ନୂଆଦିଲ୍ଲୀ: କୌନ୍ ବନେଗା କରୋଡପତି ସିଜିନ୍ ୧୬ ଲଗାତାର ଚର୍ଚ୍ଚାରେ ରହିଛି । ପ୍ରତିଥର ପରି ଏଥର ବି ଅନେକ ପ୍ରତିଯୋଗୀଙ୍କ କାହାଣୀ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । କିଛି ଦିନ ପୂର୍ବେ ଶାଲିନୀ ଶର୍ମାଙ୍କ ନାମକ ଜଣେ ପ୍ରତିଯୋଗୀ ପୁଅର ଦୁଃଖ କାହାଣୀ ଶୁଣାଇଥିଲେ, ଯାହାପରେ ଅଭିତାଭ ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଥିଲେ । ଏବେ ଶ୍ରୀମ ଶର୍ମା ନିଜ ମାଆଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଶୋ’ରେ ପହଞ୍ଚିଛନ୍ତି । ଶ୍ରୀମଙ୍କ ମାଆ ତାଙ୍କୁ କେବିସି ହଟ୍ ସିଟରେ ବସିବା ଦେଖିବାକୁ ଚାହୁଁଥିଲେ ଏବଂ ତାହା ଏବେ ସତ ହୋଇଛି ।
ଶ୍ରୀମ ପେଶାରେ ଜଣେ ଜ୍ୟୋତିଷ । ସେ କେବିସି ୧୬କୁ ଆସିବା ଏବଂ ହଟ୍ ସିଟ୍ରେ ବସିବା ପାଇଁ ୯୭ ଦିନ ଯାଏ ବ୍ରତର ସଂକଳ୍ପ ନେଇଥିଲେ । ତାଙ୍କ ମତରେ କିଛି ବଡ଼ ପାଇବା ପାଇଁ ହେଲେ କିଛି ବଡ଼ ତ୍ୟାଗ କରିବାକୁ ପଡ଼ିଥାଏ । ବ୍ରତ ଶେଷ କରିବା ପାଇଁ ଅଭିତାଭ ବଚ୍ଚନ ଶ୍ରୀମଙ୍କୁ ତାଙ୍କ ମନପସନ୍ଦର ମିଠେଇ ରସମଲାଇ ଖୁଆଇଥିଲେ । ଏହାପରେ ଶ୍ରୀମ କହିଥିଲେ ଯେ ତାଙ୍କ ପୂରା ପରିବାର ଜ୍ୟୋତିଷ ଏବଂ ତାଙ୍କ ପଦାଙ୍କରେ ଚାଲି ଏହି ବାଟକୁ ଆସିଛନ୍ତି ।
ଶ୍ରୀମ କହିଛନ୍ତି ଯେ ଭବିଷ୍ୟତରେ ସେ ଜଣେ କ୍ରିକେଟର ବି ହୋଇପାରିଥାନ୍ତେ, କ୍ରିକେଟରେ କ୍ୟାରିୟର କରିବାକୁ ଚାହୁଁଥିଲେ । କିନ୍ତୁ ଆଘାତ ଯୋଗୁଁ ଏବେ ସେ ଆଉ ଏହି ଖେଳ ଖେଳିପାରନ୍ତି ନାହିଁ । ଏଥିପାଇଁ ଜୋତିଷ କ୍ଷେତ୍ରରେ ଆଗକୁ ବଢିଲେ । ଶ୍ରୀମ କହିଛନ୍ତି, 'ଶୋ’କୁ ଆସିବା ପାଇଁ ତାଙ୍କ କଠିନ ତପସ୍ୟା କରିଛନ୍ତି । ଯେତେବେଳେ ମୋତେ ଏଠାକୁ ଆସିବା ପାଇଁ କଲ୍ ଆସିଥିଲା, ସେବେଠାକୁ ୯୭ ଦିନ ଯାଏ ବ୍ରତ କରିବାକୁ ନିଷ୍ପତ୍ତି ନେଇଥିଲେ । ସେବେଠାରୁ ହଟ୍ ସିଟରେ ବସିବା ଯାଏ, ମୁଁ କେବଳ ଫଳ ହିଁ ଖାଇଛି ।' ଶ୍ରୀମଙ୍କ ଏହି କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ପରେ ତାଳି ମାରିଥିଲେ । ଶ୍ରୀମଙ୍କ ଚୟନ ପରେ ତାଙ୍କ ମାଆ ଖୁସିରେ କାନ୍ଦି ପକାଇଥିଲେ ।