୫ ରାଜ୍ୟ ଫେରନ୍ତାଙ୍କ ଉପରେ କଡ଼ା ନଜର, କରାଯିବ ସ୍କ୍ରିନିଂ, ରହିବେ ଆଇସୋଲେସନରେ

Published By : Prameya-News7 Bureau | March 02, 2021 IST

ଭୁବନେଶ୍ଵର ୦୨।୦୩:   ଛତିଶଗଡ଼ ସମେତ ଅନ୍ୟ କେତେକ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବ୍ୟାପିବା ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶା ସରକାର ପୁଣିଥରେ ତତ୍ପର ହୋଇଛନ୍ତି। ରାଜ୍ୟରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ନିୟମ କୋହଳ କରି ଲୋକଙ୍କ ଜୀବନଜୀବିକା ପାଇଁ ବଜାର, ହାଟ ଓ ଶିକ୍ଷାନୁଷ୍ଠାନ ଆଦି ସରକାର ଖୋଲି ଦେଇଥିଲେ। ଏବେ ଆଉଥରେ ସାନି ସଂକ୍ରମଣ ବ୍ୟାପିଲେ ସ୍ଥିତିକୁ ବିଗାଡ଼ି ଦେଇପାରେ। ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧ କରି ରାଜ୍ୟ ସରକାର  କଟକଣା ଲଗାଇଛନ୍ତି । ଏ ସଂକ୍ରାନ୍ତରେ ସବୁ ଜିଲ୍ଲାପାଳ ଓ ନଗର ନିଗମ କମିସନର, ବିଜୁ ପଟ୍ଟନାୟକ ଓ ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ଓ ପୂର୍ବତଟ ରେଳବାଇର ମହାପ୍ରବନ୍ଧକଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ । ୫ଟି ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ କୁହାଯାଇଛି । 

{"id":416948,"sizeSlug":"large","linkDestination":"none"}

ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, କେରଳ ଓ ପଞ୍ଜାବ ଆଗନ୍ତୁକଙ୍କ ଉପରେ ନଜର ରଖାଯିବ । ସମ୍ପୃକ୍ତ ୫ଟି ରାଜ୍ୟରୁ ଆସୁଥିବା ଲୋକଙ୍କର ସ୍କ୍ରିନିଂ କରାଯିବ । ସମ୍ପୃକ୍ତ ୫ଟି ରାଜ୍ୟରୁ ଆସୁଥିବା ଲୋକଙ୍କୁ ହୋମ ଆଇସୋଲେସନରେ ରଖାଯିବ ।

{"id":416943,"sizeSlug":"large","linkDestination":"none"}

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି । ଓଡ଼ିଶା-ଛତିଶଗଡ଼ ସୀମାନ୍ତବର୍ତ୍ତୀ କନକତୋରା ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିତ୍ -୧୯ ସଚେତନତା  କରାଯାଇଛି । ଜିଲ୍ଲାପାଳ ସରୋଜ କୁମାର ସାମଲ, ପିଡି ଡିଆରଡିଏ ତପିରାମ ମାଝା, ଏସ୍‌ପି ବିକାଶ ଚନ୍ଦ୍ର ଦାସ, ଉପଜିଲ୍ଲାପାଳ ଶିବ ଟପ୍ପୋ, ସିଡିଏମଓ ଡା. ଲାଲମୋହନ ରାଉତରାୟ, ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ପଣ୍ଡା ସମେତ ଲଖନପୁର ବ୍ଲକ ସ୍ତରୀୟ ଅଧିକାରୀ ଅଂଶଗ୍ରହଣ କରି ଲୋକଙ୍କୁ କୋଭିଡ ୧୯ ସମ୍ପର୍କୀୟ ସଚେତନତା ବାର୍ତ୍ତା ଦେଇଥିଲେ । ଓଡ଼ିଶା-ଛତିଶଗଡ଼ ସୀମାନ୍ତ କଣ୍ଢେଇକେଲା, ଚାରପାଲି, ପିଥିଣ୍ଡା, କନକତୋରା, ବାଦିମାଲ, ଭିଖମପାଲି ଓ ଅତାବିରା  ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ , ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ସ୍ବାସ୍ଥ୍ୟ କର୍ମୀ ସହ ସ୍ଥାନୀୟ ଲୋକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

{"id":416944,"sizeSlug":"large","linkDestination":"none"}

ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକେ କୋଭିଡ କଟକଣାକୁ ଠିକ୍ ଭାବେ ଅନୁପାଳନ ବିଶେଷ କରି ସାମାଜିକ ଦୂରତା ରକ୍ଷା ପରେ ଗୁରୁତ୍ବାରୋପ କରିଥିଲେ। ପଡ଼ୋଶୀ ରାଜ୍ୟ ତଥା ଜିଲ୍ଲା ସହିତ ବନ୍ଧୁତା ବଜାୟ ରହୁ, କିନ୍ତୁ ଫୋନ ଓ ଇ-ମେଲ ମାଧ୍ୟମରେ ସମ୍ପର୍କ ସ୍ଥାପନ କରନ୍ତୁ ଏବଂ ଅତ୍ୟାବଶ୍ୟକ କାର୍ଯ୍ୟ ନହେଲେ ଅନ୍ୟତ୍ର ଯାଆନ୍ତୁ ନାହିଁ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ଡାକବାଜି ଯନ୍ତ୍ର ଓ ଲିଫ୍‌ଲେଟ୍ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବା ସହ  ସାମାଜିକ ଦୂରତା ରକ୍ଷା କରିବା, ମାକ୍ସ ପିନ୍ଧିବା, ବାରମ୍ବାର ସାବୁନରେ ହାତ ଧୋଇବା ସହିତ କୋଭିଡ ୧୯ ର ନିୟମ କୁ ସଦାସର୍ବଦା ଅନୁକରଣ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଝାରସୁଗୁଡା ଜିଲ୍ଲାପାଳ ।  ତେବେ ଏହାରି ଭିତରେ  ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କରୋନା ସ୍ଥିତି ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ତେବେ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ ।  ଲକ୍ଷଣ ଥିଲେ ଟେଷ୍ଟ କରାଯିବ ବୋଲି  ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.