suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କାଜିରଙ୍ଗା ଜାତୀୟ ଉଦ୍ୟାନରେ ଲହଡି ଭାଙ୍ଗୁଛି ବ୍ରହ୍ମପୁତ୍ରର ବନ୍ୟାଜଳ : ବହୁ ବିରଳ ପ୍ରଜାତିର ଜୀବଜନ୍ତୁଙ୍କ ମୃତ୍ୟୁ, ଜୀବନ ବଞ୍ଚାଇବା ପାଇଁ ଚାଲିଛି ସଂଘର୍ଷ

19/07/2019 at 12:52 PM

ଗହ୍ବାଟୀ ୧୯|୭: ଚୀନର ହୋୟାହୋଂ ପରି ଆସାମବାସୀଙ୍କ ପାଇଁ ଅଭିଶାପ ପାଲଟିଛି ବ୍ରହ୍ମପୁତ୍ର ନଦୀ । ଉପର ମୁଣ୍ଡରେ ବର୍ଷା ହେବା କାରଣରୁ ଭୟଙ୍କର ରୂପ ଧାରଣ କରିଛି ବ୍ରହ୍ମପୁତ୍ର । ବନ୍ୟା ବିତ୍ପାତ ପାଇଁ ବାସଶୂନ୍ୟ ହୋଇଛନ୍ତି ଆସାମର ଲକ୍ଷ ଲକ୍ଷ ଲୋକ । ସେହିପରି ବିଶ୍ବ ଐତିହ୍ୟ ମାନତ୍ୟ ପାଇଥିବା କାଜିରଙ୍ଗା ଜାତୀୟ ଉଦ୍ୟନରେ ଜୀବନ ହୋଇ ପଡ଼ିଛି ଦୁର୍ବିସହ । ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ହଜାର ହଜାର ବିଲୁପ୍ତ ପ୍ରଜାତିର ଜୀବଜନ୍ତୁ ।

ଚାରିଆଡ଼େ ପାଣି ଆଉ ପାଣି, ପାଦ ଥାପିବାକୁ ଜାଗା ନାହିଁ। ସତେ ଯେମିତି ମୃତ୍ୟୁ ଅପେକ୍ଷାରେ ଅଛନ୍ତି ଜୀବଜନ୍ତୁ ଆଉ ମଣିଷ । ନଦୀ ପାଲଟିଛି କାଜିରଙ୍ଗା ଜାତୀୟ ପାର୍କ । କାଜିରଙ୍ଗାର ୪୦୦ ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳକୁ ବ୍ୟାପିଛି ବନ୍ୟାପାଣି । ଜଙ୍ଗଲରେ ଲହଡ଼ି ଭାଙ୍ଗୁଛି ୧୫ ଫୁଟ ଉଚ୍ଚର ପାଣି । ଆଉ ଏ ଦୃଶ୍ୟକୁ ଦେଖନ୍ତୁ ଜୀବନ ବଞ୍ଚାଇବା ପାଇଁ କେମିତି ପ୍ରାଣ ମୁଚ୍ଛା ପହଁରୁଛନ୍ତି ହରିଣ ପହ୍ଲ, ବ୍ରହ୍ମପୁତ୍ର ସହ ଲଢ଼େଇ କରୁଛି ଗଣ୍ଡା । ଯେଉଁଠି ଟିକିଏ ଉଚ୍ଚସ୍ଥାନ ମିଳୁଛି ସେଠି ଆଶ୍ରୟ ନେଉଛନ୍ତି ଉଭୟ ଖାଦ୍ୟ ଓ ଖାଦକ । କାରଣ ଉଭୟଙ୍କର ଏବେ ସମଦଶା ।

କେବଳ ହରିଣ କିମ୍ବା ଗଣ୍ଡା ନୁହଁନ୍ତି କାଜିରଙ୍ଗାରେ ରହୁଥିବା ସମସ୍ତ ଜୀବଜନ୍ତୁଙ୍କ ସ୍ଥିତି ସମାନ ।  ସଭିଏଁ ଯେମିତି ଅପେକ୍ଷା କରିଛନ୍ତି କେବେ ସରିବ ଏ ଜଳ ପ୍ରଳୟ । ଯେଉଁ ବିଲୁପ୍ତ ଜୀବଜନ୍ତୁଙ୍କ ପାଇଁ କାଜିରଙ୍ଗା ବିଶ୍ବ ଐତିହ୍ୟର ମାନ୍ୟତା ପାଇଛି । ସେହି ଜୀବଜନ୍ତୁ ଏବେ ବିପଦସଂକୁଳ ଅବସ୍ଥାରେ ।

 ବ୍ରହ୍ମପୁତ୍ର ପାଣିରେ କାଜିରଙ୍ଗାର ପ୍ରାୟ ୯୦ ପ୍ରତିଶତ ବୁଡ଼ିଯାଇଛି । ଯେଉଁଥି ପାଇଁ ଏ ପର୍ଯ୍ୟନ୍ତ ୫୦ରୁ ଅଧିକ ଜୀବଜନ୍ତୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବେଶ ତତତ୍ପର ହୋଇଛି ଆସାମ ବନ ବିଭାଗ । ଜୀବଜନ୍ତୁଙ୍କ ସୁରକ୍ଷାକୁ ବେଶ ଗୁରୁତ୍ବ ଦିଆଯାଇଛି । ସେହିପରି ଜୀବଜନ୍ତୁ ଶିକାର ହେବାର ମଧ୍ୟ ସମ୍ଭାବନା ରହିଛି ।ତେଣୁ କାଜିରଙ୍ଗା ନିକଟ ଦେଇ ଯାଇଥିବା ୩୭ ନମ୍ବର ଜାତୀୟ ରାଜପଥ ଉପରେ କଡ଼ା ନଜର ରଖାଯାଇଛି । ଆସାମର କରିମଗଞ୍ଜ ନିକଟ ସୂତାରକାଣ୍ଡି ଠାରୁ ମଣିପୁରର ଭାଲି ପର୍ଯ୍ୟନ୍ତ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଉପଯୁକ୍ତ ପାସ୍‌ ସହିତ ଗାଡ଼ି ଗୁଡ଼ିକୁ ଛାଡୁଛି ବନବିଭାଗ।

 ଗତ ୨୪ ଘଣ୍ଟା ମଧ୍ୟରେ ଜୀବଜନ୍ତୁଙ୍କ ମୃତ୍ୟୁ ସଂଖ୍ୟା ୩୦ରୁ ୫୧ରେ ପହଁଞ୍ଚିଛି। ଏପର୍ଯ୍ୟନ୍ତ ମୋଟ ୫ଟିଗଣ୍ଡାର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ଭିତରୁ ୪ଟିର ପାଣିରେ ବୁଡ଼ିବା ଯୋଗୁଁ ମୃତ୍ୟୁ ହୋଇଛି । ସେହିପରି ପାଣିରେ ବୁଡ଼ିଯିବାରୁ ଏକାଧିକ ହରିଣ, ସମ୍ବର ଓ ବାରହାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ୫୭ଟି ବିଭିନ୍ନ ପ୍ରାଣୀଙ୍କୁ ଉଦ୍ଧାର କରି ଚିକିତ୍ସା କରୁଛି ବନବିଭାଗ । ଏବେ ସୁଦ୍ଧା ବନବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ୧୯୯ ବାତ୍ୟା ଆଶ୍ରୟସ୍ଥଳ ମଧ୍ୟରୁ ୧୬୯ଟି ସୁରକ୍ଷିତ ଥିବା କୁହାଯାଇଛି ।

ସେହିପରି କାଜିରଙ୍ଗା ମଧ୍ୟରେ  ବିଭିନ୍ନ ପାହାଡ଼ ଉପରେ ନିର୍ମାଣ କରାଯାଇଥିବା ଉଚ୍ଚସ୍ଥାନ ଗୁଡ଼ିକରେ ବହୁ ପରିମାଣରେ ହାତୀ ଗଣ୍ଡା ଓ ହରିଣ ଆଶ୍ରୟ ନେଇଛନ୍ତି । କାଜିରଙ୍ଗା ଅଧିକାରୀଙ୍କ ସହ ବନ ବିଭାଗ ମଧ୍ୟ ସଜାଗ ଥିବା କହିଛନ୍ତି ସେଠାକାର ଜଙ୍ଗଲ ମନ୍ତ୍ରୀ । ତେବେ ୨୦୧୭ ବନ୍ୟାରେ ୩୧ ଗଣ୍ଡାଙ୍କ ସମେତ ୪ ଶହରୁ ଅଧିକ ଜୀବଜନ୍ତୁଙ୍କ ମୃତ୍ୟୁ ହେବାରୁ ବନ୍ୟା ସମୟରେ ଜୀବଜନ୍ତୁ ସୁରକ୍ଷିତ ରଖିବା ପାଇଁ ଏପରି ଉଚ୍ଚ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି ।

କାଜିରଙ୍ଗାରେ ଆସୁଥିବା ବନ୍ୟାକୁ ଅଟକାଇ ହେବ ନାହିଁ । କାରଣ ଉପର ମୁଣ୍ଡରେ ବନ୍ୟା ଆସିବା ନିଶ୍ଚିତ । କିନ୍ତୁ ଜୀବଜନ୍ତୁଙ୍କ ପ୍ରତି ସରକାର  ସଜାଗ ନହେଲେ । ପ୍ରତିବର୍ଷ ବନ୍ୟାରେ ଅନେକ ଜୀବଜନ୍ତୁ ତଥା ବିରଳ ଗଣ୍ଡାଙ୍କର ମୃତ୍ୟୁ ହେବ । ସାରା ବିଶ୍ବରେ ଥିବା ମୋଟ ଗଣ୍ଡା ସଂଖ୍ୟାର ଦୁଇ ତୃତୀୟାଶଂ କାଜିରଙ୍ଗାରେ ରୁହନ୍ତି । କିନ୍ତୁ ଏପରି ଗଣ୍ଡା ମୃତ୍ୟୁ ଜାରି ରହିଲେ ଦିନେ କାଜିରଙ୍ଗାଯେ ଗଣ୍ଡା ଶୂନ୍ୟ ନହେବ କିଏ କହିବ ।

   Related Posts