ। ଘରେ ପହଞ୍ଚୁ ପହଞ୍ଚୁ ତ ଏହି ଫୁଲ ଶୁଖିଯିବା। ଏହିଭଳି ସ୍ଥିତିରେ ଏହି ଫୁଲକୁ ହାତରେ ରଖି ଶୁଙ୍ଘି ନେବା ଉଚିତ। ଶୁଙ୍ଘିବା ପରେ କୌଣସି ଗଛ ତଳେ କିମ୍ବା ନଦୀରେ ପ୍ରବାହିତ କରିଦେବା ଉଚିତ। ଶୁଙ୍ଘିବା ଦ୍ୱାରା ଫୁଲର ସକାରାତ୍ମକ ଶକ୍ତି ଶରୀରକୁ ଚାଲି ଆସିଥାଏ। ଏହାପରେ ଏହି ଫୁଲକୁ କୌଣସି ନଦୀରେ ପ୍ରବାହିତ କରିଦେବା ଉଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.