ସଲମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା, ପୋଷ୍ଟ କରି ଲେଖିଲେ ସ୍ପେସାଲ୍ ମେସେଜ

Published By : Prameya-News7 Bureau | December 27, 2021 IST

ମୁମ୍ବାଇ ୨୭/୧୨: ବଲିଉଡର ଦବଙ୍ଗ ଖାନଙ୍କ ପ୍ରଶଂସକଙ୍କ ପାଇଁ ଆଜିର ଦିନ କୌଣସି ପର୍ବଠାରୁ କମ୍ ନୁହେଁ। ଡିସେମ୍ବର ୨୭ ରେ ଅଭିନେତା ତାଙ୍କ ଜନ୍ମଦିନ ପାଳନ କରନ୍ତି। କିନ୍ତୁ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ସଲମାନଙ୍କୁ ତାଙ୍କ ଫାର୍ମ ହାଉସରେ ସାପ କାମୁଡ଼ିଥିଲା। ଯାହା ପରେ ପ୍ରଶଂସକଙ୍କ ଚିନ୍ତା ବହୁତ ବଢିଯାଇଥିଲା। ବର୍ତ୍ତମାନ ଅଭିନେତା ଭଲ ଅଛନ୍ତି ଏବଂ ନିଜ ପ୍ରିୟଜନଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନିଜେ ଫାର୍ମ ହାଉସରୁ ବାହାରିଛନ୍ତି ଏବଂ ପାପାରାଜିଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଅପଡେଟ୍ ଦେଇଛନ୍ତି।

{"width":602,"height":1065}

ଅନ୍ୟପକ୍ଷରେ, ବଲିଉଡ ଇଣ୍ଡଷ୍ଟ୍ରିର ଅନ୍ୟ ସେଲିବ୍ରେଟିମାନେ ମଧ୍ୟ ସେମାନଙ୍କର ପ୍ରିୟ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ସେଥିମଧ୍ୟରୁ ସଲମାନଙ୍କ ବନ୍ଧୁ କ୍ୟାଟ୍ରିନା କୈଫ୍ ଅଛନ୍ତି। କ୍ୟାଟ୍ ତାଙ୍କ ପ୍ରିୟ କୋ-ଆକ୍ଟରଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଏକ ପୋଷ୍ଟ ସେୟାର କରିଛନ୍ତି। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅଭିନେତାଙ୍କର ଏକ ଫଟୋ ସେୟାର କରି କ୍ୟାଟ୍ ବର୍ଥ ଡେ’ ୱିସ୍ କରିଛନ୍ତି। କ୍ୟାଟ୍ ଲେଖିଛନ୍ତି - 'ଜନ୍ମଦିନର ବହୁତ ଶୁଭେଚ୍ଛା ସଲମାନ ...ତୁମ ଭିତରେ ଯେତେ ଭଲପାଇବା, ଚମକ,ଏବଂ ବୁଝିବା ଶକ୍ତି ଅଛି ତାହା ସବୁଦିନ ରହୁ...'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.