ଢେଙ୍କାନାଳରେ ୩ ସୋମବାର ଜଳଲାଗି କରିବେ କାଉଡିଆ, ପଲିଥିନ୍ ଓ ଡିଜେ ସମ୍ପୂର୍ଣ୍ଣ ନିଷେଧ

Published By : Prameya-News7 Bureau | July 04, 2023 IST

ଢେଙ୍କାନାଳ ୪୭: ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ କପିଳାସ ସମେତ ଢେଙ୍କାନାଳ ଜିଲ୍ଲାର ଅନ୍ୟ ଶୈବପୀଠରେ ଶ୍ରାବଣ ମାସରେ ମାନସିକଧାରୀ କାଉଡ଼ିଆଙ୍କ ଜଳ ଲାଗି ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ବର୍ଷ ଶ୍ରାବଣ ମାସରେ ମାତ୍ର ୩ଟି ସୋମବାରରେ କପିଳାସ ସମେତ ଅନ୍ୟ ଶିବ ମନ୍ଦିରଗୁଡିକରେ କାଉଡିଆମାନେ ଜଳଲାଗି କରିପାରିବେ । ଅନ୍ୟ ସୋମବାର ଗୁଡିକରେ ମନ୍ଦିରରେ ଜଳଲାଗି ପାଇଁ ନିଷିଦ୍ଧ କରାଯାଇଛି । ଏହି ଉପଲକ୍ଷେ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କାଉଡି ଯାତ୍ରା ଓ ଜଳାଭିଷେକ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଚଳିତ ବର୍ଷ ମଳ ମାସ ପଡ଼ୁଥିବାରୁ କପିଳାସ ସମେତ ଅନ୍ୟ ଶୈବପୀଠରେ ୧୦ ଜୁଲାଇ, ୨୧ ଓ ୨୮ ଅଗଷ୍ଟରେ ପଡ଼ୁଥିବା ମୋଟ୍ ୩ଟି ସୋମବାରରେ କାଉଡିଆମାନେ ଜଳଲାଗି କରିପାରିବେ ବୋଲି ନିଷ୍ପତ୍ତି ହୋଇଛି । ମଳମାସ ଯୋଗୁଁ ଶ୍ରାବଣ ମାସର ଅନ୍ୟ ସୋମବାର ଗୁଡିକ ଅସୁଦ୍ଧି ହେତୁ ରାଜପୁରୋଧା ପଞ୍ଚାନନ ମିଶ୍ରଙ୍କ ପରାମର୍ଶ କ୍ରମେ ଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି । ଅନ୍ୟ ସୋମବାର ଗୁଡିକ ଅସୁଦ୍ଧି ରହୁଥିବାରୁ କାଉଡିଆମାନେ ମନ୍ଦିରରେ ଜଳଲାଗି କରିପାରିବେ ନାହିଁ । ଲକ୍ଷାଧିକ କାଉଡିଆଙ୍କ ଆଗମନକୁ ନେଇ ବ୍ୟାପକ ପୋଲିସ ମୁତୟନ ସହିତ ଆଲୋକୀକରଣ ପାନୀୟ ଜଳ ସୁବିଧା କରାଯିବ ।

ଚଳିତବର୍ଷ କାଉଡିଆ ପ୍ରବେଶକୁ ମାଗଣା କରାଯାଇଥିବା ବେଳେ ଢେଙ୍କାନାଳରୁ କପିଳାସ ଗାଡି ଭଡ଼ା ୫୦ ଟଙ୍କା କରାଯାଇଛି । ତେବେ ପଲିଥିନ ଓ ଡିଜେ ବାଜାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବେଳେ ଆମାନିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ।  କାଉଡିଆଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହାତୀ ଅଞ୍ଚଳଗୁଡିକରେ ହାତୀ ସ୍କ୍ବାଡ୍ ନିୟୋଜନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

You Can Read :

wp:embed {"url":"https://www.prameyanews7.com/heavy-rain-will-occurs-from-6th-july-in-odisha/","type":"wp-embed","providerNameSlug":"prameya-news-7"}
https://www.prameyanews7.com/heavy-rain-will-occurs-from-6th-july-in-odisha/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.