Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଦିଲ୍ଲୀ ମଦ ଦୁର୍ନୀତି ମାମଲା: କେସିଆରଙ୍କ ଝିଅ କେ.କବିତାଙ୍କୁ ୯ ଘଣ୍ଟା ପଚରାଉଚରା, ମାର୍ଚ୍ଚ ୧୬ରେ ପୁଣି ଇଡିରେ ହେବେ ହାଜର

11/03/2023 at 10:23 PM

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ପରେ ବିଆରଏସ ନେତ୍ରୀ କେ.କବିତାଙ୍କୁ ପଚରାଉଚରା କରିଛି । ଶନିବାର କେ.କବିତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରାୟ ୯ ଘଣ୍ଟା ପଚରାଉଚରା କରିଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ର ଶେଖର ରାଓଙ୍କ ୪୪ ବର୍ଷୀୟ ଝିଅ ସକାଳ ୧୧ଟାରେ ଇଡି ମୁଖ୍ୟାଳୟରେ ପହଞ୍ଚିଥିଲେ ଏବଂ ଦୀର୍ଘ ୯ ଘଣ୍ଟା ପରେ ପ୍ରାୟ ରାତି ୮ଟାରେ ସେ ଇଡି କାର୍ଯ୍ୟାଳୟରୁ ବାହାରିଥିଲେ ।

ରିପୋର୍ଟ ଅନୁସାରେ ବିଆରଏସ ନେତ୍ରୀ କେ.କବିତାଙ୍କୁ ଏହି ମାମଲାରେ ପଚରାଉଚରା କରିବା ପାଇଁ ମାର୍ଚ୍ଚ ୧୬ରେ ପୁଣି ହାଜର ହେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି । ପଚରାଉଚରା ସମୟରେ ଇଡି କାର୍ଯ୍ୟାଳୟ ବାହାରେ ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳର ଯବାନଙ୍କୁ ମୁତୟନ କରାଯାଇଥିଲା । ଅନ୍ୟପଟେ ବିଆରଏସ ନେତ୍ରୀଙ୍କ ସମର୍ଥକମାନେ ଏପିଜେ ଅବଦୁଲ କଲାମ ରୋଡରେ ବିରୋଧ ପ୍ରଦର୍ଶନ କରିଥିଲେ ।

ରିପୋର୍ଟ ଅନୁସାରେ ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ରାମଚନ୍ଦ୍ରନ ପିଲ୍ଲାଙ୍କ ସହ ମୁହାଁମୁହିଁ ଜେରା କରାଇବା ପାଇଁ କବିତାଙ୍କୁ ହାଜର ହେବାକୁ କହିଥିଲା । ଚଳିତ ସପ୍ତାହରେ ପିଲ୍ଲାଇକୁ ଇଡି ଗିରଫ କରିଥିଲା । କବିତାଙ୍କୁ ମାର୍ଚ୍ଚ ୯ରେ ହାଜର ହେବା ପାଇଁ ଇଡି କହିଥିଲା, କିନ୍ତୁ କବିତା ନୂଆ ତାରିଖ ଦେବା ପାଇଁ ଅନୁରୋଧ କରିଥିଲେ ।

   Related Posts