ଯାଜପୁର ୨୮।୭: ନଦୀରେ ବୁଡ଼ି କାଉଡିଆଙ୍କ ମୃତ୍ୟୁ । ଯାଜପୁର ବୈତରଣୀ ନଦୀର ବଲ୍ଲଭି ଘାଟରେ ପାଣି ଉଠାଇବା ବେଳେ ଅଘଟଣ ।
ସୂଚନାଯୋଗ୍ୟ ଯେ, ଯାଜପୁର ବୈତରଣୀ ନଦୀର ବଲ୍ଲଭି ଘାଟ ନିକଟରେ କାଉଡ଼ିଆ ମାନେ ପାଣି ଉଠାଇବା ପାଇଁ ଯାଇଥିଲେ । ସେମାନଙ୍କ ସହ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ପୁରୁଷୋତ୍ତମପୁର ଅଞ୍ଚଳର ଦେବେନ୍ଦ୍ର ସାମଲଙ୍କ ପୁଅ ପ୍ରଶାନ୍ତ କୁମାର ସାମଲ ମଧ୍ୟ ପାଣି ଉଠାଇବା ପାଇଁ ଯାଇଥିଲେ । ସେହି ସମୟରେ ଅସାବଧାନତା ବଶତଃ ପ୍ରଶାନ୍ତ ପାଣିରେ ବୁଡିଯାଇଥିଲେ । ତାଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପ୍ରଶାନ୍ତଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
You Can Read:
ରାୟଗଡାର ବିଭିନ୍ନ ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର, ସହିଦ ସପ୍ତାହ ପାଳନ ନେଇ ଉଲ୍ଲେଖ