ସିଲଭର ସ୍କ୍ରିନ୍‌କୁ ଆସିବା ପୂର୍ବରୁ କ୍ୟାଟ୍ରିନାକୁ ମନ ଦେଇ ବସିଥିଲେ ଭିକି, ଏଭଳି ଆରମ୍ଭ ହୋଇଥିଲା ଲଭଷ୍ଟୋରୀ

Published By : Prameya-News7 Bureau | December 09, 2022 IST

ମୁମ୍ଵାଇ ୦୯।୧୨: କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ବଲିଉଡର ପାୱାର ଫୁଲ୍ କପଲ। ଇଣ୍ଡଷ୍ଟ୍ରିରୁ ସବୁଠାରୁ ଅନ୍ୟତମ ଯୋଡି। ଉଭୟ ନିଜ ସମ୍ପର୍କକୁ ସମସ୍ତଙ୍କଠାରୁ ଲୁଚାଇ ରଖିଥିଲେ ଏବଂ ବିବାହର ଖବର ସାମ୍ନାକୁ ଆସିବା ପର୍ଯ୍ୟନ୍ତ କାହାକୁ ଜଣାଇ ନଥିଲେ। । ଗତ ବର୍ଷ ଏହି ଦିନ ଉଭୟ ବିବାହ କରିଥିଲେ। ଏଭଳି ପରିସ୍ଥିତିରେ, ଆଜି ଏହି ଲଭବାର୍ଡଙ୍କ ପ୍ରଥମ ବିବାହ ବାର୍ଷିକୀ ପାଳନ କରୁଛନ୍ତି।

Katrina Kaif-Vicky Kaushal Share Screen For The First Time In An  Advertisement, Check Out Pics

କ୍ୟାଟ୍ରିନା ଏବଂ ଭିକିଙ୍କ ପ୍ରେମ କାହାଣୀ ଅତ୍ୟନ୍ତ ମଜାଳିଆ। ଦୁହେଁ କେବେ ଭାବି ନଥିଲେ ଯେ ସେମାନେ ବିବାହ କରିବେ। ଉଭୟଙ୍କ ପ୍ରେମ କାହାଣୀ କରଣ ଜୋହରଙ୍କ ଚାଟ୍ ସୋ କଫି ୱିଥ୍ କରଣରୁ ଆରମ୍ଭ ହୋଇଥିଲା। ଯେତେବେଳେ ଭିକି କରଣଙ୍କ ଶୋ’ରେ ଆସିଥିଲେ ସେତେବେଳେ କହିଥିଲେ ସେ କ୍ୟାଟ୍ରିନା ତାଙ୍କ ସହ କାମ କରିବାକୁ ଚାହୁଁଛନ୍ତି। କାରଣ କ୍ୟାଟ୍ରିନା ବି ବିଶ୍ଵାସ କରନ୍ତି ଯେ ଉଭୟ ଅନସ୍କ୍ରିନରେ ଭଲ ଦେଖାଯିବେ। ଭିକି ଏହା ଶୁଣିବା ପରେ ଖୁସିର ସୀମା ରହିନଥିଲା।

{"width":830,"height":466}
Katrina Kaif CONFESSES certain things felt were 'restrictive' when she  started dating Vicky Kaushal | Celebrities News – India TV

ଏହା ପରେ ଭିକି ଏବଂ କ୍ୟାଟ୍ରିନା ଏକ ଶୋ’ରେ ଭେଟିଥିଲେ। ଯେଉଁଥିରେ କେହି ହୋଷ୍ଟ ନଥିଲେ ଏବଂ ଏକ ଟେପ୍ ରେକର୍ଡରରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ପଡୁଥିଲା। ଏହି ସମୟରେ, ବିକି କ୍ୟାଟ୍ରିନାଙ୍କୁ ପଚାରିଥିଲେ ଯେ ସେ କେବେ ଭାବିଛନ୍ତି କି ସେମାନଙ୍କର ପ୍ରଥମ ସାକ୍ଷାତ ରେକର୍ଡ ହେବ? ଏହା ଉପରେ କ୍ୟାଟ୍ରିନା କହିଥିଲେ, କାହାକୁ ଜାଣିବା ପାଇଁ ଏହା ଏକ ଭଲ ସ୍ଥାନ ।

Vicky Kaushal & Katrina Kaif Are Mastering The Art Of Long Distance  Relationships Amid Their Busy Schedules?

ଏଥି ସହିତ କରଣଙ୍କ ସହ ଚଳିତ ବର୍ଷର କଫିରେ କ୍ୟାଟ୍ରିନା ସମସ୍ତଙ୍କୁ ତାଙ୍କ ପ୍ରେମ କାହାଣୀ ବିଷୟରେ କହିଥିଲେ। କ୍ୟାଟ୍ରିନା କହିଥିଲେ, ବିକି ମୋ ରାଡାରରେ କେବେବି ନଥିଲେ। ମୁଁ ଭିକିଙ୍କ ନାମ ଶୁଣିଥିଲି ଏବଂ ତାଙ୍କ ବିଷୟରେ ଅଧିକ ଜାଣି ନଥିଲି। ନା ଆମେ କେବେ ଭେଟିଥିଲୁ ନା କେବେ କଥା ହୋଇଥିଲୁ। କିନ୍ତୁ ଯେତେବେଳେ ମୁଁ ଜୋୟା ଅଖତରଙ୍କ ପାର୍ଟୀରେ ଭିକିଙ୍କୁ ଭେଟିଲି, ମୁଁ ତାଙ୍କ ପ୍ରେମରେ ପଡିଥିଲି। ଏଭଳି ପରିସ୍ଥିତିରେ କ୍ୟାଟ୍ରିନା ପ୍ରଥମେ ଜୋୟାଙ୍କୁ ତାଙ୍କ ଭାବନା ବିଷୟରେ କହିଥିଲେ। ଜୋୟାଙ୍କ ପାର୍ଟି ପରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା।

Katrina Kaif and Vicky Kaushal Marriage Official Video

ଭିକି ଏବଂ କ୍ୟାଟ୍ରିନା ସେମାନଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଏକ ସିକ୍ରେଟ୍ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ଧୀରେ ଧୀରେ ବିବାହ ଖବର ସାମ୍ନାକୁ ଆସିଲା। ଏହା ପରେ ଦୁହେଁ ରାଜସ୍ଥାନର ବାରୱାଡାସ୍ଥିତ ସିକ୍ସ ସେନ୍ସ ଫୋର୍ଟ ହୋଟେଲରେ ରାଜକୀୟ ଶୈଳୀରେ ବିବାହ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.