KBC-14: ପ୍ରତି ଏପିସୋଡ୍‌ ପାଇଁ ବିଗ୍‌ ବି କରନ୍ତି ଏତିକି କୋଟି ଚାର୍ଜ

Published By : Prameya-News7 Bureau | August 19, 2022 IST

ମୁମ୍ଵାଇ ୧୯।୦୮: ସୋନି ଟିଭିର ଲୋକପ୍ରିୟ କୁଇଜ୍‌ ଶୋ 'କୌନ ବନେଗା କରୋଡ ପତି'।  ଦର୍ଶକ ଏହି ଶୋ’କୁ ନେଇ ଖୁବ୍‌ ଉତ୍ସାହିତ ଅଚନ୍ତି । ୨୦୦୦ ମସିହାରୁ ଏହି ଶୋ ଦର୍ଶକଙ୍କୁ ମନୋରଞ୍ଜନ କରିବା ସହିତ ଜ୍ଞାନ ଏବଂ ଧନ ବୃଦ୍ଧି କରିଆସୁଛି । ଅମିତାଭ ବଚ୍ଚନ ପ୍ରତିଯୋଗୀମାନଙ୍କୁ ତାଙ୍କ ସ୍ୱତନ୍ତ୍ର ଶୈଳୀରେ ପରିଚିତ କରାନ୍ତି । ଏହି ଶୋ’ର ଲୋକପ୍ରିୟତା ପାଇଁ ବିଗ୍ ବିଙ୍କର ଏକ ବଡ଼ ଅବଦାନ ରହିଛି। ଏଥିପାଇଁ ସେ ମଧ୍ୟ ଏକ ବଡ ଫି ଆଦାୟ କରନ୍ତି । ସିଜିନ୍‌ ୧୪ ଆରମ୍ଭ ପୂର୍ବରୁ, ଶୋ’ର ସ୍ଵତନ୍ତ୍ର ପ୍ରୋମୋ ସେୟାର କରାଯାଇଥିଲା । ଏହି ପ୍ରୋମୋ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଛି।

ସବୁଥର ପରି ଏଥର ମଧ୍ୟ ଅମିତାଭ ବଚ୍ଚନ ଏକ ଧମାକାଦାର୍‌ ଅନ୍ଦାଜ୍‌ରେ ଏହି ସିଜିନ୍‌କୁ ହୋଷ୍ଟ କରୁଛନ୍ତି । ଅମିତାଭ ଏପର୍ଯ୍ୟନ୍ତ ୧୩ଟି ସିଜିନ୍‌କୁ ସଫଳତାର ସହ ଆୟୋଜନ କରିଛନ୍ତି। ବର୍ତ୍ତମାନ ତାଙ୍କ ସ୍ଥାନରେ ଅନ୍ୟ କୌଣସି ହୋଷ୍ଟ କଳ୍ପନା କରାଯାଇ ପାରିବ ନାହିଁ । କିନ୍ତୁ ଖୁବ୍ କମ୍ ଲୋକ ଜାଣିଛନ୍ତି କି ପ୍ରତ୍ୟେକ ସିଜିନ୍‌ରେ ଅମିତାଭଙ୍କ ଫି ମଧ୍ୟ ବଢିଥାଏ। ମିଡିଆ ରିପୋର୍ଟ ଅନୁଯାୟୀ ଅମିତାଭ ବଚ୍ଚନ 'କୌନ ବନେଗା କରୋଡପତି'ର ପ୍ରତ୍ୟେକ ଏପିସୋଡ ପାଇଁ ୪ରୁ ୫ କୋଟି ଟଙ୍କା ଆଦାୟ କରୁଛନ୍ତି।

ରିପୋର୍ଟ ଅନୁଯାୟୀ, ଯେତେବେଳେ କେବିସି ୨୦୦୦ ମସିହାରେ ଆରମ୍ଭ ହୋଇଥିଲା, ସେତେବେଳେ ଅମିତାଭ ୨୫ ଲକ୍ଷ ଟଙ୍କା ଚାର୍ଜ କରୁଥିଲେ। ପ୍ରଥମ ସିଜିନ୍‌ ହିଟ୍ ହେବା ମାତ୍ରେ ବିଗ୍ ବି ଫି କୁ ୧ କୋଟି ଟଙ୍କାକୁ ବୃଦ୍ଧି କରିଥିଲେ। ଏହା ପରେ ସେ ଅଷ୍ଟମ ସିଜିନ୍‌ରେ ପର୍ଯ୍ୟନ୍ତ ଫି ୨କୋଟି ଯାଏଁ ଥିଲା। ଗତ ସିଜିନ୍‌ରେ ଅର୍ଥାତ୍ 'କେବିସି -୧୩' ରେ ଏହା ୩.୫ କୋଟି କରିଥିବାବେଳେ ଏବେ କ୍ରମାଗତ ଭାବରେ ବୃଦ୍ଧି ପାଇଛି । ବର୍ତ୍ତମାନ ଏହି ଏପିସୋଡ୍ ପାଇଁ ୪-୫ କୋଟିକୁ ବୃଦ୍ଧି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.