ସୁପର୍ ହିରୋ ଭୂମିକାରେ ନଜର ଆସିବେ କ୍ୟାଟ୍ରିନା କୈଫ୍… ଖତରନାକ୍ ଷ୍ଟଣ୍ଟ ସହ କରିବେ ଧମାକା
9/02/2020 at 8:33 AM

ମୁମ୍ବାଇ୯|୨: ବଲିଉଡରେ କ୍ୟାଟ୍ରିନା କୈଫଙ୍କ ଜଲୱା ଅଧିକାଂଶ ସମୟରେ ଦେଖିବାକୁ ମିଳେ। ବଲିଉଡର ହଟ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। କେବେ ସଲମାନଙ୍କ ସହ ଅନ୍ସ୍କ୍ରିନ୍ କେମିଷ୍ଟ୍ରି ନେଇ ତ କେବେ ନିଜ ହଟ୍ ଅବତାର ପାଇଁ ଚର୍ଚ୍ଚାରେ ଅଛନ୍ତି କ୍ୟାଟ୍। କ୍ୟାଟ୍ରିନା ଏବେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ‘ସୂର୍ଯ୍ୟବଂଶୀ’ ପରେ ଏବେ ତାଙ୍କ ହାତରେ ଏକ ସ୍ବତନ୍ତ୍ର ଅଫର ରହିଛି। ଯାହା ବଲିଉଡରେ କୌଣସି ଅଭିନେତ୍ରୀ ପୂର୍ବରୁ କେବେ କରିନାହାନ୍ତି।

ସବୁବେଳେ ଅଲଗା ଅଲଗା ଭୂମିକାରେ ନଜର ଆସୁଥିବା କ୍ୟାଟ୍ରିନାଙ୍କୁ ଏଥର ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ପରଦାରେ କେବେ ନଟଖଟି କେବେ ଚୁଲ୍ବୁଲି ତ କେବେ ବୋଲ୍ଡ୍ ଅନ୍ଦାଜ୍ରେ ଦେଖିବାକୁ ମିଳନ୍ତି କ୍ୟାଟ୍। ହେଲେ ଏଥର ତାଙ୍କ ଚରିତ୍ର କିଛି ହଟ୍କେ ରହିବ। ଏବେ ତାଙ୍କୁ ସୁପର୍ ହିରୋ ଭୂମିକାରେ ଦେଖିବାକୁ ମିଳିବ। ତେବେ କ୍ୟାଟ୍ଙ୍କର ଏହି ଅନ୍ଦାଜ ବକ୍ସଅଫିସ୍ରେ ବାଜି ମାରୁପାରିବ କି ନାହିଁ ତାହା ଦେଖିବା ବାକି ରହିଛି।

ରିପୋର୍ଟ ଅନୁସାରେ ଫିଲ୍ମ ନିର୍ମାତା ଅଲ୍ଲୀ ଆବାସ୍ ଜାଫର୍ ଏକ ସୁପର୍ ହିରୋ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ କ୍ୟାଟ୍ରିନା ମୁଖ୍ୟ ଭୂମିକାରେ ନଜର ଆସିବେ। ଅଲ୍ଲୀ ନିଜେ ଫିଲ୍ମର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ଓ ପ୍ରଯୋଜନା ମଧ୍ୟ କରିବେ। କ୍ୟାଟ୍ରିନାଙ୍କର ଜଣେ ଭଲ ବନ୍ଧୁ ହେଉଛନ୍ତି ଅଲ୍ଲୀ ଆବାସ୍। ଫିଲ୍ମ ପାଇଁ କ୍ୟାଟ୍ ହିଁ ତାଙ୍କ ପ୍ରଥମ ପସନ୍ଦ ଥିଲେ। ‘ମେରି ବ୍ରଦର କି ଦୁଲହନ୍’ ଫିଲ୍ମ ପରଠୁ ସେମାନଙ୍କ ଘନିଷ୍ଠ ସମ୍ପର୍କରେ କେବେ ଫାଟ ପଡିନାହିଁ। ୬ ବର୍ଷ ପରେ ଉଭୟ ପୁଣି ଏକା ସହ କାମ କରିବେ।

ସୂଚନାଯୋଗ୍ୟ ଯେ, ଫିଲ୍ମରେ ସବୁଠୁ ଖତରନାକ୍ ଷ୍ଟଣ୍ଟ ଦେଖିବାକୁ ମିଳିବ। ବଲିଉଡରେ ଏଭଳି ଷ୍ଟଣ୍ଟ ପୂର୍ବରୁ କୌଣସି ଅଭିନେତ୍ରୀ କରିନାହାଁନ୍ତି। ସ୍କ୍ରିପ୍ଟ ସରିବା ପରେ ଅଲ୍ଲୀ ଫିଲ୍ମର ଷ୍ଟାର୍ କାଷ୍ଟ ଫାଇନାଲ୍ କରିବେ ଓ ଶୁଟିଂ ଆରମ୍ଭ କରିବେ। ଏବେ ରୋହିତ୍ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ’ସୂର୍ଯ୍ୟବଂଶୀ’ରେ କ୍ୟାଟ୍ଙ୍କୁ ଦେଖିବାକୁ ମିଳିବ। ଫିଲ୍ମଟି ମାର୍ଚ୍ଚ ୨୭ ତାରିଖରେ ରିଲିଜ ହେବ।