oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

କ୍ୟାଟ୍ରିନାଙ୍କ ପିଲାଦିନ : ଆଠ ପୁଅ-ଝିଅଙ୍କୁ ବଢାଇଥିଲେ ମା’, ବିବାହ ବିଚ୍ଛେଦରୁ ବାପା ରହୁଥିଲେ ଅଲଗା

17/11/2021 at 3:35 PM

ନୂଆଦିଲ୍ଳୀ ୧୭।୧୧ : ବର୍ତ୍ତମାନ ବି-ଟାଉନ୍‌ରେ କ୍ୟାଟ୍ରିନା କୈଫ୍‌ଙ୍କ ବିବାହକୁ ନେଇ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିନେତା ବିକି କୌଶଲଙ୍କ ସହ କ୍ୟାଟ୍ରିନାଙ୍କ ବିବାହକୁ ତାଙ୍କ ଫ୍ୟାନ୍ସମାନେ ଉତ୍ସାହ ସହିତ ଚାହିଁ ବସିଛନ୍ତି । ହେଲେ ଦୁହେଁ ନିଜ ବିବାହ ଖବର ଉପରେ କୌଣସି ଅଫିସିଆଲି ଭାବେ ଘୋଷଣା କରିନାହାନ୍ତି । ଏହାକୁ ନେଇ ଉଭୟ ସମ୍ପୂର୍ଣ୍ଣ ନିରବ ରହିଛନ୍ତି। ତେବେ ବିବାହର ଏହି ଆଲୋଚନା ମଧ୍ୟରେ, ଆମେ ଆପଣଙ୍କୁ କ୍ୟାଟ୍ରିନାଙ୍କ ପରିବାର ଏବଂ ଜୀବନ ସହିତ କିଛି ଜଡିତ ଗୁରୁତ୍ୱପୂର୍ଣ୍ଣ ବିଷୟରେ କହିରଖୁଛୁ ….

କ୍ୟାଟ୍ରିନା ୧୬ ଜୁଲାଇ ୧୯୮୩ ରେ ହଂକଂରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ମହମ୍ମଦ କୈଫ ସେ ବ୍ରିଟିଶ ବ୍ୟବସାୟୀ ଏବଂ ମାତା ସୁଜାନେ ତୁର୍କୋଟେ ଜଣେ ଓକିଲ ଏବଂ ସମାଜ ସେବୀ ଅଟନ୍ତି । କ୍ୟାଟ୍ରିନାଙ୍କର ତିନି ବଡ଼ ଭଉଣୀ ଷ୍ଟିଫାନି, କ୍ରିଷ୍ଟାଇନ ଏବଂ ନତାଶା, ବଡ଼ ଭାଇ ମାଇକେଲ, ତିନି ସାନ ଭଉଣୀ ମେଲିସା, ସୋନିଆ ଏବଂ ଇସାବେଲ୍ ଅଛନ୍ତି । ତାଙ୍କର ଆଠ ଭାଇ ଭଉଣୀ ମଧ୍ୟରୁ ମଝିଆଁ ଝିଅ ହେଉଛନ୍ତି କ୍ୟାଟ୍ରିନା କୈଫ୍‌ । କ୍ୟାଟ୍ରିନା ଯେତେବେଳେ ଛୋଟ ଥିଲେ ତାଙ୍କ ବାପା-ମାଆଙ୍କର  ଛାଡପତ୍ର ହୋଇଯାଇ ଥିଲା। ଏଭଳି ପରିସ୍ଥିତିରେ ତାଙ୍କ ମା ଏକାକୀ ନିଜ ପିଲାମାନଙ୍କର ଯତ୍ନ ନେଉଥିଲେ। ମାଆ ନିଜ ପିଲାମାନଙ୍କୁ କୌଣସି ଅଭାବ ଅନୁଭବ କରିବାକୁ ଦେଇ ନାହାନ୍ତି ।

ଏନେଇ ଏକ ସାକ୍ଷାତକାରରେ କ୍ୟାଟ୍ରିନା ଉଲ୍ଲେଖ କରି କହିଛନ୍ତି କି ଯେ ଲୋକଙ୍କ କଲ୍ୟାଣ ପାଇଁ ତାଙ୍କ ମା ତାଙ୍କୁ ଜୀବନ ଦେଇଛନ୍ତି। ଏବଂ ସେ ଦୀର୍ଘ ସମୟ ଧରି ତାଙ୍କ ପିତାଙ୍କ ସହ ସମ୍ପର୍କରେ ନଥିଲେ ।ତେବେ କ୍ୟାଟ୍ରିନାଙ୍କ ପାଠ ପଢା ଅତି ଆକର୍ଷଣୀୟ ଥିଲା ।ତାଙ୍କର ଓ ତାଙ୍କ ଭାଇଭଉଣୀମାନେ ଘରେ ଅନେକ ଶିକ୍ଷକଙ୍କ ଦ୍ୱାରା ଶିକ୍ଷିତ ହୋଇଛନ୍ତି । ଏହାର କାରଣ ହେଉଛି, ମା’ଙ୍କ କାମ ହେତୁ ତାଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବାରମ୍ବାର ଯିବାକୁ ପଡିଥିଲା । ହଂକଂରେ ଜନ୍ମ ପରେ ସେ ଚୀନ୍, ପରେ ଜାପାନ, ଫ୍ରାନ୍ସ, ସ୍ୱିଜରଲ୍ୟାଣ୍ଡ ଏବଂ ଅନେକ ୟୁରୋପୀୟ ଦେଶକୁ ଯାଇଥିଲେ । କ୍ୟାଟ୍ରିନା ପୋଲାଣ୍ଡ, ବେଲଜିୟମ, ହାୱାଇରେ ମଧ୍ୟ କିଛି ସମୟ ଅତିବାହିତ କରିଛନ୍ତି । ଏହା ପରେ ସେ ଲଣ୍ଡନ ଯାଇଥିଲେ । ସେଠାରେ  ସେ ତିନି ବର୍ଷ ଲଣ୍ଡନରେ ରହିବା ପରେ ଭାରତ ଆସିଥିଲେ। ଭାରତରେ କିଛି କାମର କାର୍ଯ୍ୟ ଅଫର ପାଇଥିଲେ । ଯେଉଁଥି ପାଇଁ ସେ ସେଠାରେ ସିଫ୍ଟ ହୋଇ ଯାଇଥିଲେ ।

ସେବେଠାରୁ ଏପର୍ଯ୍ୟନ୍ତ ଭାରତ ତାଙ୍କର ଠିକଣା ପାଲଟିଛି । ଭାରତ ଆସିବା ପରେ କ୍ୟାଟ୍ରିନା ତାଙ୍କ ଉପନାମ ପରିବର୍ତ୍ତନ କରିଥିଲେ। ତାଙ୍କ ନାମ ତାଙ୍କ ମାତାଙ୍କ ନାମାରେ ‘କ୍ୟାଟ୍ରିନା ତୁର୍କୋଟେ’ ଥିଲା, ଯାହାକୁ ଅଭିନେତ୍ରୀ ତାଙ୍କ ପିତାଙ୍କ ନାମରେ ‘କ୍ୟାଟ୍ରିନା କୈଫ’ରେ ପରିବର୍ତ୍ତନ କରିଥିଲେ। ଅଭିନେତ୍ରୀଙ୍କ କହିବାନୁସାରେ, ତୁର୍କୋଟ୍ ଅପେକ୍ଷା ଲୋକମାନଙ୍କୁ କୈଫ୍ କହିବା ସହଜ ହୋଇଥିବାରୁ ସେ ଏହା କରିଥିଲେ । ଅନ୍ୟପଟେ କ୍ୟାଟ୍ରିନା ପ୍ରଥମେ ବଲିଉଡରେ ଡେବ୍ୟୁ କରିବା ପରେ ଏତେ ହିଟ୍‌ ହୋଇଥିଲେ ଯେ ସେ ସେଠାରେ ନିଜକୁ ସ୍ଥାପିତ କରିଥିଲେ । ଯେଉଁଥି ପାଇଁ ବଲିଉଡ୍‌ରେ ତା ନାମ ସୃଷ୍ଟି ହୋଇ ପାରିଛି । ତେବେ ସେ ଭାରତରେ ରହିବାର ୧୮ ହେବ  ବର୍ଷ ବିତିଗଲାଣି । ବର୍ତ୍ତମାନ ତାଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ । ସେ ବଲିଉଡର ଅନେକ ବଡ ସୁପରଷ୍ଟାରଙ୍କ ସହ କାମ କରିଛନ୍ତି ।

   Related Posts