ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିରୋଧୀ ଦଳଙ୍କୁ ଏକଜୁଟ କରିବା ଉପରେ ସହମତି, କେସିଆର କହିଲେ- ବିଜେପି ଯୋଗୁଁ ସମସ୍ତେ ଚିନ୍ତିତ

31/08/2022 at 8:21 PM

ନୂଆଦିଲ୍ଲୀ:  ବୁଧବାର ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଚେନ୍ଦ୍ରଶେଖର ରାଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଛନ୍ତି । ବିହାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀଙ୍କୁ ଏକଜୁଟ କରିବା ପ୍ରସଙ୍ଗରେ ନୀତୀଶ କୁମାର ସହମତି ପ୍ରକାଶ କରିଥିବା ସେ କହିଛନ୍ତି । କେସିଆର କହିଛନ୍ତି, ନୀତୀଶ କୁମାର ବିରୋଧୀ ଦଳ ଗୁଡିକୁ ଏକଜୁଟ୍ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର କହିଛନ୍ତି, ‘ବିଜେପି ସରକାର ଯୋଗୁଁ ଦେଶର ପ୍ରତିଟି ଜନତା ଚିନ୍ତାରେ ରହିଛି । ସରକାର ଭିନ୍ନ ଭିନ୍ନ ଟ୍ୟାକ୍ସ ନାଁରେ ଲୋକଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ବିକାଶ ନାଁରେ ସରକାର କେବଳ ପ୍ରତାରଣା କରୁଛନ୍ତି ‘।

କେନ୍ଦ୍ର ସରକାରକୁ ଟାର୍ଗେଟ କରି କେସିଆର କହିଛନ୍ତି, ‘ବିଜେପି ଅମଳରେ ଦେଶର କୌଣସି ଅଞ୍ଚଳରେ ବିକାଶ ହୋଇ ନାହିଁ । ଡଲାର ତୁଳନାରେ ଟଙ୍କା ଅଧିକ ଦୁର୍ବଳ ହୋଇଛି। ଦେଶର ଆର୍ଥିକ ସ୍ଥିତି ପ୍ରତିଦିନ ଖରାପ ହେଉଛି’।

   Related Posts