ପଦ୍ମପୁର ୮।୮: ଝରଣା ପାଣିରେ ଫସିଗଲେ ୫୦ କାଉଡିଆ । ଶିବ ମନ୍ଦିରକୁ ପାଣି ଢାଳିବାକୁ ଯାଇଥିବା ବେଳେ ଘଟିଛି ଅଘଟଣ । ବରଗଡ ଜିଲ୍ଲା ନୃସିଂହନାଥ ଝରଣାରେ ଫସିଗଲେ ୫୦ରୁ ଅଧିକ କାଉଡିଆ ।
ସୂଚନାଯୋଗ୍ୟ ଯେ, ବରଗଡ ଜିଲ୍ଲା ନୃସିଂହନାଥ ଝରଣାରେ ଫସିଗଲେ କାଉଡିଆ । ଝରଣା ପାଣିରେ ୫୦ରୁ ଅଧିକ କାଉଡିଆ ଫସିଗଲେ । ଶିବ ମନ୍ଦିରରେ ପାଣି ଢାଳିବାକୁ ଯାଉଥିବା ବେଳେ ଫସିଗଲେ କାଉଡିଆ । ପାଣି ଉଠାଉଥିବା ବେଳେ ହଠାତ ପାଣି ମାଡି ଆସିଥିଲା । ପାଣିର ସ୍ରୋତ ଅଧିକ ଥିବାରୁ କିଛି ସମୟ ପାଇଁ ଫସି ରହିଥିଲେ । ପରେ କାଉଡିଆମାନେ ସୁରକ୍ଷିତ ଭାବରେ କୂଳକୁ ଆସିଥିଲେ ।
ଶ୍ରାବଣ ମାସ ସୋମବାର ପାଇଁ ବରଗଡ ଜିଲ୍ଲା ଏବଂ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ନୃସିଂହନାଥ ମନ୍ଦିରରେ ଥିବା ଝରଣାରୁ ପାଣି ଆଣି ନିଜ ନିଜ ଗାଁରେ ଥିବା ଶିବ ମନ୍ଦିର କିମ୍ବା ମାନସିକ କରିଥିବା ଶିବ ମନ୍ଦିରରେ ପାଣି ଢାଳିଥାନ୍ତି । ଆଜି ଶେଷ ସୋମବାରରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ତେବେ ବର୍ଷା ଦିନରେ ଜଙ୍ଗଲୀ ଝରଣାରେ ଏପରି ଅଚାନକ ପାଣିର ସ୍ରୋତ ବଢିଯାଇଥାଏ ତେଣୁ ଲୋକମାନେ ସତର୍କ ରହିବା ନିହାତି ଜରୁରୀ ।