KBC-14: ପ୍ରତିଯୋଗୀଙ୍କୁ ଖୁସି କରିଦେବ ଗେମ୍‌ର ନୂଆ ନିୟମ, ଟଙ୍କା ସହ ମିଳିବ ଗାଡି

Published By : Prameya-News7 Bureau | August 10, 2022 IST

ମୁମ୍ବାଇ ୧୦।୦୮: କୌନ ବନେଗା କୋରଡପାତି-୧୪କୁ ନେଇ ଦର୍ଶକମାନେ ଖୁବ୍‌ ଉତ୍ସାହ ଅଛନ୍ତି। ନିର୍ମାତାମାନେ ଶୋକୁ ପୂର୍ବ ଅପେକ୍ଷା ଅଧିକ ଆକର୍ଷଣୀୟ କରିବାକୁ ଚେଷ୍ଟା କରୁଛନ୍ତି । ବୋଧହୁଏ ଏହି କାରଣରୁ ନିର୍ମାତାମାନେ ଏଥର ଶୋ’ରେ ଅନେକ ବଡ଼ ପରିବର୍ତ୍ତନ ଆଣିଛନ୍ତି। ଧିରେ ଧିରେ ଶୋ’କୁ ନେଇ ଖୁଲାସା ହେଉଛି । ପୂର୍ବରୁ ଅର୍ଥ ରାଶି ଏବଂ ପ୍ରଶ୍ନକୁ ନେଇ ପରିବର୍ତ୍ତନ ଦେଖାଯାଇଥିଲା । ଏବେ ଶୋ’କୁ ନେଇ ପୂଣି ନୂଆ ଅପଡେଟ୍‌ ଆସିଛି। ତେବେ ଟିଆରପିରେ କେଉଁ ପରିବର୍ତ୍ତନ ଦେଖାଯାଉଛି ତାହା ଦେଖିବାକୁ ପଡ଼ିବ।

ଏନେଇ ବିଗ୍ ବି କହିଛନ୍ତି ଯେ ଯିଏ ଶୋ’ରେ ୧ କୋଟି ଟଙ୍କା ଜିତିବ ସେ ବିଳାସପୂର୍ଣ୍ଣ କାର ମଧ୍ୟ ଘରକୁ ନେଇଯିବ। କେବଳ ଏତିକି ନୁହେଁ, ୭.୫ କୋଟି ଟଙ୍କା ଜିତୁଥିବା ପ୍ରତିଯୋଗୀମାନେ ଟଙ୍କା ସହିତ କାର ଉପହାର ମଧ୍ୟ ପାଇବେ। ତେବେ ଯେଉଁ ଖେଳାଳିମାନେ ୧ କୋଟି ଏବଂ ୭.୫ କୋଟି ଟଙ୍କା ଜିତିବେ ସେହି ଗାଡିଗୁଡ଼ିକ ବିଭିନ୍ନ ଭର୍ସନର ହେବ।

କହିବାକୁ ଗଲେ ନିର୍ମାତାମାନେ ପୁରସ୍କାର ରାଶି ଏବଂ ପ୍ରାଇଜ୍‌ ବୃଦ୍ଧି କରିଛନ୍ତି। ଅନ୍ୟପକ୍ଷରେ ଖେଳରେ ସାହାଯ୍ୟ କରିବା ପାଇଁ ଉପଲବ୍ଧ ଲାଇଫ୍ ଲାଇନ୍ ସଂଖ୍ୟା ପୂର୍ବ ପରି ତିନିକୁ ହ୍ରାସ କରାଯାଇଛି । ପ୍ରଥମ ଗେମ୍‌ରେ କେବଳ ୩ଟି ଲାଇଫ୍ ଲାଇନ୍ ଥିଲା, ଯାହା ପରେ ୪ କୁ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ନିର୍ମାତାମାନେ ପୁଣି ଥରେ ୩କୁ ହ୍ରାସ କରିଛନ୍ତି । କିନ୍ତୁ ଏହି ସମସ୍ତ ପରିବର୍ତ୍ତନଗୁଡିକ ଶୋ’କୁ କିପରି ଲାଭଦାୟକ ହେବ। ତାହା ଦେଖିବା ପାଇଁ ମଜାଦାର ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.