KBC ଶୋ’ରେ ଅମିତାଭଙ୍କୁ ଚ୍ୟାଲେଞ୍ଜ୍ ଦେଲେ ପ୍ରତିଯୋଗୀ, ଜିଭରେ ନାକ ଛୁଇଁବାରେ ଫେଲ୍ ମାରିଲେ ବିଗ୍ ବି

Published By : Prameya-News7 Bureau | November 23, 2021 IST

ମୁମ୍ବାଇ ୨୩/୧୧: ଟେଲିଭିଜନର ପ୍ରସିଦ୍ଧ କୁଇଜ୍ ରିଆଲିଟି ଶୋ’ କୌନ ବନେଗା କରୋଡପତି ୧୩ ତମ ସିଜନ୍ ଦର୍ଶକଙ୍କୁ ମନୋରଞ୍ଜନ ଜାରି ରଖିଛି। ଶୋ’ରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀମାନେ ହଟ୍‌ ସିଟ୍‌ରେ ବସି ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଥିବାର ଦେଖାଯାଉଛି। ଆଜିକାଲି ଦର୍ଶକଙ୍କୁ ଶୋ’ରେ ଷ୍ଟୁଡେଣ୍ଟ୍ ୱିକ୍ ସ୍ପେସିଆଲ୍ ଏପିସୋଡ୍ ଦେଖିବାକୁ ମିଳୁଛି। ଏହି କ୍ରମରେ, ବିଭିନ୍ନ ପିଲାମାନେ ଶୋ’ରେ ଅଂଶଗ୍ରହଣ କରୁଥିବା ଦେଖାଯାଉଛି।

KBC 13

ଏହି ସପ୍ତାହରେ ଶୋ’ରେ ପିଲାମାନଙ୍କୁ ହୋଷ୍ଟ କରୁଥିବା ଅଭିନେତାଙ୍କୁ ଜଣେ ପ୍ରତିଯୋଗୀ ଏକ ମଜାଦାର କାର୍ଯ୍ୟ କରିବାକୁ କହିଛନ୍ତି। ପିଲାଟି ବିଗ୍ ବିଙ୍କୁ ଜିଭରେ ନାକ ଛୁଇଁବାକୁ କହିଛନ୍ତି। ଅନେକ ଚେଷ୍ଟା ପରେ ମଧ୍ୟ ଅମିତାଭ ଏହି ଚ୍ୟାଲେଞ୍ଜକୁ ସଂପୂର୍ଣ୍ଣ କରିପାରିନାହାଁନ୍ତି ଏବଂ ଶେଷରେ ସେ ହାର ମାନିଛନ୍ତି। ସୋନି ଚ୍ୟାନେଲ ତାହାର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଛି।

wp:html
/wp:html

ସାମ୍ନାକୁ ଆସିଥିବା ଏହି ଭିଡିଓରେ ହଟ୍‌ ସିଟ୍‌ରେ ବସିଥିବା ପ୍ରତିଯୋଗୀ ଜିଭରେ ନାକ ଛୁଇଁ କହିଛନ୍ତି, ମୁଁ ସମସ୍ତଙ୍କୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛି ଏବଂ ସେମାନେ ଏହା କରିପାରୁଛନ୍ତି କି ନାହିଁ ତାହା ଦେଖିବାକୁ ଚାହୁଁଛି। ଏହା ପରେ ଅମିତାଭ ମଧ୍ୟ ଏହାକୁ ତୁରନ୍ତ ଚେଷ୍ଟା କରିବାକୁ ଲାଗିଛନ୍ତି, କିନ୍ତୁ ସେ ଏଥିରେ ବିଫଳ ହୋଇଛନ୍ତି। ଶେଷରେ, ବିଗ୍ ବି ହାର ମାନି କହିଛନ୍ତି, "ମୋର ଏହା ହେଉନାହିଁ। ଏହା ମୋର ନିଶକୁ ଛୁଉଁଛି କିନ୍ତୁ ନାକ ନୁହେଁ।"

ଏହା ପରେ ପ୍ରତିଯୋଗୀ ତାଙ୍କ କୋହୁଣୀ ଚାଟିଛନ୍ତି ଏବଂ ଅମିତାଭ ମଧ୍ୟ ତାଙ୍କୁ ଅନୁକରଣ କରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ସେ ପୁଣି ଥରେ ତାହା କରିବାରେ ବିଫଳ ହୋଇଛନ୍ତି। ଏହା ପରେ ସେ ଆଶ୍ଚର୍ଯ୍ୟ ହୋଇ କହିଛନ୍ତି, ଆରେ ବାପରେ, ମୋର ହାତ ବି ଲାଗୁ ନାହିଁ । ଶୋ’ରେ ପହଞ୍ଚିଥିବା ଏହି ପ୍ରତିଯୋଗୀ ବିଗ୍ ବିଙ୍କୁ ଚ୍ୟାଲେଞ୍ଜ ଦେବା ବ୍ୟତୀତ ତାଙ୍କର ରେପ୍ କୌଶଳ ମଧ୍ୟ ପ୍ରଦର୍ଶନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.