କେଦାରନାଥରେ ଶ୍ରଦ୍ଧାଳୁ ଦୁର୍ଘଟଣାର ଶିକାର, ୩ ମୃତ

Published By : Prameya-News7 Bureau | July 21, 2024 IST

ନୂଆଦିଲ୍ଲୀ ୨୧।୦୭; ଏବେ ଶ୍ରଦ୍ଧାଳୁମାନେ ଚାରଧାମ ଯାତ୍ରା କରୁଛନ୍ତି । ବର୍ତ୍ତମାନ ଉତ୍ତରାଖଣ୍ଡରେ ଏକ ଦୁର୍ଘଟଣା ଘଟିଛି। ଯେଉଁଥିରେ ଶ୍ରଦ୍ଧାଳୁ ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ରୁଦ୍ରପ୍ରୟାଗରୁ କେଦାରନାଥ ଅଭିମୁଖେ ଯାଉଥିବା ସମୟରେ ହଠାତ୍ ପାହାଡ ଫାଟି ଯାଇ ରାସ୍ତାରେ ବିରାଟ ପଥର ଖସି ପଡିଥିଲା। ଯେଉଁଥିପାଇଁ ତିନିଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିଲା। ଏବେ ଏହାର ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତ ଅବସ୍ଥାରେ ଜଣଙ୍କୁ ଉଦ୍ଧାର କରାଯାଇଛି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଏହି ଦୁର୍ଘଟଣାକୁ ନିଶ୍ଚିତ କରିଛନ୍ତି।

ସେ କହିଛନ୍ତି ଯେ ପାହାଡରୁ ପଥର ଖସିଯିବା ଏବଂ ଭକ୍ତମାନେ ତଳେ ପୋତି ହୋଇଯିବା ବିଷୟରେ ସୂଚନା ରହିଛି। ସୂଚନା ପାଇବା ମାତ୍ରେ ଚାରଧାମ୍‌ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ NDRF, DDR, YMF ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ରିଲିଫ ଓ ଉଦ୍ଧାର କାର୍ଯ୍ୟ କରାଯାଇଛି। ମୃତକଙ୍କ ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଗତ କିଛି ଦିନ ହେବ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେତୁ ଏହି ଦୁର୍ଘଟଣାର କାରଣ ଦର୍ଶାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.