କଟକ ମହାନଦୀରେ ପୁଣି ଅଘଟଣ : ପାଣି ଉଠାଇବା ବେଳେ ବୁଡିଗଲେ କାଉଡିଆ

Published By : Prameya-News7 Bureau | August 04, 2024 IST

କଟକ ୪କଟକ ମହାନଦୀରେ ପୁଣି ଅଘଟଣ । ପାଣି ଉଠାଇବା ବେଳେ ବୁଡିଗଲେ ଜଣେ କାଉଡିଆ । ଶ୍ରାବଣ ସୋମବାର ପାଇଁ ପାଣି ଉଠାଉଥିବା ବେଳେ କାଉଡିଆ ବୁଡିଯାଇଛନ୍ତି । ଗତ ରବିବାର ଗଡଗଡିଆ ଘାଟରେ ଜଣେ କାଉଡିଆଙ୍କର ଭାସିଯାଇ ମୃତ୍ୟୁ ହୋଇଥିଲା ।

ସେପଟେ ମହାନଦୀକୁ ଡେଇଁ ମହିଳା ଆତ୍ମହତ୍ୟା କରିଛନ୍ତି । ଯୋବ୍ରା ନିକଟରେ ମହାନଦୀକୁ ଡେଇଁଥିବା ମହିଳାଙ୍କ ମୃତ୍ୟୁ ଘଟିଛି । ଭରା ନଦୀରୁ ଉଦ୍ଧାର କରି କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ ମତ୍ସ୍ୟଜୀବୀ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ମହିଳା ହେଲେ କାମିନୀ ସ୍ୱାଇଁ । ତାଙ୍କ ଘର କଟକ ଅରିଲୋରେ ।

ଗତ ୫ ଦିନ ମଧ୍ୟରେ କଟକର ବିଭିନ୍ନ ସ୍ଥାନରେ ନଦୀକୁ ଡେଇଁ ଚାରି ଜଣ ନିଖୋଜ ଥିବା ଖବର ରହିଛି । ଗତ ଆଠ ଦିନରେ କଟକରେ ୫ ଜଣ ନଦୀକୁ ଡେଇଁ ଅତ୍ମହତ୍ୟା ଉଦ୍ୟମ ମଧ୍ୟ କରିଛନ୍ତି । କାମିନୀଙ୍କୁ ମିଶାଇ ୪ ଜଣ ଆତ୍ମହତ୍ୟା କଲେଣି । ଗତ ବୁଧବାର ସକାଳେ କଟକ ଓଡ଼ିଆ ବଜାରର ଶିକ୍ଷୟିତ୍ରୀ ମମତା ସାହୁ ବ୍ରିଜ୍‌ ଉପରେ ସ୍କୁଟି ରଖି କାଠଯୋଡ଼ିକୁ ଡେଇଁ ପଡ଼ିଥିଲେ । ଆଜି ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳୁନି । ସେହିଦିନ ଭୁବନେଶ୍ୱରର ବ୍ୟବସାୟୀ ତୁଷାର ଭଟ୍ଟ ତ୍ରିଶୁଳିଆ ବ୍ରିଜ୍‌ରୁ କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଥିଲେ ।

You Can Read:

ଆମ୍ବୁଲାନ୍ସ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା : ମୃତଦେହ ରଖି ଏନ୍‌ଏଚ୍ ଅବରୋଧ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.