କ୍ୟାଟ୍ରିନା କୈଫ ବିବାହ କରିବେ ଏହି ବଲିଉଡ ସୁପରଷ୍ଟାରଙ୍କୁ
18/06/2019 at 1:04 PM

ମୁମ୍ବାଇ୧୮|୬: ଆଜିକାଲି ବଲିଉଡରେ ବିବାହର ଟ୍ରେଣ୍ଡ ଚାଲିଛି। ପ୍ରଥମେ ପ୍ରିୟଙ୍କା ଚୋପଡା ବିବାହ କରିଲେ। ପ୍ରିୟଙ୍କାଙ୍କ ପରେ ଦୀପିକା ଏହି ଲିଷ୍ଟରେ ସାମିସ ହୋଇଥିଲେ ଓ ଦୀପିକାଙ୍କ ପରେ କପିଲ ଶର୍ମା । ଏବେ ଶର୍ମାଙ୍କ ପରେ ବି-ଟାଉନ୍ରେ କ୍ୟାଟ୍ରିନା ବିବାହ କରିବାକୁ ଯାଉଛନ୍ତି। କିଛି ଦିନ ତଳେ ରିଲିଜ ହୋଇଥିବା ଫିଲ୍ମ “ଭାରତ”ରେ କ୍ୟାଟ୍ରିନା ସଲମାନଙ୍କ ସହ ନଜର ଆସିଥିଲେ। ଫିଲ୍ମ ଭଲ ଆୟ କରିଥିବା ସହ ହିଟ୍ ମଧ୍ୟ ହୋଇଛି। କ୍ୟାଟ୍ରିନା ଓ ସଲମାନଙ୍କ ଫ୍ୟାନ୍ସ ଫିଲ୍ମକୁ ବହୁତ ପସନ୍ଦ କରିଛନ୍ତି।

“ଭାରତ” ରିଲିଜ ହେବା ପରେ ଫିଲ୍ମ ଓ ବିବାହକୁ ନେଇ କ୍ୟାଟ୍ ବେଶ ଚର୍ଚ୍ଚାରେ ଅଛନ୍ତି। ରିପୋର୍ଟ ଅନୁସାରେ କ୍ୟାଟ୍ରିନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। କ୍ୟାଟ୍ରିନାଙ୍କ ରିଲେସନସିପ୍ ଲିଷ୍ଟରେ ବଲିଉଡର ଅଭିନେତା ସଲମାନ ଖାନ ଓ ରନବୀର କପୁରଙ୍କ ନାଁ ଅଛି। ରଣବୀର କପୁର ଓ କ୍ୟାଟ୍ରିନାଙ୍କ ରିଲେସନ ଅଧିକ ସମୟ ଚାଲିନଥିଲା।

ସୂଚନାଯୋଗ୍ୟ ଯେ, ଏବେ ପୁଣି ଥରେ କ୍ୟାଟ୍ରିନା ସଲମାନ ଖାନଙ୍କ ପ୍ରେମରେ ପାଗଳ ହୋଇଛନ୍ତି। ଉଭୟଙ୍କୁ ଏବେ ବହୁତ ବୁଲାବୁଲି କରିବାର ସ୍ପଟ୍ କରାଯାଇଛି । ଅଧିକାଂଶ ସମୟରେ ଦୁହେଁ ଡିନରରେ ଯାଉଛନ୍ତି।ରିପୋର୍ଟ ଅନୁସାରେ ଉଭୟ ୨୦୧୯ ଶେଷ ବେଳକୁ ବିବାହ କରିପାରନ୍ତି। ତେବେ ଏହି ବିଶେଷ ଖବରର କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ ସତ କିନ୍ତୁ ଉଭୟ ଏବେ ପରସ୍ପରଙ୍କ ସହ ବହୁତ ସମୟ ବିତାଇବାର ନଜର ଆସିଛନ୍ତି।