oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁଇ ବର୍ଷ ପାଇଁ ପ୍ରକାଶ ପାଇଲା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର : ଶ୍ୟାମାମଣୀ ଦେବୀ ଓ ଉପେନ୍ଦ୍ର କୁମାର ପାଣିଗ୍ରାହୀ ପାଇବେ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ ସମ୍ମାନ

25/10/2019 at 6:42 PM

ଭୁବନେଶ୍ବର ୨୫|୧୦: ଦୁଇ ବର୍ଷର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ୨୦୧୭-୧୮ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇବେ ଓଡିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଡକ୍ଟର ଶ୍ୟାମମଣୀ ଦେବୀ । ସେହିଭଳି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇବେ ଗଞ୍ଜାମ ଜିଲ୍ଲାର ଦାସକାଠିଆ ପରିବେଷକ ଉପେନ୍ଦ୍ର କୁମାର ପାଣିଗ୍ରାହୀ ।

୨୦୧୭-୧୮ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ଓଡିଶୀ କଣ୍ଠ ସଙ୍ଗୀତ ପାଇଁ ଶାନ୍ତିଲତା ବାରିକ ଛୋଟରାୟ, ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ପାଇଁ ସୁନ୍ଦରଗଡର ଅଳକା ଚାନ୍ଦ, ଯନ୍ତ୍ର ସଙ୍ଗୀତ (ତାର ବାଦ୍ୟ) ପାଇଁ କଟକର ରବି ଶଙ୍କର ପ୍ରଧାନ, ଯନ୍ତ୍ର ସଙ୍ଗୀତ (ଆନନ୍ଦ ବାଦ୍ୟ) ପୁରୀର କାଳନ୍ଦୀ ଚରଣ ପରିଡା, ସୁଗମ ସଙ୍ଗୀତ ପାଇଁ ଡକ୍ଟର ସୁଧା ମିଶ୍ର, ଲୋକବାଦ୍ୟ ପାଇଁ ବଲାଙ୍ଗିରର ଆଲୋକ ପ୍ରକାଶ ଦାଶ, ଲୋକ ସଙ୍ଗୀତ ପାଇଁ କେନ୍ଦୁଝରର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ନାଟ୍ୟ ରଚନା ପାଇଁ ବାଲେଶ୍ବରର ହେମେନ୍ଦ୍ର ମହାପାତ୍ର, ଅଭିନୟ ପାଇଁ ଭଦ୍ରକର ବୃନ୍ଦାବନ ବାରିକ୍ ଏବଂ ଭୁବନେଶ୍ବରର ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ନିର୍ଦ୍ଦେଶନା ପାଇଁ ଭୁବନେଶ୍ବରର ପ୍ରସନ୍ନ ମିଶ୍ର, ମଞ୍ଚକଳା ପାଇଁ ଅନ୍ତର୍ଯ୍ୟାମୀ ପଣ୍ଡା, ଓଡିଶୀ ନୃତ୍ୟ ପାଇଁ ବ୍ରଜ କିଶୋର ମଲ୍ଲିକ, ଲୋକନୃତ୍ୟ ପାଇଁ ଗଞ୍ଜାମ ଜିଲ୍ଲା ଭାଟକୁମରଡାର ନୀଳକଣ୍ଠ ତରାଇ, ଲୋକନାଟ୍ୟ ପାଇଁ ବରଗଡର ଡକ୍ଟର କେଶ ରଞ୍ଜନ ପ୍ରଧାନ, ଗୀତି କବିତା ପାଇଁ କଟକର ମିନାକ୍ଷୀ ଦେବୀ ୨୦୧୭-୧୮ ପାଇଁ ପୁରସ୍କାର ପାଇବେ ।

ସେହିଭଳି ୨୦୧୮-୧୯ ପାଇଁ ଗଞ୍ଜାମ ଜିଲ୍ଲାର ଦାସକାଠିଆ ପରିବେଷକ ଉପେନ୍ଦ୍ର କୁମାର ପାଣିଗ୍ରାହୀଙ୍କୁ ଉପେନ୍ଦ୍ର ଭଞ୍ଜ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି । ୨୦୧୮-୧୯ ବର୍ଷ ଲାଗି ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ୧୫ଜଣଙ୍କୁ ମନୋନୀତ କରାଯାଇଛି । ସେମାନେ ହେଲେ ଓଡିଶୀ କଣ୍ଠ ସଙ୍ଗୀତ ପାଇଁ ଗଞ୍ଜାମର ସୀମାଞ୍ଚଳ ଦାଶ, ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ପାଇଁ ଭୁବନେଶ୍ବର ହରିହର ରଥ, ଯନ୍ତ୍ର ସଙ୍ଗୀତ (ତାର ବାଦ୍ୟ) ପାଇଁ କେନ୍ଦ୍ରାପଡାର ରମେଶ ଚନ୍ଦ୍ର ଦାସ, ଯନ୍ତ୍ର ସଙ୍ଗୀତ (ଆନଦ୍ଧ ବାଦ୍ୟ) ପାଇଁ କଟକର ରାଧାକାନ୍ତ ନନ୍ଦ, ସୁଗମ ସଙ୍ଗୀତ ପାଇଁ ଗୀତା ଦାଶ, ଲୋକବାଦ୍ୟ ପାଇଁ ସମ୍ବଲପୁରର ସନ୍ତୋଷ ସୁନା, ଲୋକ ସଙ୍ଗୀତ ପାଇଁ ବଲାଙ୍ଗିରର ସୁଶ୍ରୀ ବିଥିକା ଚାଟାର୍ଜୀ, ନାଟ୍ୟ ରଚନା ପାଇଁ ଭଦ୍ରକର ଡକ୍ଟର ସୁଧାଂଶୁ ନାୟକ, ଅଭିନୟ ପାଇଁ ଭୁବନେଶ୍ବରର ନିରଞ୍ଜନ ସାହୁ, ପୁରୀର ଲକ୍ଷ୍ମୀପ୍ରିୟା ମିଶ୍ର, ନିର୍ଦ୍ଦେଶନା ପାଇଁ ହରେନ କୁମାର ସାହୁ, ମଞ୍ଚକଳା ପାଇଁ ନ୍ୟୁଜ୍ ସେଭେନର କଳା ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାରଣା, ଓଡିଶୀ ନୃତ୍ୟ ପାଇଁ କଟକର ମୀରା ଦାସ, ଲୋକନୃତ୍ୟ ପାଇଁ ପୁରୀର ମାଗୁଣୀ ଜେନା, ଲୋକନାଟ୍ୟ ପାଇଁ ଭଦ୍ରକର ବିଜୟ ବହଳି, ଗୀତିକବିତା ପାଇଁ ପୁରୀର ବଦ୍ରି ମିଶ୍ର ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ।

   Related Posts