'KBC-13'ର ହଟ୍‌ ସିଟ୍‌ରେ ବସିବେ ନୀରଜ୍‌ ଚୋପ୍ରା ଓ ପି.ଆର ଶ୍ରୀଜେଶ୍ : ଭାଇରାଲ ହେଉଛି ପ୍ରୋମୋ

Published By : Prameya-News7 Bureau | September 13, 2021 IST

ମୁମ୍ବାଇ ୧୩/୦୯  : ଟେଲିଭିଜିନ୍‌ ଦୁନିଆର ଲୋକପ୍ରିୟ ଗେମ୍‌ ଶୋ କୌନ୍‌ ବନେଗା କରୋଡ ପତି ସିଜିନ-୧୩ ରେ ଦର୍ଶକଙ୍କ ପାଇଁ ବହୁତ ଭଲ ରେସପନ୍ସ ଆସିଛି । କେବିସି 'ଶୋ' ଆରମ୍ଭ ହେବା ଆଗରୁ ହିଁ ଲାଇମଲାଇଟ୍‌ରେ ରହି ଆସିଛି। 'ଶୋ'ରେ ସବୁ ସପ୍ତାହରେ ପପୁଲାର କ୍ୟାରେକ୍ଟର ଆସୁଥିବାର ଦେଖିବାକୁ ମିଳିଛି। ନିକଟରେ କୌନ୍‌ ବନେଗା କରୋଡପତିରେ ମଧ୍ୟ ଦୁଇଟି କ୍ରିକେଟର ସୌରଭ୍‌ ଗାଙ୍ଗୁଲି ଓ ବିରେନ୍ଦ୍ର ସେହୱାଗ ପହଞ୍ଚିଥିଲେ । ଉଭୟ କ୍ରିକେଟର ଅନେକ ସ୍ମୃତି ବାଣ୍ଟିଥିଲେ । ପୁଣି ଥରେ କ୍ରୀଡା ଜଗତର ଦୁଇଟି ବଡ ଚେହେରା ଆସିବେ । ଶୋ ର ଶାନ୍‌ଦାର ଶୁକ୍ରବାର ଏପିସୋଡରେ ଅଲମ୍ପିକରେ ଭାରତ ପାଇଁ ଗର୍ବ ଆଣିଥିବା ନୀରଜ ଚୋପ୍ରା ଏବଂ ପି.ଆର ଶ୍ରୀଜେଶ ଏପିସୋଡରେ ନଜର ଆସିବେ।  

ହଁ ଏହା ପ୍ରଶଂସକଙ୍କ ପାଇଁ ଉପହାର ଠାରୁ କମ୍‌ ନୁହେଁ । ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗର୍ବ ଆଣିଥିବା ନୀରଜ ହଟ୍‌ ସିଟରେ ବସିବେ। ତାଙ୍କ ସହ ଗୋଲ୍‌ କିପର ପି.ଆର ଶ୍ରୀଜେଶ ମଧ୍ୟ ଆସିବେ। ଯାହା ସୋସିଆଲ ମିଡିଆରେ ଏବେ ଏହି ଫଟୋ ଖୁବ୍ ଭାଇରାଲ ହୋଇଛି । ଫଟୋରେ ଅମିତାଭ ବଚ୍ଚନଙ୍କ ସହ ଉଭୟ ଖେଳାଳି ନଜର ଆସିଛନ୍ତି।  ସୋନି ଟିଭି ଅଫିସିଆଲ୍ ଆକାଉଣ୍ଟରୁ ଏହାର ଏକ ପ୍ରୋମୋ ସେୟାର ହୋଇଛି । ଭିଡ଼ିଓରେ ଅଲମ୍ପିକ ବିଜେତା ନୀରଜ ଏବଂ ହକି ଖେଳାଳି ଶ୍ରୀଜେଶ ନଜର ଆସିଛନ୍ତି।

wp:html
/wp:html

ଯେଉଁଥିରେ ଅମିତାଭ ବଚ୍ଚନ ତାଙ୍କୁ ସ୍ୱାଗତ କରୁଛନ୍ତି । ପ୍ରୋମୋ ସହିତ ଥିବା କ୍ୟାପସନରେ ଲେଖାଥିଲା - 'ଆମ ଦେଶର ନାଁ ରଖିଥିବା ଟୋକିଓ ଅଲିମ୍ପିକ୍ସ ୨୦୨୦ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଏବଂ ଶ୍ରୀଜେଶଙ୍କୁ "କେବିସି ୧୩",  ମଞ୍ଚକୁ ଆଣିବା । ତେବେ ଅଲିମ୍ପିକ୍ସରେ ଏହି ଏପିସୋଡରେ ଉଭୟ ନିଜର ଜୀବନ ସହ ଜଡ଼ିତ ଥିବା କିଛି ଗୁରୁତ୍ୱ ପୂର୍ଣ୍ଣ କଥା ଓ ସଂଘର୍ଷ ଏବଂ ଅଭିଜ୍ଞତା ସେୟାର କରିଥିବାର ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.