scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ତେଲେଙ୍ଗାନା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଆର୍‌ଏସ୍‌: ଏସ୍‌ ଓ ଏସ୍‌ଟି ପାଇଁ ୩୦ ଆସନ

21/08/2023 at 4:32 PM

ନୂଆଦିଲ୍ଲୀ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରୀର୍ଥୀ ଘୋଷଣା କଲା ଶାସକ ଦଳ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍)। ୧୧୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ନିଜେ ଦୁଇଟି ଆସନରୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। କେସିଆର୍‌ ଗାଜୱେଲ୍ ଓ କାମାରେଡ୍ଡୀ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।

ତେଲେଙ୍ଗାନାରେ ଚଳିତ ବର୍ଷ ଶେଷ ଆଡ଼କୁ ନିର୍ବାଚନ ହୋଇପାରେ ବୋଲି କୁହାଯାଉଛି। ଇଲେକ୍ସନ କମିଶନ ଏପର୍ଯ୍ୟନ୍ତ ନିର୍ବାଚନ ତାରିଖ ଘୋଷଣା କରି ନାହାନ୍ତି। ତେବେ ବିଆର୍‌ଏସ ରାଜ୍ୟରେ ୧୧୫-୯୫ ଆସନ ଜିତିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀ ଘୋଷଣା କରିବା ସହିତ ଅସଦୁଦ୍ଦିନ ଓୱେସୀଙ୍କ ଦଳ ଏଆଇଏମ୍ଆଇଏମ୍‌ ସହ ବିଆର୍‌ଏସର ବନ୍ଧୁତ୍ୱ ରହିବ ବୋଲି ସେ ସୂଚନା ଦେଇଛନ୍ତି।

ପଢ଼ନ୍ତୁ-ମୋର-ତୋର ନାହିଁ, ସମସ୍ତେ ବିଜେପି କାର୍ଯ୍ୟକର୍ତ୍ତା; ଯିଏ ଜିତି ପାରିବ ତାକୁ ଟିକଟ୍ ମିଳିବ-ସିନ୍ଧିଆ

ଏଥର ୭ ଟି ଆସନରେ ବିଆରଏସ ପ୍ରାର୍ଥୀ ପରିବର୍ତ୍ତନ କରିଛି। ବୋଥ, ଖାନପୁର, ୱାଇରା, କୋରୁତଲା, ଉପ୍ପାଲ, ଆସିଫାବାଦ ଏବଂ ମେଟପାଲିରେ ଦଳ ପ୍ରାର୍ଥୀ ବଦଳାଇଥିବା ବେଳେ ଚାରୋଟି ନିର୍ବାଚନମଣ୍ଡଳୀ – ଗୋଶାମାହାଲ, ନାମ୍ପାଲୀ, ଜଙ୍ଗନ ଏବଂ ନରସାପୁର ପାଇ ଏପର୍ଯ୍ୟନ୍ତ ପ୍ରାର୍ଥୀ ଚୟନ କରାଯାଇ ନାହିଁ। କେସିଆର୍ ଘୋଷଣା କରିଥିବା ୧୧୫ ଆସନ ମଧ୍ୟରୁ ୩୦ ଟି ଆସନ ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କୁ ସ୍ଥାନ ମିଳିଛି। ସେହିପରି ୬ ଜଣ ମହିଳାଙ୍କୁ ଟିକେଟ୍ ମିଳିଛି। ପଦ୍ମା, ଜି.ଲାସ୍ୟ, ନନ୍ଦିତା, କୋଭା ଲକ୍ଷ୍ମୀ , ବନୋତ ହରିପ୍ରିୟା ନାୟକ, ବନ୍ଦେ ନାଗାଜ୍ୟୋତି ଏବଂ ଗୋଙ୍ଗିଡି ସୁନିତା

ସୂଚନା ଥାଉକି ୨୦୧୮ ନିର୍ବାଚନରେ ବିଆର୍‌ଏସ ମୋଟ ୧୧୯ ଆସନରୁ ୮୮ ଆସନ ହାସଲ ବିଜୟୀ ହୋଇଥିଲା। ତା ପଛକୁ କଂଗ୍ରେସ ୧୮ ଆସନ ପାଇଥିବା ବେଳେ ଓୱେସୀଙ୍କ ଦଳ ୭ ଟି ଆସନ ଜିତିଥିଲା। ତେଲେଙ୍ଗାନାରେ ବିଜେପିକୁ ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।  

ଏହି ଖବର ବି ପଢନ୍ତୁ-ଛତିଶଗଡ଼ ପରେ ମଧ୍ୟପ୍ରଦେଶ; ମାଗଣା ବିଜୁଳି ଓ ଔଷଧ ସହ ଚିକିତ୍ସା, ଓ ଉନ୍ନତ ସ୍କୁଲ ପ୍ରତିଶ୍ରୁତି ଦେଲା ଆପ୍

   Related Posts