ଟାଙ୍ଗୀ ୧୦/୦୧: ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ସ୍ତରୀୟ ଟିମ୍ (କାୟାକଳ୍ପ) ପହଞ୍ଚି ପ୍ରତ୍ୟକ୍ଷ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ୱାସ୍ଥ୍ୟକେନ୍ଦ୍ରରେ ଆନୁସଙ୍ଗିକ ବ୍ୟବସ୍ଥା, ରୋଗୀଙ୍କୁ ମିଳୁଥିବା ସେବା ଓ ପାରିବେଶିକ ସ୍ୱଚ୍ଛତାକୁ ଏହି ଟିମ୍ ପରକ୍ଷିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଉପ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଟିମ୍ ଗଠନ କରାଯାଇଥିଲା। ମେଡିକାଲର ବିଭିନ୍ନ ବ୍ୟବସ୍ଥା ଉପରେ କାୟାକଳ୍ପ ଟିମ୍ ତନ୍ନତନ୍ନ କରି ତଦାରଖ କରିଥିବା ଜଣାପଡ଼ିଛି।
କିନ୍ତୁ ଏହି ଟିମ୍ ଟାଙ୍ଗୀ ଡାକ୍ତରଖାନାରେ ପହଞ୍ଚି ପାରିନାହାନ୍ତି। କିନ୍ତୁ ଏହି ଗସ୍ତ କାର୍ଯ୍ୟକ୍ରମ ପାଇଁ ଟାଙ୍ଗୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ପ୍ରସ୍ତୁତି ସରିଥିଲା। ଅନ୍ୟପଟେ ଏହି ଟିମ୍ ବାଲୁଗାଁ ମେଡିକାଲରେ ରୋଗୀମାନଙ୍କୁ କିଭଳି ଉନ୍ନତମାନର ଚିକିତ୍ସାସେବା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି ସେ ନେଇ ସମସ୍ତ କର୍ମଚାରୀ ଏବଂ ରୋଗୀଙ୍କୁ ପଚରାଉଚରା କରିଥିଲେ।