ମୁମ୍ବାଇ ୧୫/୧୦: କୌନ ବନେଗା କରୋଡ ପତି ସିଜନ ୧୨ ଗେମ୍ ରିୟଲିଟି ଶୋ’ରେ ଅମିତାଭ ବଚ୍ଚନ ନିଆରା ଶୈଳୀରେ ଲୋକଙ୍କ ମେନାରଞ୍ଜନ କରିଥାନ୍ତି। ମାତ୍ର ସେ ନିକଟରେ ଶୋ’ ଚାଲିବା ସମୟରେ ବେଶ୍ ଚିନ୍ତାରେ ପଡ଼ି ଗଲେ। କାରଣ ତାଙ୍କ କମ୍ପ୍ୟୁଟର ଅଚାନକ ମଝିରେ ବନ୍ଦ ହୋଇଗଲା। ଅର୍ଥାତ ତାଙ୍କ କମ୍ପ୍ୟୁଟର ଯାନ୍ତ୍ରିକ ତ୍ରୁଟି ଯୋଗୁ କାମ ଦେଲା ନାହିଁ। ବିଗ ବିଙ୍କ ଆଦେଶ ଅନୁସାରେ ଚାଲୁଥିବା ତାଙ୍କ କମ୍ପ୍ୟୁଟର କେବଳ ଅମିତାଭଙ୍କୁ ନୁହେଁ ବରଂ ଦର୍ଶକଙ୍କ ଚିନ୍ତା ବଢ଼ାଇ ଥିଲା।
ସେ ଦୁଇ ଥର କମ୍ପ୍ୟୁଟରକୁ ଆଦେଶ ଦେଲେ । ମାତ୍ର କୌଣସି ଜବାବ ଆସିଲା ନାହିଁ। ବିଗବିସ୍ କହିଲେ, ‘ଦୁଇ ହଜାର ଟଙ୍କାର ଇଏ ରହିଲା ଆପଣଙ୍କ ପ୍ରଶ୍ନ’। ସେ ତାଙ୍କର ଏଇ ବାକ୍ୟକୁ ପ୍ରାୟ ୩ରୁ ଅଧିକ ଥର ଦୋହରାଇ ଥିଲେ। ମାତ୍ର କମ୍ପ୍ୟୁଟର ଏହାକୁ ରେସପଣ୍ଡ କରି ନ ଥିଲା। ଏହା ପରେ ସେ ସାହାଯ୍ୟ ପାଇଁ କେବିସି ଟିମକୁ ଆଡକୁ ଚାହିଁଲେ।
ତେବେ କମ୍ପ୍ୟୁଟରର ଅଚାନକ ବନ୍ଦ ହେବାରେ ବିଗ ବି କହିଲେ ‘କମ୍ପୁଟର ତ ବନ୍ଦ ହେଇଗଲା’। କିଛି ସମୟ ପାଇଁ ସ୍ଥିତି ସମ୍ଭାଳିବା ପରେ ତାଙ୍କ କମ୍ପ୍ୟୁଟର ଠିକ୍ ହୋଇଥିଲା। ଏହା ସହ ବିଗ ବିଙ୍କ ଆଦେଶ ଅନୁସାରେ ଚାଲିଲା। ଏହା ପରେ କମ୍ପ୍ୟୁଟରରେ ପ୍ରଶ୍ନ ଆସିଲା ଓ ଗେମ ଆଗକୁ ବଢ଼ିଲା।
ସୂଚନାଯୋଗ୍ୟ କରୋନାକୁ ଧ୍ୟାନରେ ରଖି ବିଗ ବି ସବୁ ପ୍ରକାର ସୁରକ୍ଷାକୁ ଦୃଷ୍ଟିରେ ରଖି କେବିସି ସୁଟିଂ କରୁଛନ୍ତି। ସେଟକୁ କ୍ରମାଗତ ସାନିଟାଇଜ କରାଯାଉଛି। ଏପରିକି ସାମାଜିକ ଦୂରତ୍ବ ସହ ଶୋ’ ପରିଚାଳିତ ହେଉଛି।