ଆଜିଠୁ KBCର ନୂତନ ସିଜିନ୍, ଜାଣନ୍ତୁ କେଉଁଠୁ ଆସିଥାଏ ବିଜେତାଙ୍କ ପାଇଁ ପୁରସ୍କାର ରାଶି

Published By : Prameya-News7 Bureau | August 07, 2022 IST

ମୁମ୍ବାଇ: ସବୁଠୁ ଲୋକ ପ୍ରିୟ ଶୋ କୌନ ବନେଗା କରୋଡପତି(KBC)ର ନୂତନ ସିଜିନ ଆଜିଠୁ ଆରମ୍ଭ ହେବାକୁ ଯାଉଛି। ଗତ ବର୍ଷ ତୂଳନାରେ ଚଳିତ ବର୍ଷ କେବିସିର ପ୍ରାୟୋଜକ ଏବଂ ବିଜ୍ଞାପନ ରେଟିଂରେ ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଏଥିରୁ ଆପଣ ଅନୁମାନ କରିପାରୁଥିବେ ଯେ, ଦିନକୁ କେମିତି କେବିସିର ଲୋକପ୍ରିୟତା ବଢିବାରେ ଲାଗିଛି। ଏହି ସୂଚନା ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ପକ୍ଷରୁ ଦିଆଯାଇଛି।

ଚଳିତ ସିଜିନରେ ହୁଣ୍ଡଇ ମୋଟର ଇଣ୍ଡିଆ ଲିମିଟେଡ୍ କେବିସିର ସହ ପ୍ରାୟୋଜକ ରହିଛି। ଏହା ବାଦ୍ କେବିସିରେ ଏସିଆନ ପେଣ୍ଟ୍ସ ରୋୟାଲ ଗ୍ଲିଟଜ୍‌, ଅଲଟ୍ରାଟେକ୍ ସିମେଣ୍ଟ, ବିଆଇପି ଏବଂ ଗୋବର୍ଦ୍ଧନ ଘି ପରି ବ୍ରାଣ୍ଡ ପ୍ରାୟୋଜକ ଭାବେ ନଜର ଆସିବେ। ବର୍ଷ ବର୍ଷ ଧରି କେବିସି ମଞ୍ଚକୁ ସଞ୍ଚାଳନ କରି ଆସୁଥିବା ଦିଗଜ ଅଭିନେତା ଅମିତାଭ ବଚ୍ଚନ ମଧ୍ୟ ଏଥର ଶୋରେ ନଜର ଆସିବେ। କେବିସି କହିଲେ ଅମିତାଭ ବଚ୍ଚନଙ୍କୁ ବୁଝାଇଥାଏ।

ବିଜ୍ଞାପନରେ ବର୍ଦ୍ଧିତ ଦର ସହିତ ଆପୋଲ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଏଲଆଇସି, ଆରସି ପ୍ଲାଷ୍ଟୋ ଟ୍ୟାଙ୍କ ଏବଂ କ୍ଵିକ୍ ହିଲ୍ ପରି ସହଯୋଗୀ ପ୍ରାୟୋଜକଙ୍କ ସହିତ ଏଥର ଶୋର ଆୟୋଜକ ମାଲାମାଲ ହେବାକୁ ଯାଉଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚଳିତ ସିଜିନ କେବିସିର ବିଜ୍ଞାପନ ଆୟ ୪୫୦ କୋଟି ଟଙ୍କା ରହିପାରେ। କେବିସି ଏବଂ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ଦୁଇଟି ଏମିତି ଇଭେଣ୍ଟ, ଯାହା ପାଇଁ ସମସ୍ତ ବ୍ରାଣ୍ଡ ନିଜ ନିଜର ବାର୍ଷିକ ବଜେଟ୍‌ରେ ଅଲଗା ଫଣ୍ଡ ରଖିଥାନ୍ତି।

କେଉଁଠୁ ଆସିଥାଏ ପୁରସ୍କାର ପଇସା

କେବିସି ବିଭିନ୍ନ ସ୍ରୋତରୁ ଟଙ୍କା ହାସଲ କରିଥାଏ। ଏଥିରୁ ବଡ ଅଂଶ ହେଉଛି ପ୍ରାୟୋଜକ ଏବଂ ବିଜ୍ଞାପନ। କେବିସିରେ ବିଜେତାଙ୍କୁ ଯେଉଁ ପୁରସ୍କାର ରାଶି ଦିଆଯାଏ, ସେହି ଅର୍ଥ ବିଜ୍ଞାପନରୁ ଆସିଥାଏ। ଅମିତାଭ ବଚ୍ଚନଙ୍କ କାରଣରୁ କେବିସି ହିନ୍ଦୀ ଭାଷାଭାଷି ଅଞ୍ଚଳରେ ବେଶ୍ ଲୋକପ୍ରିୟତା  ହାସଲ କରିଛି। ଏହି କାରଣରୁ ଶୋରୁ ସୋନି ପିକଚର୍ସକୁ ପ୍ରାୟୋଜକ ଏବଂ ବିଜ୍ଞାପନରୁ ମୋଟା ଅଙ୍କର ଅର୍ଥ ମିଳିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.