Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ପ୍ରଥମ ଥର ଏକାଠି କାମ କରିବେ ଭିକି-କ୍ୟାଟ୍, ସାଇନ୍ କରିଛନ୍ତି ସ୍ପେସାଲ୍ ପ୍ରୋଜେକ୍ଟ

17/12/2021 at 1:30 PM

ନୂଆଦିଲ୍ଲୀ ୧୭/୧୨: ଭିକି-କ୍ୟାଟ୍ରିନା ଡିସେମ୍ବର ୯ ରେ ରାଜସ୍ଥାନର ସୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟ ବାରୱାଡା ଠାରେ ବିବାହ କରିଥିଲେ। ବିବାହ ପୂର୍ବରୁ ଉଭୟ ପ୍ରାୟ ଦୁଇ ବର୍ଷ ପରସ୍ପରକୁ ଡେଟ କରିଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ଭିକି-କ୍ୟାଟ୍ରିନା କୌଣସି ପ୍ରକାରର ପ୍ରୋଜେକ୍ଟ କିମ୍ବା ବିଜ୍ଞାପନରେ ଏକାଠି କାମ କରିନଥିଲେ। ବର୍ତ୍ତମାନ ନିର୍ମାତା ଉଭୟଙ୍କୁ ଏକାଠି କାଷ୍ଟ କରିବାକୁ ଚାହୁଁଛନ୍ତି। ବିବାହ ପରେ, ଦୁହିଁଙ୍କୁ ଅନେକ ଅଫର୍ ମିଳିଛୁ।

ସୂଚନା ଅନୁଯାୟୀ, ଭିକି-କ୍ୟାଟ୍ ଏକ ନୂଆ ପ୍ରୋଜେକ୍ଟରେ ସାଇନ୍ କରିଛନ୍ତି। ଏହି ନ୍ୟୁଲି ମ୍ୟାରେଡ୍ କପଲ୍ ଖୁବ୍ ଶୀଘ୍ର ଏକ କମର୍ଶିୟାଲରେ ଏକାଠି ନଜର ଆସିବେ। ଏକ ଇଣ୍ଡଷ୍ଟ୍ରି ସୂତ୍ରରୁ ପ୍ରକାଶ, “ଭିକି-କ୍ୟାଟ୍ରିନାଙ୍କୁ ଏକ ହେଲ୍ଥ ପ୍ରଡକ୍ଟ ପାଇଁ ଅଫର୍ କରାଯାଇଛି। ଖୁବ୍ ଶୀଘ୍ର ଏହାର ସୁଟିଂ କରାଯିବ ବୋଲି ସେ କହିଛନ୍ତି। ସୂତ୍ର ଏହା ମଧ୍ୟ ପ୍ରକାଶ କରିଛି ଯେ ଭିକି ଏବଂ କ୍ୟାଟ୍ରିନା ଅନ୍ୟ ଏକ ଲକ୍ଗଜରୀ ବ୍ରାଣ୍ଡ ପାଇଁ ସାଇନ୍ ଅପ୍ କରିଛନ୍ତି।

   Related Posts