ପରାଜୟ ପରେ କାନ୍ଦିଲେ ହାଇଦ୍ରାବାଦ ମାଲିକାଣୀ, ଭିଡିଓ ଭାଇରାଲ୍...

Published By : Prameya-News7 Bureau | May 27, 2024 IST

କୋଲକାତା ୨୭/୦୫: ସରିଛି ଆଇପିଏଲ୍‌ ୨୦୨୪ର । ପ୍ରଥମ କ୍ୟାଲିଫାୟର ମ୍ୟାଚ୍ ବିଜେତା ହାତେଇଛି ଟ୍ରଫି । ୩ୟ ଥର ଆଇପିଏଲ୍‌ ଚାମ୍ପିୟନ ହୋଇଛି KKR । ସେପଟେ କେକେଆର ବିପକ୍ଷରେ ହାଇଦ୍ରାବାଦର ଲଜ୍ଜାଜନକ ପରାଜୟ । ଲିଗ୍‌ ପର୍ଯ୍ୟାୟରେ ଭଲ କରିଥିବା ଖେଳାଳି ଫେଲ୍ ମାରିଛି ଫାଇନାଲରେ । 

ନିରାଶାଜନକ ବ୍ୟାଟିଂ ସହ ନିମ୍ନମାନର ବୋଲିଂ ଦଳ ପାଇଂ ସାଜିଥିଲା ଘାତକ । ଅନ୍ୟପଟେ ୧୦ ବର୍ଷ ପରେ ବିଜୟର ସ୍ବାଦ ଚାଖିଛି କେକେଆର୍‌ । ୨୦୧୨, ୨୦୧୪ ପରେ ୨୦୨୪ରେ ଦଳ ପୁଣି ହୋଇଛି ଚାମ୍ପିୟନ୍ । 

ତେବେ ଫାଇନାଲ୍‌ରେ କୋଲକାତା ନାଇଟ୍‌ ରାଇଡର୍ସଠୁ ଶୋଚନୀୟ ଭାବେ ପରାଜିତ ହେବା ପରେ ସନ୍‌ରାଇଜର୍ସ ହାଇଦ୍ରାବାଦର ମାଲିକାଣୀ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କାବ୍ୟା ମାରନ ସମ୍ଭାଳି ପାରିନଥିଲେ କୋହ । ମ୍ୟାଚ୍ ଶେଷରେ ପାଭିଲିୟନରେ ଛିଡା ହୋଇ କାନ୍ଦି ପକାଇଥିଲେ । 

ଟାଇଟଲ୍‌ ହାତଛଡ଼ା କରିବାର ଦୁଃଖକୁ ସହଜରେ ଗ୍ରହଣ କରିପାରି ନଥିଲେ କାବ୍ୟା । ଆଇପିଏଲ୍‌  ସିଜନରେ ସେ ପ୍ରତି ମ୍ୟାଚ୍‌ରେ  ଷ୍ଟାଡିୟମରେ ଉପସ୍ଥିତ ରହି ଦଳୀୟ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ କାବ୍ୟା । ବିଜୟକୁ ନେଇ ଖୁସିରେ ଝୁମି ଉଠୁଥିଲେ ତ କେତେବେଳେ ପରାଜୟରେ ଭାଙ୍ଗି ପଡ଼ୁଥିଲେ । ସମ୍ପୂର୍ଣ୍ଣ ସିଜନରେ ତାଙ୍କର ଭାବନାତ୍ମକ ଅଙ୍ଗଭଙ୍ଗୀର ଭିଡିଓ ସୋସିଆଲ୍‌ ମିଡିଆରେ ବେଶ ଭାଇରାଲ୍‌ ହୋଇଥିଲା  । ଆଉ ଏବେ ପରାଜୟ ପରେ ଦୁଃଖରେ ମ୍ରିୟମାଣ ମାଲିକାଣୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.