ଘରର ଏହି ସବୁ ସ୍ଥାନରେ ରଖନ୍ତୁ ଫିଟିକିରି : ମିଳିବ ଚମତ୍କାର ଫାଇଦା

Published By : Prameya-News7 Bureau | September 25, 2019 IST

ଫିଟିକିରିର ଏପରି କେତେକ ଫାଇଦା ରହିଛି ଯାହା ବିଷୟରେ ଆପଣ ଜମା ଜାଣିନଥିବେ ଏବଂ ଏହି ଫାଇଦା ଆପଣଙ୍କ ଘରର ଶାନ୍ତି ଏବଂ ସୁଖ ସମୃଦ୍ଧି ସହ ଜଡ଼ିତ। ବାସ୍ ଏଥିପାଇଁ ଆପଣଙ୍କୁ ଫିଟିକିରିକୁ ଏଭଳିଭାବେ ବ୍ୟବହାର କରିବାକୁ ପଡ଼ିବ। କିଛି ଲୋକ ଏହାକୁ ଅନ୍ଧବିଶ୍ବାସ ବୋଲି କହିଥାଆନ୍ତି କିନ୍ତୁ ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାର ଖାସ୍ ମହତ୍ତ୍ବ ରହିଥାଏ।

{"id":162597}

ଘରେ ସକରାତ୍ମକ ଶକ୍ତିର ପ୍ରବାହ  ସୁନିଶ୍ଚିତ କରିବା ପାଇଁ ଯେକୌଣସି କାଚ ପ୍ଲେଟରେ ଫିଟିକିରିର କିଛି ଛୋଟ ଟୁକୁରା ଝରକା କିମ୍ବା କବାଟ,ବାଲକନି ପାଖରେ ରଖି ଦିଅନ୍ତୁ ଏବଂ ଏଗୁଡ଼ିକୁ ପ୍ରତି ମାସରେ ବଦଳାନ୍ତୁ। ଫଳରେ ବାସ୍ତୁ ଦୋଷରୁ ମୁକ୍ତି ମିଳିବ।

{"id":162598}

ବାଥରୁମରେ ଲୁଣ ଏବଂ ଫିଟିକିରି ଭର୍ତ୍ତି କରି ଏକ ପାତ୍ରରେ ରଖନ୍ତୁ ଏବଂ ପ୍ରତି ମାସରେ ଏହି ପାତ୍ରରେ ଥିବା ଫିଟିକିରି ଏବଂ ଲୁଣକୁ ବଦଳାନ୍ତୁ। କୁହାଯାଏ ପବନରେ ଥିବା ଆର୍ଦ୍ରତା ସହ ଲୁଣ ଆଖପାଖର ନକରାତ୍ମକ ଶକ୍ତିକୁ ନଷ୍ଟ କରି ଦେଇଥାଏ।

{"id":162599}

ପରିବାର ସଦସ୍ୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲେ ପରିବାରର ମୁଖିଆ ରାତିରେ ନିଜ ଖଟ ତଳେ ଏକ ଲୋଟା ପାଣିରେ ଫିଟିକିରି ରଖନ୍ତୁ ଏବଂ ସକାଳେ ଗୁରୁମନ୍ତ୍ର ଅଥବା ଇଷ୍ଟଦେବଙ୍କ ନାମ ଉଚ୍ଚାରଣ କରି ଏହି ଜଳକୁ ପିପ୍ପଳ ଗଛରେ ଅର୍ପଣ କରନ୍ତୁ। ଏହା ଦ୍ବାରା ପାରବାରିକ କଳହ ଦୂର ହୋଇଥାଏ ଏବଂ ଘରେ ସୁଖ ଶାନ୍ତି ପ୍ରବେଶ କରିଥାଏ।

{"id":162601}

କୌଣସି ଦୋକାନ କିମ୍ବା ଅନୁଷ୍ଠାନର ମୁଖ୍ୟ ଦ୍ବାରରେ କଳା କପଡ଼ାରେ ଫିଟିକିରି ବାନ୍ଧି ଝୁଲାଇବା ଦ୍ବାରା ପ୍ରତିଷ୍ଠା ବଜାୟ ରହିଥାଏ।

{"id":162604}

ଧନ ପ୍ରାପ୍ତି ପାଇଁ ପ୍ରତିଦିନ ରାତିରେ ଶୋଇବା ସମୟରେ ନିଜ ଦାନ୍ତକୁ ଫିଟିକିରିରେ ସଫା କରିଲେ ଲାଭ ହେବ। ଏହା ବ୍ୟତୀତ ଆପଣ ବେଳେବେଳେ ଫିଟିକିରି ପାଣିରେ ସ୍ନାନ କରନ୍ତୁ।

{"id":162607}

ଖରାପ ସ୍ବପ୍ନରୁ ମୁକ୍ତି ପାଇବା ପାଇଁ ମଧ୍ୟ ଫିଟିକିରି ଲାଭଦାୟକ ହୋଇଥାଏ। ଆପଣ ନିଜ ବିଛଣା ତଳେ କଳା କପଡ଼ାରେ ଫିଟିକିରି ବାନ୍ଧି ରଖି ଦିଅନ୍ତୁ। ଏହା ଦ୍ବାରା ଖରାପ ସ୍ବପ୍ନ ଆସିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.