ମୁସଲିମଙ୍କ ପାଇଁ ଆଇଟି ପାର୍କ ଘୋଷଣା ଉପରେ କଂଗ୍ରେସ ନେତାଙ୍କ ଆପତ୍ତି, KCRଙ୍କୁ ଘେରିଲେ ଶିବକୁମାର

Published By : Prameya-News7 Bureau | November 27, 2023 IST

ନୂଆଦିଲ୍ଲୀ: ତେଲଙ୍ଗାନାରେ ସବୁ ରାଜନୀତିକ ଦଳ ପକ୍ଷରୁ ନିର୍ବାଚନୀ ଘୋଷଣା ଅଧିକ ହେବାରେ ଲାଗିଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ କେସିଆର ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏଥିରେ ମୁସଲମାନଙ୍କ ପାଇଁ ଆଇଟି ପାର୍କ ସାମିଲ ରହିଛି । ଏହାକୁ ନେଇ ବରିଷ୍ଠ କଂଗ୍ରେସ ନେତା ଓ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଆପତ୍ତି ଉଠାଇଛନ୍ତି । ଡିକେ ଶିବକୁମାର ସ୍ପଷ୍ଟ ଶବ୍ଦରେ ପ୍ରଶ୍ନ କରିଛନ୍ତି ଯେ ଆପଣ ଏହା ଏପରି କରିପାରିବେ ? ଉଲ୍ଲେଖଯୋଗ୍ୟ ଯେ ତେଲଙ୍ଗାନାରେ ମୁସଲମାନଙ୍କୁ ନେଇ ରାଜନୀତି ବଢିଛି । ବିଜେପି ନିଜ ଘୋଷଣାରେ କହିଛି ଯେ ନିର୍ବାଚନ ଜିତିବା ପରେ ଏଠାରେ ମୁସଲମାନଙ୍କୁ ମିଳୁଥିବା ଚାରି ପ୍ରତିଶତ ସଂରକ୍ଷଣକୁ ଶେଷ କରି ଦେବ । ଅନ୍ୟପଟେ ବିଆରଏସ ଓ କଂଗ୍ରେସ ମୁସଲମାନଙ୍କ ପାଇଁ ଲୋଭନୀୟ ଘୋଷଣା କରିଛନ୍ତି ।

ପଢନ୍ତୁ: ‘ତେଲଙ୍ଗାନାକୁ ପ୍ରଥମ ଓବିସି ମୁଖ୍ୟମନ୍ତ୍ରୀ ଦେବ ବିଜେପି’, ନିର୍ବାଚନ ରାଲିରେ ପିଏମ୍ ମୋଦୀଙ୍କ ବଡ଼ ଘୋଷଣା

ତେଲଙ୍ଗାନାରେ କେସିଆର ଦ୍ୱାରା ମୁସଲମାନଙ୍କ ପାଇଁ ଅଲଗା ଆଇଟି ପାର୍କ ଘୋଷଣା ଉପରେ ଡିକେ ଶିବକୁମାର ଆପତ୍ତି ଉଠାଇଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ ଆପଣ ସଂଖ୍ୟାଲଘୁଙ୍କ ପାଇଁ ଆଇଟି ପାର୍କ କିପରି କରିପାରିବେ ? ଦେଶରେ ଏପରି କୌଣସି ପଲିସି ଆସିଥିବା ମୁଁ ଆଜି ଯାଏ ଶୁଣିନି । ଆପଣ ଯୁବକଙ୍କ ପାଇଁ ଯୋଜନା କରିପାରିବେ, ମହିଳାଙ୍କ ପାଇଁ କରିପାରିବେ କିନ୍ତୁ ଆପଣ ଜାତି ଆଧାରରେ ଭେଦଭାବ କରିପାରିବେ ନାହିଁ । ଡିକେ କହିଛନ୍ତି, ଏହା ଦର୍ଶାଉଛି କେସିଆର କେତେ ଦୁର୍ବଳ ଅଟନ୍ତି ।  ସେ କହିଛନ୍ତି ଯେ ଆପଣ ସଂଖ୍ୟାଲଘୁ ଓ ଏସଟିଙ୍କୁ ଆଗକୁ ବଢାଇ ପାରିବେ, କିନ୍ତୁ ଆପଣ ସେମାନଙ୍କ ପାଇଁ ପାର୍କ କରିପାରିବେ ନାହିଁ ।

ବିଆଇଏସ ମୁଖିଆ ଓ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଆଗାମୀ ନିର୍ବାଚନରେ ମୁସଲମାନଙ୍କୁ ନିଜ ଆଡକୁ ଟାଣିବା ପାଇଁ ପୂରା ପ୍ରସ୍ତୁତି କରି ରଖିଛନ୍ତି । ଏଥିପାଇଁ ସେ ଅନେକ ଲୋଭନୀୟ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ତେଲଙ୍ଗାନାରେ ବିଆରଏସର ମୁକାବିଲା ବିଜେପି ଓ କଂଗ୍ରେସ ସହ ରହିଛି ।

Also Read: ତେଲଙ୍ଗାନାରେ କଂଗ୍ରେସ-BRSର ଖେଳ ବିଗାଡ଼ିବ ବିଜେପି, ତ୍ରିକୋଣୀୟ ନିର୍ବାଚନ ନେଇ ଅନୁମାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.